ଭୁବନେଶ୍ୱର,୨୨ା୬(ଅନିଲ ଦାସ) ଇଚ୍ଛାଧୀନ କୋଟା ବଳରେ ସରକାରୀ ଜମି ହାତେଇଥିବା ବ୍ୟକ୍ତିଙ୍କୁ ଆଇନଗତ ମାଲିକାନା ହକ୍ ଦେବା ନେଇ ୭ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଟାସ୍କଫୋର୍ସଙ୍କ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ବୁଧବାର ଅନୁମୋଦନ କରିଛି। ଏଥିରେ ଟାସ୍କଫୋର୍ସ ରିପୋର୍ଟ ପରିଶିଷ୍ଟ ‘ଭିଏ’ରେ ଉଲ୍ଲିଖିତ ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକରେ ଲିଜ୍ ଦଲିଲ ସମ୍ପାଦନ ଓ ଅନ୍ୟାନ୍ୟ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟାବଳୀ ସମ୍ପର୍କିତ ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛନ୍ତି। ଟାସ୍କଫୋର୍ସ ତାଙ୍କ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିସ କରିଛନ୍ତି ଯେ, ଇଚ୍ଛାଧୀନ କୋଟା ଆବଣ୍ଟନଗ୍ରାହୀ ଓ ଏକାଧିକ ଆବଣ୍ଟନ ଗ୍ରାହୀମାନଙ୍କ ଦ୍ୱାରା ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକ ରଦ୍ଦ କରାଯିବା ଉଚିତ୍। ଏହି ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ପ୍ରାପ୍ତ ହୋଇଥିବା ଏକକ ପ୍ଲଟ/ ଗୃହ/ ଫ୍ଲାଟର ଆବଣ୍ଟନ କ୍ଷେତ୍ରରେ ଏହା ରଦ୍ଦ କରାଯିବ ନାହିଁ। କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ଏବଂ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ଆବଣ୍ଟିତ ଏକକ ପ୍ଲଟ/ଫ୍ଲାଟ/ଗୃହ (ଯାହା ଦଖଲ ସ୍ବତ୍ୱ ଭିତ୍ତିରେ ପରବର୍ତ୍ତୀ ସମୟରେ ମୂଳ ଆବଣ୍ଟନ ଗ୍ରାହୀମାନଙ୍କ ଦ୍ୱାରା ବିଧିସମ୍ମତ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି), ସେଭଳି ମାମଲାଗୁଡ଼ିକୁ ଟାସ୍କଫୋର୍ସ ରିପୋର୍ଟ ପରିଧିରୁ ବାଦ୍ ଦିଆଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଇଚ୍ଛାଧୀନ କୋଟାକୁ ନେଇ ହଟଚମଟ ପରେ ୨୦୧୧ରେ ସମସ୍ତ ଇଚ୍ଛାଧୀନ କୋଟାକୁ ରାଜ୍ୟ ସରକାର ରଦ୍ଦ କରି ଦେଇଥିଲେ। ଉକ୍ତ ରିପୋର୍ଟକୁ ୨୦୧୪ ଡିସେମ୍ବର ୧୮ରେ କ୍ୟାବିନେଟ ଅନୁମୋଦନ କରିଥିଲେ। ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିସ କରାଯାଇଛି ଯେ, ଇଚ୍ଛାଧୀନ କୋଟାରେ ପ୍ରଥମେ ପ୍ଲଟ ଓ ଘର ପାଇ ତାକୁ ଅନ୍ୟ ନଁାକୁ ଟ୍ରାନ୍ସଫର କରି ପୁଣିଥରେ ଦ୍ୱିତୀୟ ଥର ଇଚ୍ଛାଧୀନ କୋଟାରେ ପ୍ଲଟ୍ ଅବା ଘର ପାଇଥିବା ହିତାଧିକାରୀଙ୍କ ପୂର୍ବ ହସ୍ତାନ୍ତରଣକୁ ରଦ୍ଦ କରାଯିବ। ସେହିପରି ଏସବୁ ପାଇଁ ଅନୁମତି ଦେଇଥିବା ସିଡିଏ, ବିଡିଏ ଓ ଗୃହ ନିର୍ମାଣ ବୋର୍ଡର ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ତେବେ ଦୀର୍ଘ ୧୨ ବର୍ଷ ପରେ ମଧ୍ୟ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏଥିସହିତ ଗଞ୍ଜାମ ଜିଲାର କନିଷି ତହସିଲ ଅନ୍ତର୍ଗତ ଶୀତଳପଲ୍ଲୀ ମୌଜାରେ ଟାଟା ଷ୍ଟିଲ ଲିମିଟେଡ୍ ଦ୍ୱାରା ମଲଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ୪୩ ଏକର ୦୫୦ ଡିସିମିଲ ସରକାରୀ ଜମି ବାବଦରେ ସରକାର ଇନ୍ସିଡେଣ୍ଟାଲ ଚାର୍ଜ ଓ ଦଖଲ ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ଭୂ ରାଜସ୍ବ ଓ ବାର୍ଷିକ ଦେୟ ସେସ୍ ଏବଂ ସମସ୍ତ ବକେୟା ଦେୟ ଉପରେ ସୁଧଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଜମିକୁ ଲିଜରେ ନେବା ନିମନ୍ତେ ଟାଟା ଷ୍ଟିଲ ବର୍ତ୍ତମାନଠାରୁ ରିହାତି ମୂଲ୍ୟରେ ଏକର ପ୍ରତି ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ ରାଜସ୍ବ ଓ ଭୂ ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ଦେୟ ପ୍ରଦାନ କରିବ। ରାଜସ୍ବ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...
Archives


