କ୍ୟାବିନେଟ୍‌ ବୈଠକ: ୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୨୩ା୪: ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୋଟ୍‌ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବକୁ ଆଲୋଚନା ପରେ ଅନୁମୋଦନ କରାଯାଇଛି।

ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କରିଛନ୍ତି ସରକାର।

ଅନୁସୂଚିତ ଜାତି ଓ ଜନଜାତି କ୍ୟାଡର ପୁନଃଗଠନ ହେବ। ଏଥିସହିତ ୨୪ ନୂଆ ପଦବୀ ସୃଷ୍ଟି କରାଯିବାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଅବକାରୀ କନଷ୍ଟେବଳ ଡିଭିଜନ ବଦଳାଯାଇ ଜିଲା କ୍ୟାଡର କରାଯାଇଛି। ୧୦୮ କୋଟି ଟଙ୍କା ବ୍ୟୟ ବରାଦରେ ବୈତରଣୀ ବାମ ଓ ଡାହାଣ କେନାଲ କାର୍ଯ୍ୟ ହେବ। ଏଥିସହିତ ଭଦ୍ରକ, ବାଲେଶ୍ବର, କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଆଗାମୀ ୫ ବର୍ଷ ପାଇଁ ୧୦୮ ସେବା ପାଇଁ ୨୩୯୮ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?