ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ ଭଉଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତମାଖୁ ସେବନ ଦ୍ୱାରା ଆମେ ଅନେକ ନୂଆ ନୂଆ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି କହିଥିଲେ। ଶାରୀରିକ ସ୍ତରରେ ଆମେ ସୁସ୍ଥ ରହିବାକୁ ହେଲେ
ତମାଖୁ ସେବନ ଠାରୁ ଦୂରେଇ ରହିବାକୁ ହେବ। ଯୁବ ଗୋଷ୍ଠୀଙ୍କ ତମାଖୁ ପ୍ରତି ଆଗ୍ରହ ବଢୁଛି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ଏନେଇ ଅଧିକରୁ ଅଧିକ ସଚେତନ କାର୍ଯ୍ୟକ୍ରମ କରାଯିବ ଆବଶ୍ୟକ ରହିଛି ବୋଲି ସେ କହିଥିଲେ। ଏଥିସହ ସେ କହିଥିଲେ ଯେ, ସହଜ ରାଜଯୋଗ ଏବଂ ଈଶ୍ୱରୀୟ ଜ୍ଞାନ ଶିକ୍ଷା ଦ୍ୱାରା ଯୁବ ସମାଜକୁ ନିଶା ସେବନଠାରୁ ଦୂରେଇ ରଖିହେବ।
ବ୍ରହ୍ମାକୁମାରୀ ଅଲିଭା ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ବୈକୁଣ୍ଠ ଭାଇ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ନାଟକ ମାଧ୍ୟମରେ ଲୋକଙ୍କୁ ନିଶା ସେବନର ଭୟାବହତା ଉପରେ ସଚେତନ କରାଯାଇଥିଲା।