Posted inଜାତୀୟ

ଚାଇନାକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍‌ ଲୋକାଲ’ ପାଇଁ ନିବେଦନ କରିଥିଲେ। ବିଶେଷ କରି ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ସ୍ଥାନୀୟ ଜିନିଷ କିଣିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ମୋଦିଙ୍କ ଏହି ନିବେଦନ ଉପରେ ଲୋକମାନେ ବିଦେଶୀ ସାମଗ୍ରୀକୁ ବହିଷ୍କାର କରିଛନ୍ତି। ବିଶେଷକରି ଏହି ଦୀପାବଳୀରେ ଚାଇନା ବ୍ୟବସାୟୀଙ୍କୁ ବଡ ଝଟ୍‌କା ଲାଗିଛି। ଫେଡେରେସନ ଅଫ ଟ୍ରେଡ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ) ଅନୁଯାୟୀ, ଏହି ଉତ୍ସବରେ ଚାଇନା ପ୍ରାୟ ୪୦ ହଜାର କୋଟି ଟଙ୍କା କ୍ଷତି ସହିଛି। ଏହି ଉତ୍ସବର ରୁତୁରେ ଲୋକମାନେ ଚାଇନାର ଉତ୍ପାଦକୁ ଅଣଦେଖା କରୁଥିବା ଦେଖାଯାଇଥିଲା। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କ୍ୟାଟ ନେତୃତ୍ୱରେ ସାରା ଦେଶରେ ବ୍ୟବସାୟୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର୍‌ ଲୋକାଲ’ ତଥା ଆତ୍ମନିର୍ଭରଶୀଳ ଭାରତ ଆହ୍ବାନକୁ ଦୃଢ ଭାବରେ କାର୍ଯ୍ୟକାରୀ କରିଛନ୍ତି। ଦୀପାବଳିରେ କ୍ରୟ ଏବଂ ବିକ୍ରୟ ସଂଖ୍ୟା ଉତ୍କୃଷ୍ଟ ଥିଲା। କିନ୍ତୁ ଲୋକମାନେ ଖୋଲାଖୋଲି ଭାବେ ଚାଇନାର ଉତ୍ପାଦକୁ ବିରୋଧ କରିଥିଲେ। ବାଣିଜ୍ୟ ସଙ୍ଗଠନ କ୍ୟାଟ ଜାତୀୟ ସଭାପତି ବିସି ଭାରତୀ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ସୂଚନା ଦେଇଛନ୍ତି ଯେ, ଦେଶର ୨୦ଟି ବିଭିନ୍ନ ସହରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଦିପାବଳୀରେ ସାରା ଦେଶରେ ପ୍ରାୟ ୭୨ ହଜାର କୋଟି କାରବାର ହୋଇଥିଲା। କିନ୍ତୁ ଚାଇନା ସିଧାସଳଖ ପ୍ରାୟ ୪୦ ହଜାର କୋଟି କ୍ଷତି ସହିଛି। କ୍ୟାଟ୍‌ ଅନୁଯାୟୀ ଖୁଚୁରା ବ୍ୟବସାୟର ବିଭିନ୍ନ ବିଭାଗରେ ଭଲ ବ୍ୟବସାୟ ଥିଲା। ଭାରତରେ ନିର୍ମିତ ଏଫଏମ୍‌ଜି ଉତ୍ପାଦ, ଉପଭୋକ୍ତା ସାମଗ୍ରୀ, ଖେଳନା, ବୈଦ୍ୟୁତିକ ଉପକରଣ ଏବଂ ଆନୁଷଙ୍ଗିକ ସାମଗ୍ରୀ, ରୋଷେଇ ସାମଗ୍ରୀ, ଉପହାର ସାମଗ୍ରୀ, ମିଠା, ସ୍ନାକ୍ସ, ଘର ସାମଗ୍ରୀ, ବାସନ, ସୁନା ଏବଂ ଅଳଙ୍କାର, ଜୋତା, ଘଣ୍ଟା, ଆସବାବପତ୍ର, ପୋଷାକ, ଘର ସାଜସଜ୍ଜା, ଦୀପାବଳି ପୂଜା ସାମଗ୍ରୀ, ମାଟି ଦୀପ ସମେତ ସାମଗ୍ରୀ ବିକ୍ରୟ ଭଲ ଥିଲା। ଏଥି ସହିତ, ଏହି ଉତ୍ସବରେ ଖଦିି ଦ୍ରବ୍ୟର ରେକର୍ଡ ବିକ୍ରି ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri