ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ

ପୁରୀ,୧୮।୨: ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧ ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ଆବେଦନ କରାଯିବ। ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ୧୦୯୫ ଦିନ ବା ୩ ବର୍ଷ ଧାର୍ଯ୍ୟ କରାଯାଇଛି। ଇଡ୍‌କୋ ପକ୍ଷରୁ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ଦିଆଯାଇଛି।