ଟିକା ନେବାକୁ ଆସି ଭାଙ୍ଗିଲେ କବାଟ, ରେଲିଂ

କବିସୂର୍ଯ୍ୟନଗର,୩୦ା୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମେଡିକାଲରେ ସୋମବାର ପ୍ରଥମ, ଦ୍ୱିତୀୟ ଡୋଜ୍‌ ଟିକା ନେବା ଲାଗି ପ୍ରବଳ ଭିଡ ହୋଇଥିଲା। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇଥିଲା। ଏଥିଲାଗି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଗୁଆ ଭିଡ ଜମାଇଥିଲେ। ଆବଶ୍ୟକ ପରିମାଣ ସିରିଞ୍ଜ ନ ଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ କହିିଥିଲେ ସୁଦ୍ଧା ଲୋକେ ଫେରି ନ ଥିଲେ। ଟିକା ନେବା ପାଇଁ ପରସ୍ପର ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ମାତ୍ର ଗୋଟିଏ କେନ୍ଦ୍ରରେ ୫ ଡାଟା ଏଣ୍ଟ୍ରି ଅପରେଟର, ୩ ଭ୍ୟାକ୍ସିନେଟର, ଏଏନ୍‌ଏମ୍‌, ସୁପରଭାଇଜର, ୩ ସିକ୍ୟୁରିଟି ଗାର୍ଡ, ସୁଇପର ଓ ୫ ପୋଲିସ କର୍ମଚାରୀ ଥିଲେ। ପୋଲିସ କର୍ମଚାରୀଙ୍କୁ ଲୋକେ ଠେଲି ଗୋଟିଏ ଘର ଭିତରେ ରଖିଦେଇଥିଲେ। ସେମାନେ ବାହାରକୁ ଆସି ନ ପାରି ଶିଡ଼ି ସହାଯ୍ୟରେ ପଦାକୁ ଆସିଥିଲେ। ପ୍ରବଳ ଠେଲାପେଲା ମଧ୍ୟରେ ତିନିଜଣ ମହିଳା ଆହତ ଓ ଜଣେ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ମହିଳାକୁ ଶିଡ଼ି ସାହାଯ୍ୟରେ ଭିତରକୁ ନିଆଯାଇ ସାଲାଇନ ଓ ଔଷଧ ଦିଆଯାଇଥିଲା। ଲୋକଙ୍କ ଠେଲାପେଲାରେ ମେଡିକାଲର କବାଟ, ରେଲିଂ ଭାଙ୍ଗି ଯାଇଥିବା ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ କୁମାର ମୁଖି କହିଛନ୍ତି। ଶେଷରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦେଖି ସ୍ବାସ୍ଥ୍ୟ ଅଧିକାରୀ ଅପରାହ୍ନରେ ଟିକାକରଣ ବନ୍ଦ କରିଥିଲେ। ସେହିପରି ଭିଡ଼ ବୁଢ଼ାମ୍ବ ଓ ଆଠଗଡର଼େ ହେବାରୁ ଟିକାକରଣ ବନ୍ଦ ରଖାଯାଇଥିଲା। କବିସୂର୍ଯ୍ୟନଗରରେ ୭ ଶହ, ବୁଢ଼ାମ୍ବରେ ୩ଶହ ଓ ଆଠଗଡ଼ରେ ୩ ଶହ ଲୋକ ଟିକାନେବା ସମ୍ଭବ ହୋଇଥିଲା। ପ୍ରବଳ ଭିଡ ଯୋଗୁ ଗର୍ଭବତୀ, ଅନ୍‌ଲାଇନ୍‌ ପଞ୍ଜୀକରଣକାରୀ, ବୃଦ୍ଧାବୃଦ୍ଧ ଟିକାକରଣରୁ ବଞ୍ଚିତ ହୋଇଥିଲେ। ପୂର୍ବପରି ମଙ୍ଗଳବାର ଟିକାକରଣ କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri