Odisha Elections 2024
Posted inଜାତୀୟ

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି। ଏହି ସହରବାସୀଙ୍କ କେକ୍‌ ପ୍ରେମକୁ ଦୃଷ୍ଟିରେ ରଖି ସ୍ବିଗି ତା’ର ଓ୍ବେବ୍‌ସାଇଟ୍‌ରେ ଏକ ବ୍ଲଗ୍‌ ପୋଷ୍ଟ କରି ବେଙ୍ଗାଲୁରୁକୁ ‘କେକ୍‌ କ୍ୟାପିଟାଲ’ ଆଖ୍ୟା ଦେଇଛି। କେବଳ ଜନ୍ମଦିନ କି ବିବାହ ବାର୍ଷିକୀ ନୁହେଁ, ସବୁ ପ୍ରକାର ଆନନ୍ଦ ଉତ୍ସବକୁ ଏବେ କେକ୍‌ କାଟି ପାଳିବାର ଟ୍ରେଣ୍ଡ ସାରା ଦେଶରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବେକିଂ କମ୍ପାନୀଗୁଡ଼ିକ ଅନେକ ପ୍ରକାର ବିଷୟବସ୍ତୁ, ରଙ୍ଗ, ଆକୃତି, ସ୍ବାଦ ଓ ମହକରେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି କେକ୍‌। ଏହାକୁ ସ୍ବିଗି ଭଳି ଅନ୍‌ଲାଇନ ଡେଲିଭରି ସଂସ୍ଥାଗୁଡ଼ିକ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ପହଞ୍ଚାଇପାରୁଥିବାରୁ ଏହି ବ୍ୟବସାୟ ସଫଳତାର ଶିଖର ଛୁଇଁପାରୁଛି। ବେଙ୍ଗାଲୁରୁରେ ଅନେକ କେକ୍‌ ପ୍ରସ୍ତୁତକାରୀ ସଂସ୍ଥା ଥିବାବେଳେ ନୂଆ ନୂଆ ସଂସ୍ଥା ଏହି ବ୍ୟବସାୟରେ ଯୋଡ଼ି ହେଉଛନ୍ତି। ପ୍ରତିବର୍ଷ ଲୋକଙ୍କ କେକ୍‌ ଚାହିଦା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ବୋଲି କହିଛନ୍ତି ବେଙ୍ଗାଲୁରୁର କେକ୍‌ ଶୋ ଅର୍ଗାନାଇଜର ଗୌତମ। ସ୍ବିଗିର ତଥ୍ୟ ଅନୁଯାୟୀ ୨୦୨୩ ଭାଲେଣ୍ଟାଇନ୍ସ ଡେ’ରେ ଦେଶରେ ପ୍ରତି ମିନିଟ୍‌ରେ ୨୭୧ଟି କେକ୍‌ ବରାଦ କରାଯାଇଥିଲା। ଚଳିତବର୍ଷ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ହୋଇଥିବା ବରାଦକୁ ନେଇ ସ୍ବିଗି ତା’ର ରିପୋର୍ଟ ପ୍ରକାଶ କରିଛି। ତେବେ ନାଗପୁରର ଜଣେ ଗ୍ରାହକ ସ୍ବିଗିରେ ଗୋଟିଏ ଦିନରେ ୯୨ଟି କେକ୍‌ ଅର୍ଡର କରିଛନ୍ତି।
ଅନ୍ୟପକ୍ଷରେ ୨୦୨୩ରେ ଅନ୍ୟାନ୍ୟ ଖାଦ୍ୟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ହେଉଛି ସର୍ବାଧିକ ବରାଦ ହୋଇଥିବା ଡିଶ୍‌। ସ୍ବିଗିର ରିପୋର୍ଟ ଅନୁଯାୟୀ ବିରିୟାନୀ କ୍ରମାଗତ ୮ ବର୍ଷ ହେଲା ଅନ୍‌ଲାଇନ ଅର୍ଡର ହେବା ଖାଦ୍ୟ ମଧ୍ୟରେ ଶୀର୍ଷରେ ରହିଛି। ଏହି ବର୍ଷ ପ୍ରତି ୧ ସେକେଣ୍ଡରେ ୨.୫ ପ୍ଲେଟ୍‌ ବିରିୟାନୀ ଅର୍ଡର ହୋଇଥିବା ସ୍ବିଗି ତା’ର ବ୍ଲଗ୍‌ରେ ଦର୍ଶାଇଛି। ତେବେ ପ୍ରତି ୫.୫ ପ୍ଲେଟ୍‌ ଚିକେନ ବିରିୟାନୀ ତୁଳନାରେ ୧ ପ୍ଲେଟ୍‌ ଭେଜ୍‌ ବିରିୟାନୀ ବରାଦ ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରତି ୬ ପ୍ଲେଟ୍‌ ମଧ୍ୟରୁ ଗୋଟିଏ ପ୍ଲେଟ୍‌ ବିରିୟାନୀ ହାଇଦ୍ରାବାଦରୁ ଅର୍ଡର ହୋଇଛି। ଅକ୍ଟୋବର ୧୪ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ବିଶ୍ୱକପ୍‌ କିକ୍ରେଟ୍‌ ମ୍ୟାଚ୍‌ ବେଳେ ଭାରତୀୟମାନେ ପ୍ରତି ମିନିଟ୍‌ରେ ୫୦ ପ୍ଲେଟ୍‌ ବିରିୟାନୀ ଅର୍ଡର କରିଥିଲେ। ବିଶେଷକରି ଚଣ୍ଡୀଗଡ଼ର ଗୋଟିଏ ପରିବାର ଉକ୍ତଦିନ ଏକାଥରରେ ୭୦ ପ୍ଲେଟ୍‌ ବିରିୟାନୀ ସ୍ବିଗି ମାଧ୍ୟମରେ ମଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ...

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

ଦିଲ୍ଲୀ ଅବକାରି ନୀତି ମାମଲାରେ ଏଏପି ଅଭିଯୁକ୍ତ, କେଜରିଓ୍ବାଲ, ଏଏପି ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ

ନୂଆଦିଲ୍ଲୀ,୧୭।୫: ମଦ ଦୁର୍ନୀତି ମାମଲାରେ ଇଡି ଉଭୟ ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛନ୍ତି। ଇଡି...

ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା…

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜରିମାନା। ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ଜବାବ ଦାଖଲରେ ବିଳମ୍ବକୁ ନେଇ ରାହୁଲଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri