କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଏଣିକି ସହଜ ହେବ ଟିକସ ପଇଠ

ଭୁବନେଶ୍ୱର, ୬।୯(ଅନିଲ ଦାସ):ଓଡ଼ିଶା ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଅଧିନିୟମରେ ଥିବା ବ୍ୟବସ୍ଥାଗୁଡ଼ିକୁ ସରଳ କରିବା ଏବଂ କରଦାତାମାନଙ୍କୁ ଅଧିକ ସୁବିଧା ଦେବା ଲାଗି ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ,୨୦୧୭ରେ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ତୃତୀୟ ପକ୍ଷଠାରୁ ମୁଖ୍ୟ କାର୍ଯ୍ୟାଳୟ ଦ୍ବାରା ନିଜର ଉପଯୋଗ କିମ୍ବା ଶାଖା ଅଫିସରେ ଉପଯୋଗ ଲାଗି କ୍ରୟ କରାଯାଇଥିବା ସେବା ହେତୁ ଉପଲବ୍ଧ ଇନପୁଟ୍‌ କର ଜମାର ବଣ୍ଟନ ପାଇଁ, ଅଧିନିୟମର ଧାରା ୨୦ରେ ଧାର୍ଯ୍ୟ କରାଯାଇଥିବା ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ। ଧାରା (୨)ର ଉପ-ଧାରା (୬୧)କୁ ପ୍ରତିସ୍ଥାପିତ କରିବା ମାଧ୍ୟମରେ ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟରମାନେ ବାଧ୍ୟତାମୂଳକ ଭାବେ ଇନପୁଟ୍‌ କର ଜମାର ବଣ୍ଟନକାରୀ ଭାବେ ପରିଗଣିତ ହେବେ। ସେମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସେବା ଉପରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ଧାରା ୯(୩) ଏବଂ ୯(୪) ଅନୁଯାୟୀ ବିପରୀତ ଚାର୍ଜ ବ୍ୟବସ୍ଥା ଅଧୀନରେ କର ପ୍ରଦାନ କରିବେ । ଯଦି ଏକ ମୁଖ୍ୟ କାର୍ଯ୍ୟାଳୟ ନିଜର ଉପଯୋଗ ତଥା ଶାଖା କାର୍ଯ୍ୟାଳୟଗୁଡ଼ିକ ଉପଯୋଗ ଲାଗି ସାଧାରଣ ଇନପୁଟ୍‌ ସେବା କ୍ରୟ କରୁଥିବେ ଏବଂ ଭିନ୍ନ ଭିନ୍ନ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଇନପୁଟ୍‌ କର ଜମା ବଣ୍ଟନ କରୁଥିବେ ତେବେ ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର (ଆଇଏସ୍‌ଡି) ଭାବରେ ସେମାନଙ୍କର ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ପୂର୍ବରୁ ଏକ ସର୍କୁଲାର ଜରିଆରେ ସ୍ପଷ୍ଟ କରାଯାଇଥିଲା ଯେ ମୁଖ୍ୟ କାର୍ଯ୍ୟାଳୟ ପାଖରେ ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ବ୍ୟବସ୍ଥା କିମ୍ବା କ୍ରସ ଚାର୍ଜ ପଥ ଅନୁସରଣ କରି ଏଭଳି ସାଧାରଣ ଇନପୁଟ୍‌ ସେବାରୁ ଉପଲବ୍ଧ ଇନପୁଟ୍‌ କର ଜମାକୁ ବଣ୍ଟନ କରିବାର ବିକଳ୍ପ ଅଛି। ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ମାର୍ଗ ସେମାନଙ୍କ ଲାଗି ବାଧ୍ୟତାମୂଳକ ନ ଥିଲା। ଇନପୁଟ୍‌ ସର୍ଭିସ୍‌ ଡିଷ୍ଟ୍ରିବ୍ୟୁଟର ବ୍ୟବସ୍ଥା ଦ୍ବାରା ମିଳିଥିବା ସେବା ଉପରେ ଆଦାୟ କରାଯାଉଥିବା କେନ୍ଦ୍ରୀୟ କର ବା ସମନ୍ବିତ କର ଜମା ବଣ୍ଟନ କରିବା ପାଇଁ ଏବେ କଟକଣା ଓ ସର୍ତ୍ତାବଳୀ ସହିତ ଏକ ନୂତନ ପଦ୍ଧତି ପ୍ରଚଳନ କରାଯିବ । ସରକାରଙ୍କ ଦ୍ବାରା ବିଜ୍ଞାପିତ ସ୍ବତନ୍ତ୍ର ପ୍ରକ୍ରିୟା ଅନୁଯାୟୀ ପାନ ମସଲା, ତମାଖୁ ଇତ୍ୟାଦି ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ କେତେକ ମେଶିନ ପଞ୍ଜୀକରଣ କରିବାରେ ବିଫଳ ହେଲେ ଜରିମାନା ବ୍ୟବସ୍ଥା କରିବା ପାଇଁ ଏକ ନୂତନ ଧାରା ୧୨୨କ’ ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ର ଧାରା ୩(କ)ର ସଂଶୋଧନ ମାଧ୍ୟମରେ ଆୟୁକ୍ତ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କରଙ୍କ ପଦବୀର ନାମକୁ ପରିବର୍ତ୍ତିତ କରି ସେ ଯଦି ପ୍ରମୁଖ ଶାସନ ସଚିବ ପାହ୍ୟାର ହୋଇଥିବେ ତେବେ ତାଙ୍କୁ ମୁଖ୍ୟ ଆୟୁକ୍ତ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଭାବେ ନାମିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri