ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା ଅଧିକାରୀମାନେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ଜଳିବାକୁ ଛାଡ଼ିଦେବାରୁ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବଜ୍ରପାତରୁ ଟାମାରାକ ଫାୟାର ସୃଷ୍ଟି ହୋଇଥିଲା। ଜୁଲାଇ ୪ରେ ପ୍ରଥମେ କାଲିଫର୍ନିଆର ଆଲ୍‌ପାଇନ କାଉଣ୍ଟି ଅନ୍ତର୍ଗତ ହମ୍‌ବୋଲ୍ଡ-ଟୋୟାବେ ଜାତୀୟ ଜଙ୍ଗଲରେ ଏହି ନିଆଁ ଦେଖିବାକୁ ମିଳିଥିଲା। ଏବେ ଏହି ନିଆଁ ୫୮,୪୧୭ ଏକର ଅଞ୍ଚଳକୁ ବ୍ୟାପିଗଲାଣି। ଜାତୀୟ ରାଜପଥ ୩୯୫ର ଉଭୟ ପାର୍ଶ୍ୱକୁ ନିଆଁ ବ୍ୟାପିଥିବାବେଳେ ସେଠାରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଶୁକ୍ରବାର ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ନିଆଁରେ ୧୦ ବିଲ୍ଡିଂ ଧ୍ୱଂସ ହୋଇଛି। ବାର୍ଷିକ ସାଇକେଲ୍‌ ରେସ୍‌ ‘ଡେଥ୍‌ ରାଇଡ୍‌’କୁ ବାତିଲ କରାଯାଇଛି। ନିଆଁଲିଭା କାର୍ଯ୍ୟରେ ୧୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗ୍ରୀଷ୍ମ ଲହର ଲାଗି ରହିବା ସହ ବ୍ୟାପକ ଜଙ୍ଗଲ ଅଞ୍ଚଳ ଶୁଖିଲା ହୋଇଥିବାରୁ ନିଆଁ ଏତେ ଶୀଘ୍ର ଲିଭିବା ସମ୍ଭାବନା ନାହିଁ। ଅଗଷ୍ଟ ୩୧ ବେଳକୁ ଏହା ଆୟତ୍ତ ହୋଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri