ଭଡ଼ା ଅଟୋରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ଭଡା ଅଟୋରେ ଆସୁଥିଲେ। ଆଉ ବାଇକ ଚୋରି କରିବା ପରେ ସେହି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହାପରେ ଉକ୍ତ ଚୋରା ବାଇକକୁ ବନ୍ଧକ ରଖି ସୁଧରେ ଟଙ୍କା ଆଣୁଥିଲେ। ଏମିତି ନୂଆ ତରିକାରେ ପୁଣି ଦ୍ୱୈତ ନଗରୀରେ ଦୀର୍ଘଦିନ ଧରି ବାଇକ ଚୋରି ର଼୍ୟାକେଟ୍‌ ଚଳାଇଥିବା ଚତୁର ଚୋରଙ୍କୁ ଶହୀଦନଗର ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳର ଦିଗ୍‌ବିଜୟ ପଟ୍ଟନାୟକ। ତାଙ୍କଠାରୁ ୯ଟି ଚୋରା ବାଇକ ଜବତ କରାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୫୬/୨୩) ରୁଜୁ କରି ଅଭିଯୁକ୍ତ ଦିଗ୍‌ବିଜୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସହଯୋଗୀ ଫେରାର ଥିବାରୁ ପୋଲିସ ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି ।
ସୂଚନାନୁସାରେ, ଅଭିଯୁକ୍ତ ଦିଗ୍‌ବିଜୟ ଓ ସହଯୋଗୀମାନେ ଅଟୋ ଭଡା କରି ଚୋରି କରୁଥିବା ସ୍ଥାନକୁ ଯାଇ ସେଠାରୁ ପାର୍କିଂ କରାଯାଇଥିବା ବାଇକ୍‌ଗୁଡିକୁ ମାଷ୍ଟର ଚାବି ଦ୍ୱାରା ଖୋଲି ଚୋରାଇ ନେଉଥିଲେ। ବିଶେଷକରି ହେଲ୍‌ମେଟ୍‌ ଥିବା ଗାଡିକୁ ଟାର୍ଗେଟ କରୁଥିଲେ। ଅନ୍ୟମାନଙ୍କ ନଜରରୁ ବର୍ତ୍ତିବା ଲାଗି ଉକ୍ତ ହେଲ୍‌ମେଟ୍‌କୁ ପିନ୍ଧି ଦେଇଥା’ନ୍ତି। ଏମିତି ଢଙ୍ଗରେ କଟକ-ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ପରେ ତାହାକୁ ନିଜ ଗାଁ ତଥା ପାଖ ଗାଁର କିଛି ଲୋକଙ୍କ ନିକଟରେ ବନ୍ଧକ ରଖି ଗାଡି ପିଛା ୫ ହଜାରରୁ ୮ ହାଜର ଟଙ୍କା ଆଣୁଥିଲେ। କିନ୍ତୁ ପରେ ସେ ଆଉ ଟଙ୍କା ଫେରାଉ ନ ଥିଲେ କି ଗାଡି ମଧ୍ୟ ଆଣୁ ନ ଥିଲେ। ଗତ ୧୭ ତାରିଖରେ ଇଡ୍‌କୋ ଟାୱାର ନିକଟରୁ ଏକ ବାଇକ ଚୋରି ହୋଇଥିବା ନେଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ ସହ ଏକ ଟିମ୍‌ ଗଠନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ଟ୍ରମ୍ପଙ୍କ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ: ପର୍ଯ୍ୟବେକ୍ଷକ ଭାବେ ସାମିଲ ହେଲା ଭାରତ

ୱାଶିଂଟନ,୨୦।୨: ଓ୍ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସଂଗଠନ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ ଖବର ହେଉଛି, ଭାରତ…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା: ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ

ଭୁବନେଶ୍ୱର,୨୦।୨: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୫ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନର ଅନଲାଇନ୍ ଆବେଦନ ଫର୍ମରେ…

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri