ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଏଥିରେ ବିଧାନସଭା ବଜେଟ୍‌ ଅଧିବେଶନର ସତ୍ରାବସାନ, ଉଚ୍ଚଶିକ୍ଷାରେ ଅନୁଦାନ ବ୍ୟବସ୍ଥାରେ ସଂଶୋଧନ, ପୂର୍ତ୍ତ ବିଭାଗର ଦୁଇଟି, ଅର୍ଥ ବିଭାଗର ଗୋଟିଏ ସମେତ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି।