ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ CAITର ବଡ଼ ନିଷ୍ପତ୍ତି: ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ, ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ, ଇ-କମର୍ସ କମ୍ପାନୀଗୁଡ଼ିକର ଅନିୟମିତ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି। ଏହି ନିଷ୍ପତ୍ତି ଭୁବନେଶ୍ୱରରେ ଆୟୋଜିତ CAITର ଦୁଇ ଦିନିଆ ଜାତୀୟ ପରିଚାଳନା ପରିଷଦ ବୈଠକରେ ଗୃହୀତ ହୋଇଛି, ଯେଉଁଥିରେ ୨୬ଟି ରାଜ୍ୟରୁ ୨୦୦ରୁ ଅଧିକ ବେପାରୀ ନେତା ଅଂଶଗ୍ରହଣ କରିଥିଲେ।

ପହଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣକୁ ଲସ୍କର-ଏ-ତୈବା ସହ ଜଡ଼ିତ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ନାମକ ସଂଗଠନ ନିଜେ କରିଥିବା ମାନିଥିଲା। ଭାରତ ଏହାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବୋଲି ଅଭିଯୋଗ କରିଛି। ଏହାର ପ୍ରତିବାଦରେ CAIT ଏକ ସଂକଳ୍ପ ଗ୍ରହଣ କରି ପାକିସ୍ତାନ ସହ ସମସ୍ତ ଆମଦାନୀ ଓ ରପ୍ତାନୀ ବନ୍ଦ କରିବାକୁ ଘୋଷଣା କରିଛି। CAITର ମହାସଚିବ ତଥା ଚାନ୍ଦନୀଚୌକର ଏମପିପ୍ରବୀଣ ଖାଣ୍ଡେଲୱାଲ କହିଛନ୍ତି, ଏକ ଶତ୍ରୁତାପୂର୍ଣ୍ଣ ଦେଶ ସହ ବାଣିଜ୍ୟ ବଜାୟ ରଖିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ବ୍ୟାପାରୀ ସମୁଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସାର୍ବଭୌମତ୍ୱ ଓ ବାଣିଜି୍ୟକ ସ୍ବାଧୀନତା ରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ।

CAITର ତଥ୍ୟ ଅନୁସାରେ, ୨୦୧୯ର ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନାଟକୀୟ ଭାବେ ହ୍ରାସ ପାଇଥିଲା। ୨୦୧୮ରେ ପ୍ରାୟ ୩ ବିଲିୟନ ଡଲାରର ବାଣିଜ୍ୟ ୨୦୨୪ ସୁଦ୍ଧା ୧.୨ ବିଲିୟନ ଡଲାରକୁ ଖସି ଆସିଥିଲା। ଏପ୍ରିଲ ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ଭାରତ ପାକିସ୍ତାନକୁ ପ୍ରାୟ ୫୦୦ ମିଲିୟନ ଡଲାରର ଔଷଧ, ରାସାୟନିକ, ଚିନି ଓ ଅଟୋ ପାର୍ଟସ ରପ୍ତାନୀ କରିଥିବାବେଳେ ମାତ୍ର ୦.୪୨ ମିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା। ଏବେ ଏହି ବାଣିଜ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି CAIT ଘୋଷଣା କରିଛି।

ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ବୈଠକରେ CAIT ଇ-କମର୍ସ ଓ କ୍ୱିକ କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ନିୟମ ଉଲ୍ଲଙ୍ଘନ, ନକଲି ସାମଗ୍ରୀ ବିକ୍ରି ଏବଂ ଛୋଟ ବେପାରୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗ ଉଠାଇଛି। ସଂଘ ସରକାରଙ୍କୁ ଇ-କମର୍ସ ନୀତି ଏବଂ ଗ୍ରାହକ ସୁରକ୍ଷା ଆଇନ ଓ ବୈଦେଶିକ ପ୍ରତ୍ୟକ୍ଷ ନିବେଶ (FDI) ନୀତି ଅଧୀନରେ ନିୟମଗୁଡ଼ିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛି। ଏହାସହ, ଇ-କମର୍ସ ପ୍ଲାଟଫର୍ମଗୁଡ଼ିକର ପ୍ରଯୁକ୍ତି, ମୂଲ୍ୟ ନିର୍ଦ୍ଧାରଣ ଓ ବିକ୍ରେତା ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଜବାବଦେହିତା ନିଶ୍ଚିତ କରିବାକୁ ଦାବି କରାଯାଇଛି।

CAIT ଆହୁରି ପ୍ରସ୍ତାବ ଦେଇଛି ଯେ କ୍ୱିକ କମର୍ସ ଓ ଇ-କମର୍ସ କାରବାର ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯାଉ, କାରଣ ଏହି ପ୍ଲାଟଫର୍ମଗୁଡ଼ିକ ସୁବିଧାଜନକ କ୍ରୟକୁ ଏକ ବିଳାସପୂର୍ଣ୍ଣ ସେବା ଭାବେ ଗଣ୍ୟ କରାଯାଇପାରେ। ଏହା ଛୋଟ ବେପାରୀଙ୍କୁ ଅନୈତିକ ପ୍ରତିଯୋଗିତାରୁ ରକ୍ଷା କରିବ ବୋଲି CAIT ମତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri