ଦ୍ୱିତୀୟ ଦିନର ଗଣତି ସୁଦ୍ଧା ୫୦୦ ପାର୍‌ କଲାଣି ବିଜେଡି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ଦିନ ଭୋଟ୍‌ ଗଣତି। ତେବେ ଗତକାଲିର ଗଣତି ମଧ୍ୟ ଆଜି ଅପରାହ୍ନ ୧ଟା ସୁଦ୍ଧା ସରିନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଟିର ଫଳାଫଳ ଆସିଛି। ଆହୁରି ୧୫ଟିର ଫଳାଫଳ ହସ୍ତଗତ ହୋଇନାହିଁ।

ଏହି ୩୦୦ଟି ମଧ୍ୟରୁ ବିଜେଡି ୨୬୮ଟିରେ ବିଜୟୀ ହୋଇଥିବା ବେଳେ ଭାଜପା ଏବଂ କଂଗ୍ରେସ ୧୪ଟି ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ଦୁଇଟି ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳକୁ ମିଳିଛି ଆଉ ୨ଟି ଆସନ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୬୦୦ଟି ଆସନରେ ଗଣତି ଚାଲିଥିବାବେଳେ ବିଜେଡି ୫୨୧ଟିରେ ଆଗୁଆ/ବିଜୟୀ ରହିଛି। କିନ୍ତୁ ଭାଜପା ୪୩ ଏବଂ କଂଗ୍ରେସ ୩୦ଟି ଆସନରେ ଆଗୁଆ/ବିଜୟୀ ଅଛନ୍ତି। ଅନ୍ୟାନ୍ୟ ପ୍ରାର୍ଥୀ ୬ଟିରେ ଆଗୁଆ/ବିଜୟୀ ଅଛନ୍ତି।