୨୫ରେ ଖୋଲିବ ଏମ୍‌ପିଏଲ୍‌ ଆଇପିଓ

ନୂଆଦିଲ୍ଲୀ,୨୨।୪: ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ (ଏମ୍‌ପିଏଲ୍‌)ର ୪୦,୦୫୮, ୮୪୪ ଇକ୍ୱିଟି ଶେୟାରର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୩ ଏପ୍ରିଲ ୨୫ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଏହି ଅଫରର ଶେଷ ତାରିଖ ୨୦୨୩ ଏପ୍ରିଲ ୨୭ ରହିଛି। ହେଲେ ଏହାର ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ତାରିଖ ଅଫରର ଗୋଟିଏ ଦିନ ପୂର୍ବରୁ (ଏପ୍ରିଲ ୨୪) ଖୋଲିବ ବୋଲି ସମୟ ଧାର୍ଯ୍ୟ ରହିଛି। ବିଶେଷକରି ଏହି ଅଫର ଇକ୍ୱିଟି ଶେୟାରର ମୂଲ୍ୟ ୧୦୨୬ ଟଙ୍କାରୁ ୧୦୮୦ ଟଙ୍କା ମଧ୍ୟରେ ରହିବ। ଏପରିକି ସର୍ବନିମ୍ନ ୧୩ ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରିହେବ ଏବଂ ଏହା ପରେ ୧୩ ଇକ୍ୱିଟି ଶେୟାର ଲେଖାଏଁ ଗୁଣିତକ ହିସାବରେ ଯୋଡ଼ିହେବ। ଉଲ୍ଲେଖଯୋଗ୍ୟ, ଏହି ଅଫରରେ ରମେଶ ଜୁନେଜାଙ୍କ ୩,୭୦୫,୪୪୩ ଇକ୍ୱିଟି ଶେୟାର, ରାଜୀବ ଜୁନେଜା ୩,୫୦୫,୧୪୯ ଇକ୍ୱିଟି ଶେୟାର, ଶୀତଲ ଅରୋରାଙ୍କ ୨,୮୦୪,୧୧୯ ଇକ୍ୱିଟି ଶେୟାର, କେର୍ନହିଲ୍‌ ସିଆଇପିଇଏଫ୍‌ ଲିମିଟେଡ୍‌ର ୧୭,୪୦୫,୫୫୯ ଇକ୍ୱିଟି ଶେୟାର, କେର୍ନହିଲ୍‌ ସିଜିପିଇ ଲିମିଟେଡ୍‌ ୨,୬୨୩,୮୬୩ ଇକ୍ୱିଟି ଶେୟାର, ବିଜ୍‌ ଲିମିଟେଡ୍‌ ୯,୯୬୪,୭୧୧ ଇକ୍ୱିଟି ଶେୟାର, ଲିଙ୍କ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ ଟ୍ରଷ୍ଟ୍‌ର ୫୦,୦୦୦ ଇକ୍ୱିଟି ଶେୟାର ଅଫର ଫର୍‌ ସେଲ୍‌ ପାଇଁ ଉପଲବ୍ଧ କରାଯିବ। ସେହିଭଳି ରେଡ୍‌ ହେରିଂ ପ୍ରୋସ୍‌ପେକ୍ଟସ୍‌ ଜରିଆରେ ପ୍ରଦାନ କରାଯାଉଥିବା ଇକ୍ୱିଟି ଶେୟାରକୁ ବିଏସ୍‌ଇ ଲିମିଟେଡ୍‌ ଓ ନ୍ୟାଶନାଲ୍‌ ଷ୍ଟକ ଏକ୍ସଚେଞ୍ଚ୍‌ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ। ଏହି ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ଭାବେ କୋଟାକ୍‌ ମହିନ୍ଦ୍ରା କ୍ୟାପିଟାଲ କମ୍ପାନୀ ଲିମିଟେଡ୍‌, ଆକ୍ସିସ୍‌ କ୍ୟାପିଟାଲ୍‌ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ ଲିମିଟେଡ୍‌, ଜେଫେରିଜ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି ରହିଛନ୍ତି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦%ରୁ ଅଧିକ ଯୋଗ୍ୟ ସଂସ୍ଥାଗତ ବିଡର (କ୍ୟୁଆଇବି)ଙ୍କୁ ଆବଣ୍ଟନ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?