Posted inଜାତୀୟ

କଲ୍‌ଗର୍ଲ ଯୋଗାଣକାରୀ ମହିଳାଙ୍କ ପାଖରେ ଏସ୍‌ପିଙ୍କ ଫୋନ୍‌: ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଡିଆଇଜି…

ପାଟନା, ୪।୯ : ବିହାରର ମାଧେପୁରାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ସ୍ଥାନୀୟ ପୋଲିସ ବିଭାଗ ଅସୁବିଧାରେ ପଡ଼ିଛି। ଜିଲାର ଏସ୍‌ପିଙ୍କ ମୋବାଇଲ ଫୋନ କଲ୍‌ଗର୍ଲ ଯୋଗାଉଥିବା ଜଣେ ମହିଳାଙ୍କ ନିକଟରୁ ଜବତ କରାଯାଇଥିଲା। ଏହା ପରେ କୌଣସି ଅଧିକାରୀ ଏ ବିଷୟରେ କିଛି କହିବାକୁ ମନା କରୁଛନ୍ତି। ଏଥି ସହିତ ମାଧେପୁରା ଏସପି କହିଛନ୍ତି ଯେ ସେ ଏବେ ଛୁଟିରୁ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ କ’ଣ ଘଟିଛି ସେ ବିଷୟରେ ଅବଗତ ନୁହଁନ୍ତି।

ଏଥିସହ ମହିଳା ଜଣକ ଦାବି କରିଛନ୍ତି ଯେ ସେ ଅନେକ ପୋଲିସ କର୍ମଚାରୀଙ୍କୁ କଲ୍‌ଗର୍ଲ ଯୋଗାଉଛନ୍ତି। ତାଙ୍କ କହିବାନୁସାରେ, ସେ ଜଣେ କଲ୍‌ଗଲଙ୍କୁ ମାଧେପୁରା ସଦର ଡାକ୍ତରଖାନା ସମ୍ମୁଖରେ ଥିବା ଡିଏସପି ମୁଖ୍ୟାଳୟର ବାସଭବନକୁ ପଠାଇଥିଲେ। ଯେତେବେଳେ ସାହେବ କମ ଟଙ୍କା ଦେଲା, କଲ୍‌ଗର୍ଲ ଜଣଙ୍କ ମୋବାଇଲ ଚୋରି କରି ଥିଲା।

ସୂଚନା ଅନୁଯାୟୀ, ମାଧେପୁରା ଏସପି ରାଜେଶ କୁମାର ୨୫ ରୁ ୩୧ ଅଗଷ୍ଟରେ ଛୁଟିରେ ଥିଲେ। ଏହି ସମୟରେ ହେଡକ୍ୱାର୍ଟର ଡିଏସପି ଅମରକାନ୍ତ ଚୌବେଙ୍କୁ ଏସପି ଦାୟିତ୍ୱ ଦିଆଯାଇଥିଲା। ମହିଳା ଦାବି କରିଛନ୍ତି ଯେ ଏହି ସମୟ ମଧ୍ୟରେ ସାହବ ଜଣେ କଲ୍‌ଗର୍ଲଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ। କାମ ସରିବା ପରେ ସେ ଟଙ୍କା ଦେଇ ନଥିଲେ, ଯାହା ପରେ କଲ୍‌ଗର୍ଲ ଜଣଙ୍କ ତକିଆ ତଳେ ରଖାଯାଇଥିବା ମୋବାଇଲ ନେଇ ଆସିଥିଲା।

ମାଧେପୁରା ଏସ୍‌ପି ରାଜେଶ କୁମାର ଛୁଟିରେ ଥିଲେ। କୌଣସି କାରଣରୁ ଡିଆଇଜି ଶିବଦୀପ ଲାଣ୍ଡେ ଏସ୍‌ପିଙ୍କ ନମ୍ବରକୁ କଲ୍‌ କରିଥିଲେ। ତେବେ ଫୋନ ସୁଇଚ ଅଫ ଥିବା ଜଣା ପଡ଼ିକଲା। ଏହା ପରେ ସେ ଫୋନ ନେଇ ସର୍ଭେଲାନ୍ସ୍‌ କରାଯାଇଥିଲା। ଫୋନ ସାହାରାସାରେ ଥିବା ପୋଲିସ ଜାଣିବାକୁ ପାଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାହାରାସାରୁ ଫୋନ ଜବତ କରାଯାଇଥିଲା ଏବଂ ମହିଳାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ମହିଳା ଜଣକ କହିଥିଲେ ଯେ ସେ କଲ୍‌ଗର୍ଲ ଯୋଗାଉଛନ୍ତି। ସେ କଲ୍‌ଗର୍ଲମାନଙ୍କୁ ବଡ ବଡ ସରକାରୀ ତଥା ବେସରକାରୀ ଅଧିକାରୀଙ୍କ ନିକଟକୁ ପଠାନ୍ତି ।

ମହିଳା ଜଣକ କହିଛନ୍ତି ଯେ ସେ କଲ୍‌ଗର୍ଲଙ୍କୁ ଏକ ଘଣ୍ଟା ପାଇଁ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ୩୦୦ ଟଙ୍କା ଏବଂ ତା’ଠାରୁ ଅଧିକ ସମୟ ଲାଗି ୫୦୦ଟଙ୍କା ନେଇଥାନ୍ତି। କିନ୍ତୁ ସାହେବ ଅନେକ ଥର କମ ଟଙ୍କା ଦେଇଥିଲେ। ତେଣୁ କଲ୍‌ଗର୍ଲ ଜଣଙ୍କ ଫୋନ ଚୋରି କରିଥିଲେ। ତେବେ ଏହାକୁ ନେଇ ରାଜ୍ୟ ପୋଲିସ ବିଭାଗରେ ଚର୍ଚ୍ଚା ଆରମ୍ଭ ହୋଇଛି। ଡିଆଇଜି ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri