Posted inଜାତୀୟ

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ ହାର୍ନେସିଂ ଆଣ୍ଡ୍‌ ଆଡ୍‌ଭାନ୍ସମେଣ୍ଟ ଅଫ୍‌ ନ୍ୟୁକ୍ଲିଅର ଏନର୍ଜି ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ଶାନ୍ତି) ବିଲ୍‌, ୨୦୨୫କୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ନିମ୍ନ ସଦନରେ ଆଗତ କରିଥିଲେ, ଯାହାକି ଧ୍ୱନିମତରେ ପାରିତ ହୋଇଥିଲା। ତେବେ ଦେଶର ବେସାମରିକ ଆଣବିକ କ୍ଷେତ୍ରରେ ଘରୋଇ ସେକ୍ଟରର ନିୟନ୍ତ୍ରଣ ପାଇଁ ଏଥିରେ ପ୍ରସ୍ତାବ ରହିଥିବାରୁ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ।
ଶାନ୍ତି ବିଲ୍‌ ଆଗତ କରି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ, ଏହି ବିଧେୟକ ଏକ ମାଇଲ୍‌ଖୁଣ୍ଟ, ଯାହାକି ଦେଶର ବିକାଶଯାତ୍ରାକୁ ନୂଆ ଦିଗ ଦେଖାଇବ। ଭୂରାଜନୈତିକ ପ୍ରେକ୍ଷାପଟରେ ଭାରତର ଭୂମିକା ବଢ଼ିବାରେ ଲାଗିଛି। ଆମକୁ ଏକ ଗ୍ଲୋବାଲ ପ୍ଲେୟାର ହେବାକୁ ହେଲେ ବୈଶ୍ୱିକ ବେଞ୍ଚମାର୍କ ଓ ରଣନୀତିଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ। ବର୍ତ୍ତମାନ ସାରା ବିଶ୍ୱ ସ୍ୱଚ୍ଛ ଶକ୍ତି ଆଡ଼କୁ ଅଗ୍ରସର ହେଉଛି। ଆମେ ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ୱାଟ୍‌ ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛେ। ଏହି ଲକ୍ଷ୍ୟ ହାସଲ ପାଇଁ ଶାନ୍ତି ବିଲ୍‌କୁ ଆଇନରେ ପରିଣତ କରିବାକୁ ପଡ଼ିବ। ଅନ୍ୟପକ୍ଷେ ପ୍ରଚଳିତ ଥିବା ସିଭିଲ୍‌ ଲାଇବିଲିଟି ଫର୍‌ ନ୍ୟୁକ୍ଲିଅର ଡ୍ୟାମେଜ୍‌ ଆକ୍ଟ, ୨୦୧୦କୁ ଏହା ଦୁର୍ୱଳ କରିଦେବ ବୋଲି କହି ବିରୋଧୀ ଦଳଗୁଡ଼ିକ ଉକ୍ତ ବିଲ୍‌କୁ ଦୃଢ଼ ବିରୋଧ କରି ସରକାରଙ୍କୁ ଘେରିଥିଲେ। ପ୍ରକାଶ ଯେ, ୨୦୧୦ର ଆଇନରେ କୌଣସି ଆଣବିକ କେନ୍ଦ୍ରରେ ଦୁର୍ଘଟଣା ଘଟିଲେ ଆଣବିକ ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାକୁ ଉତ୍ତରଦାୟୀ କରାଯାଇଥାଏ। କିନ୍ତୁ ପ୍ରସ୍ତାବିତ ଆଇନରେ ଏଭଳି ଅଘଟଣ କ୍ଷେତ୍ରରେ ସମ୍ପୃକ୍ତ କମ୍ପାନୀକୁ କ୍ଷତିପୂରଣ ପ୍ରଦାନରୁ ଛାଡ଼ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri