Posted inଜାତୀୟ

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ ହାର୍ନେସିଂ ଆଣ୍ଡ୍‌ ଆଡ୍‌ଭାନ୍ସମେଣ୍ଟ ଅଫ୍‌ ନ୍ୟୁକ୍ଲିଅର ଏନର୍ଜି ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ଶାନ୍ତି) ବିଲ୍‌, ୨୦୨୫କୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ନିମ୍ନ ସଦନରେ ଆଗତ କରିଥିଲେ, ଯାହାକି ଧ୍ୱନିମତରେ ପାରିତ ହୋଇଥିଲା। ତେବେ ଦେଶର ବେସାମରିକ ଆଣବିକ କ୍ଷେତ୍ରରେ ଘରୋଇ ସେକ୍ଟରର ନିୟନ୍ତ୍ରଣ ପାଇଁ ଏଥିରେ ପ୍ରସ୍ତାବ ରହିଥିବାରୁ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ।
ଶାନ୍ତି ବିଲ୍‌ ଆଗତ କରି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ, ଏହି ବିଧେୟକ ଏକ ମାଇଲ୍‌ଖୁଣ୍ଟ, ଯାହାକି ଦେଶର ବିକାଶଯାତ୍ରାକୁ ନୂଆ ଦିଗ ଦେଖାଇବ। ଭୂରାଜନୈତିକ ପ୍ରେକ୍ଷାପଟରେ ଭାରତର ଭୂମିକା ବଢ଼ିବାରେ ଲାଗିଛି। ଆମକୁ ଏକ ଗ୍ଲୋବାଲ ପ୍ଲେୟାର ହେବାକୁ ହେଲେ ବୈଶ୍ୱିକ ବେଞ୍ଚମାର୍କ ଓ ରଣନୀତିଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ। ବର୍ତ୍ତମାନ ସାରା ବିଶ୍ୱ ସ୍ୱଚ୍ଛ ଶକ୍ତି ଆଡ଼କୁ ଅଗ୍ରସର ହେଉଛି। ଆମେ ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ୱାଟ୍‌ ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛେ। ଏହି ଲକ୍ଷ୍ୟ ହାସଲ ପାଇଁ ଶାନ୍ତି ବିଲ୍‌କୁ ଆଇନରେ ପରିଣତ କରିବାକୁ ପଡ଼ିବ। ଅନ୍ୟପକ୍ଷେ ପ୍ରଚଳିତ ଥିବା ସିଭିଲ୍‌ ଲାଇବିଲିଟି ଫର୍‌ ନ୍ୟୁକ୍ଲିଅର ଡ୍ୟାମେଜ୍‌ ଆକ୍ଟ, ୨୦୧୦କୁ ଏହା ଦୁର୍ୱଳ କରିଦେବ ବୋଲି କହି ବିରୋଧୀ ଦଳଗୁଡ଼ିକ ଉକ୍ତ ବିଲ୍‌କୁ ଦୃଢ଼ ବିରୋଧ କରି ସରକାରଙ୍କୁ ଘେରିଥିଲେ। ପ୍ରକାଶ ଯେ, ୨୦୧୦ର ଆଇନରେ କୌଣସି ଆଣବିକ କେନ୍ଦ୍ରରେ ଦୁର୍ଘଟଣା ଘଟିଲେ ଆଣବିକ ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାକୁ ଉତ୍ତରଦାୟୀ କରାଯାଇଥାଏ। କିନ୍ତୁ ପ୍ରସ୍ତାବିତ ଆଇନରେ ଏଭଳି ଅଘଟଣ କ୍ଷେତ୍ରରେ ସମ୍ପୃକ୍ତ କମ୍ପାନୀକୁ କ୍ଷତିପୂରଣ ପ୍ରଦାନରୁ ଛାଡ଼ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri