କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଏଣିକି ସହଜ ହେବ ଟିକସ ପଇଠ

ଭୁବନେଶ୍ୱର, ୬।୯(ଅନିଲ ଦାସ):ଓଡ଼ିଶା ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଅଧିନିୟମରେ ଥିବା ବ୍ୟବସ୍ଥାଗୁଡ଼ିକୁ ସରଳ କରିବା ଏବଂ କରଦାତାମାନଙ୍କୁ ଅଧିକ ସୁବିଧା ଦେବା ଲାଗି ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ,୨୦୧୭ରେ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ତୃତୀୟ ପକ୍ଷଠାରୁ ମୁଖ୍ୟ କାର୍ଯ୍ୟାଳୟ ଦ୍ବାରା ନିଜର ଉପଯୋଗ କିମ୍ବା ଶାଖା ଅଫିସରେ ଉପଯୋଗ ଲାଗି କ୍ରୟ କରାଯାଇଥିବା ସେବା ହେତୁ ଉପଲବ୍ଧ ଇନପୁଟ୍‌ କର ଜମାର ବଣ୍ଟନ ପାଇଁ, ଅଧିନିୟମର ଧାରା ୨୦ରେ ଧାର୍ଯ୍ୟ କରାଯାଇଥିବା ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ। ଧାରା (୨)ର ଉପ-ଧାରା (୬୧)କୁ ପ୍ରତିସ୍ଥାପିତ କରିବା ମାଧ୍ୟମରେ ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟରମାନେ ବାଧ୍ୟତାମୂଳକ ଭାବେ ଇନପୁଟ୍‌ କର ଜମାର ବଣ୍ଟନକାରୀ ଭାବେ ପରିଗଣିତ ହେବେ। ସେମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସେବା ଉପରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ଧାରା ୯(୩) ଏବଂ ୯(୪) ଅନୁଯାୟୀ ବିପରୀତ ଚାର୍ଜ ବ୍ୟବସ୍ଥା ଅଧୀନରେ କର ପ୍ରଦାନ କରିବେ । ଯଦି ଏକ ମୁଖ୍ୟ କାର୍ଯ୍ୟାଳୟ ନିଜର ଉପଯୋଗ ତଥା ଶାଖା କାର୍ଯ୍ୟାଳୟଗୁଡ଼ିକ ଉପଯୋଗ ଲାଗି ସାଧାରଣ ଇନପୁଟ୍‌ ସେବା କ୍ରୟ କରୁଥିବେ ଏବଂ ଭିନ୍ନ ଭିନ୍ନ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଇନପୁଟ୍‌ କର ଜମା ବଣ୍ଟନ କରୁଥିବେ ତେବେ ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର (ଆଇଏସ୍‌ଡି) ଭାବରେ ସେମାନଙ୍କର ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ପୂର୍ବରୁ ଏକ ସର୍କୁଲାର ଜରିଆରେ ସ୍ପଷ୍ଟ କରାଯାଇଥିଲା ଯେ ମୁଖ୍ୟ କାର୍ଯ୍ୟାଳୟ ପାଖରେ ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ବ୍ୟବସ୍ଥା କିମ୍ବା କ୍ରସ ଚାର୍ଜ ପଥ ଅନୁସରଣ କରି ଏଭଳି ସାଧାରଣ ଇନପୁଟ୍‌ ସେବାରୁ ଉପଲବ୍ଧ ଇନପୁଟ୍‌ କର ଜମାକୁ ବଣ୍ଟନ କରିବାର ବିକଳ୍ପ ଅଛି। ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ମାର୍ଗ ସେମାନଙ୍କ ଲାଗି ବାଧ୍ୟତାମୂଳକ ନ ଥିଲା। ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ବ୍ୟବସ୍ଥା ଦ୍ବାରା ମିଳିଥିବା ସେବା ଉପରେ ଆଦାୟ କରାଯାଉଥିବା କେନ୍ଦ୍ରୀୟ କର ବା ସମନ୍ବିତ କର ଜମା ବଣ୍ଟନ କରିବା ପାଇଁ ଏବେ କଟକଣା ଓ ସର୍ତ୍ତାବଳୀ ସହିତ ଏକ ନୂତନ ପଦ୍ଧତି ପ୍ରଚଳନ କରାଯିବ । ସରକାରଙ୍କ ଦ୍ବାରା ବିଜ୍ଞାପିତ ସ୍ବତନ୍ତ୍ର ପ୍ରକ୍ରିୟା ଅନୁଯାୟୀ ପାନ ମସଲା, ତମାଖୁ ଇତ୍ୟାଦି ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ କେତେକ ମେଶିନ ପଞ୍ଜୀକରଣ କରିବାରେ ବିଫଳ ହେଲେ ଜରିମାନା ବ୍ୟବସ୍ଥା କରିବା ପାଇଁ ଏକ ନୂତନ ଧାରା ୧୨୨କ’ ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ର ଧାରା ୩(କ)ର ସଂଶୋଧନ ମାଧ୍ୟମରେ ଆୟୁକ୍ତ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କରଙ୍କ ପଦବୀର ନାମକୁ ପରିବର୍ତ୍ତିତ କରି ସେ ଯଦି ପ୍ରମୁଖ ଶାସନ ସଚିବ ପାହ୍ୟାର ହୋଇଥିବେ ତେବେ ତାଙ୍କୁ ମୁଖ୍ୟ ଆୟୁକ୍ତ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଭାବେ ନାମିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri