କତରରେ ଚାଲିଥିବା ଫିଫା ୱାର୍ଲଡ କପ ଯୋଗୁ ସାରା ବିଶ୍ୱରେ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା?

ଦୋହା,୨୮ ।୧୧: ଫୁଟପ୍ରେମୀଙ୍କ ପସନ୍ଦର ଟୁର୍ନାମେଣ୍ଟ ଫିଫା ୱାର୍ଲଡ କପ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ଏକ ରିପୋର୍ଟରେ କତରରେ ବ୍ୟାପୁଥିବା କ୍ୟାମେଲ ଫ୍ଲୁ ଅବା ରେସ୍ପିରେଟରି ସିଣ୍ଡ୍ରୋମ ଏମଇଆରଏସ ରୋଗ ବ୍ୟାପିବାର ଭୟ ସୃଷ୍ଟି ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପକ୍ଷରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଡବ୍ଲୁଏଚଓର ବିଶେଷଜ୍ଞଙ୍କ ଅନୁଯାୟୀ, ମିଡିଲ ଇଷ୍ଟରେ କ୍ୟାମେଲ ଫ୍ଲୁ ଅବା ରେସ୍ପିରେଟରି ସିଣ୍ଡ୍ରୋମ ଏମଇଆରଏସ ନାମକ ଘାତକ ରୋଗ ବ୍ୟାପିପାରେ । ଏହାସହ ଆଶଙ୍କା କରାଯାଉଛି କି ଏହା କତରରୁ ସାରା ବିଶ୍ୱକୁ ତା କବଳକୁ ନେଇଯାଇପାରେ । ଏବେ ପ୍ରଶ୍ନ ଉଠିଛି କି ଯଦି କତରରୁ ଏହା ସାରା ବିଶ୍ୱକୁ ବ୍ୟାପିଲା ତେବେ କ’ଣ ଏହା କରୋନା ମହାମାରୀ ଭଳି ରୂପ ନେଇପାରେ ।
ନ୍ୟୁ ମାଇକ୍ରୋବ୍ସ ଓ ନ୍ୟୁ ଇନଫେକ୍ସନ ଜେନେରାଲଙ୍କ ଏକ ରିପୋର୍ଟରେ କୁହାଯାଇଛି କି କରୋନା ଓ ମଙ୍କିପକ୍ସ ଭଳି ଭାଇରସ ଏବେ କମ୍ ହୋଇ ନ ଥିବା ବେଳେ କତରରେ ଫିଫା ୱାର୍ଲଡ କପର ଆୟୋଜନ କରାଯାଇଛି । ଏଥିରେ ୧୨ ଲକ୍ଷ ଲୋକ ସାମିଲ ହାଇଛନ୍ତି ।
ଏଭଳି ସ୍ଥିତିରେ କତରରେ କ୍ୟାମେଲ ଫ୍ଲୁ ସଂଖ୍ୟା ବଢିବା ସହ ଏହା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଅର୍ଥାତ୍ ସାରା ବିଶ୍କୁ ବ୍ୟାପିଯାଇପାରେ । କାରଣ ବହୁ ସଂଖ୍ୟାରେ ଲୋକେ ଏକାଠି ହେଲେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ନଭମ୍ବର ୨୨ରେ ନ୍ୟୁ ମାଇକ୍ରୋବ୍ସ ଆଣ୍ଡ ନ୍ୟୁ ଇନଫେକ୍ସନ ଜର୍ନାଲରେ ଛପାଯାଇଥିବା ରିପୋର୍ଟରେ ସ୍ପଷ୍ଟ ଆଶଙ୍କା କରାଯାଇଛି କି କତରରୁ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା ରହିଛି ।
କ୍ୟାମେଲ ଫ୍ଲୁ ଏକ ପ୍ରକାର ଭାଇରସ ଯାହା ଓଟଙ୍କଠାରୁ ମନୁଷ୍ୟକୁ ବ୍ୟାପିଥାଏ । ଗଲ୍ଫ କଣ୍ଟ୍ରିରେ ଓଟର ବ୍ୟବହାର ଅଧିକ ଥିବାରୁ ଏହି ଦେଣୁ କ୍ୟାମେଲ ଫ୍ଲୁ ବ୍ୟାପିବାର ଅଧିକ ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri