ସାର ସବ୍‌ସିଡିକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୪: କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ବୁଧବାର ଫସ୍‌ଫେଟିକ୍‌ ଆଣ୍ଡ ପୋଟାସିକ୍‌ (ପି ଆଣ୍ଡ କେ) ସାର ପାଇଁ ସବ୍‌ସିଡିରେ ପ୍ରାୟ ୫୦% ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିସହିତ ଖରିଫ ଋତୁରେ ସାର ଦାମ୍‌ ବୃଦ୍ଧି ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ସବ୍‌ସିଡିକୁ ୧,୬୫୦ ଟଙ୍କାରୁ ବୃଦ୍ଧି କରି ବ୍ୟାଗ୍‌ ପିଛା ୨୫୦୦ ଟଙ୍କା ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଛନ୍ତି। ଫଳରେ ପି ଆଣ୍ଡ କେ ସାର ସବ୍‌ସିଡିକୁ ୨୧,୦୦୦ କୋଟି ଟଙ୍କାରୁ ୬୦,୯୩୯.୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଏପ୍ରିଲ୍‌ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲୁଥିବା ଖରିଫ ଋତୁ ପାଇଁ ପି ଆଣ୍ଡ କେ ସାର ଲାଗି ପୋଷକ ଏବଂ ତତ୍ତ୍ୱ ଆଧାରିତ ସବ୍‌ସିଡି ଦର ପାଇଁ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ଦେଶର ୧୪ କୋଟି ଚାଷୀ ଲାଭବାନ୍‌ ହେବେ। ତେବେ ଏହାଦ୍ୱାରା ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ସାର ସବ୍‌ସିଡି ଉପରେ କେନ୍ଦ୍ରର ବ୍ୟୟ ୨.୧୦ ଲକ୍ଷ କୋଟିରୁ ୨.୩୦ ଲକ୍ଷ କୋଟି ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଅନୁସାରେ ଏହା ଅନ୍ୟ ଆର୍ଥିକ ବର୍ଷ ତୁଳନାରେ ଏକ ବର୍ଷର ସାର ସବ୍‌ସିଡି ପାଇଁ ସର୍ବାଧିକ ବ୍ୟୟ। ପୂର୍ବରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟରେ ସାର ସବ୍‌ସିଡି ପାଇଁ ୧.୦୫ଲକ୍ଷ କୋଟି ଟଙ୍କାର ଅନୁମାନ କରାଯାଇଥିଲା। ବୈଶ୍ୱିକ ଅଶୋଧିତ ତୈଳ ବୃଦ୍ଧି ପ୍ରଭାବକୁ କମ୍‌ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଏହାଛଡ଼ା ସରକାର ସବ୍‌ସିଡି ବୃଦ୍ଧି ନ କଲେ ଚାଷୀଙ୍କୁ ଅଧିକ ଦାମ୍‌ରେ ସାର କ୍ରୟ କରିବାକୁ ପଡ଼ିବ। ତେବେ ସରକାର ଚାଷୀଙ୍କୁ ବୋଝ ଦେଇ ନିଜେ କୌଣସି ରାଜନୈତିକ ରିସ୍କ ନେବାକୁ ଚାହୁଁ ନ ଥିବା ଆଶା କରାଯାଉଛି। ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ସାର ତିଆରି ଖର୍ଚ୍ଚ ବୃଦ୍ଧି ପାଇଛି। ଯୁଦ୍ଧ ଦ୍ୱାରା ଫସ୍‌ଫେଟିକ୍‌ ଆଣ୍ଡ ପୋଟାସିୟମ୍‌ ସାରର ଯୋଗାଣ ପ୍ରଭାବିତ ହୋଇଛି। ସାର କମ୍ପାନୀଗୁଡ଼ିକ ଅନୁସାରେ କାନାଡା, ଚାଇନା, ଜୋର୍ଡନ, ମାଲେସିଆ, ଇଣ୍ଡୋନେସିଆ ଏବଂ ଆମେରିକାରୁ ସାର ତିଆରି କଞ୍ଚାମାଲ ଆସୁଥିବାରୁ ଦର ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri