ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ।
ବିଶେଷକରି ରାଜ୍ୟ ସରକାର କରୋନା ମୁକାବିଲା ଏବଂ ଟିକାକରଣ ଉପରେ ଗୁରୁତ୍ୱାରୋପ କରିବେ। ଇତିମଧ୍ୟରେ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ବୈଠକରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯିବ ବୋଲି କୁହାଯାଉଛି।