୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍‌ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…

ଜେରୁଜେଲମ୍‌, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହି ସୂଚନା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲୀ ବେନେଟ୍ଟ ଦେଇଛନ୍ତି। ସେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଲେଜର କାନ୍ଥ ଇସ୍ରାଏଲକୁ କ୍ଷେପଣାସ୍ତ୍ର, ରକେଟ, ଡ୍ରୋନ ଦ୍ୱାରା କରାଯାଉଥିବା ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ଏହି ଲେଜର ସିଷ୍ଟମ ତିଆରି କରୁଥିବା ଅନୁସନ୍ଧାନ ଏବଂ ବିକାଶ ଦଳ ୨୦୨୪ ସୁଦ୍ଧା ଏହି କ୍ଷେପଣାସ୍ତ୍ର ନିୟୋଜନ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହି ସୁରକ୍ଷା କାର୍ଯ୍ୟ ଶୀଘ୍ର କରିବାକୁ ସୈନ୍ୟ ବିଭାଗ ପକ୍ଷରୁ ଜୋର୍‌ ଦିଆଯାଉଛି।

ଏହି ସିଷ୍ଟମକୁ ପ୍ରଥମେ ପରୀକ୍ଷା କରାଯିବ ବୋଲି ବେନେଟ କହିଛନ୍ତି। ସଫଳ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଏହା ପ୍ରଥମେ ଇସ୍ରାଏଲର ଦକ୍ଷିଣ ଅଞ୍ଚଳରେ ଏବଂ ପରେ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକ୍ଷମ ହେବ। ସେ କହିଛନ୍ତି ଯେ ଲେଜର ଆଧାରିତ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟ ସିଷ୍ଟମ ପରେ ପଡ଼ୋଶୀ ଦେଶ ସହିତ ଇସ୍ରାଏଲ୍‌ର କୂଟନୈତିକ ସମୀକରଣରେ ବହୁତ ପରିବର୍ତ୍ତନ ହେବାର ଆଶା ରହିଛି।

ଶତ୍ରୁ ରାଷ୍ଟ୍ରମାନେ ପ୍ରତିରକ୍ଷା କ୍ଷେତ୍ରରେ ବିପୁଳ ବିନିଯୋଗ କରୁଥିବାବେଳେ ଇସ୍ରାଏଲ୍‌ କମ୍‌ ଖର୍ଚ୍ଚରେ ଏହା ସମ୍ପନ୍ନ କରିବ। ବେନେଟ ସୂଚାଇ ଦେଇଛନ୍ତି ଯେ ବର୍ତ୍ତମାନ ବ୍ୟବହୃତ ହେଉଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆଇରନ ଡୋମରେ ପ୍ରତ୍ୟେକ ଇଣ୍ଟରସେପ୍ଟର ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ଏବଂ ପ୍ରତ୍ୟେକ ଆସୁଥିବା ରକେଟ ସାଧାରଣତ ଗୋଟିଏରୁ ଅଧିକ ଇଣ୍ଟରସେପ୍ଟର ଆବଶ୍ୟକ କରିଥାଏ। ଏପରି ପରିସ୍ଥିତିରେ, ଯଦି କିଛି ହଜାର ଟଙ୍କା ମୂଲ୍ୟର ଏକ ଇଲେକ୍ଟ୍ରିକ ପଲ୍ସ ଦ୍ୱାରା ମିଜାଇଲ କିମ୍ବା ରକେଟକୁ ନଷ୍ଟ କରିବା ସମ୍ଭବ, ତେବେ ଏହା ଏକ ଭଲ କଥା ଏବଂ କମ୍‌ ଖର୍ଚ୍ଚରେ ହୋଇ ପାରିବ।
ବନ୍ଧୁ ଦେଶଙ୍କୁ ଏହି ଟେକ୍ନୋଲୋଜି ଦେବାକୁ ଇସ୍ରାଏଲ୍‌ କହିଛି। ଇସ୍ରାଏଲର ସହଯୋଗୀମାନଙ୍କୁ ଲେଜର-ଆଧାରିତ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟ ସିଷ୍ଟମ ଯୋଗାଇବା ପାଇଁ ବେନେଟ କହିଛନ୍ତି। ସେ କହିଛନ୍ତି ଯେ ଏହି ଲେଜର ସିଷ୍ଟମ ଆମର ବନ୍ଧୁମାନଙ୍କୁ ସାହାଯ୍ୟ କରିପାରିବ ଯେଉଁମାନେ ଇରାନ ଏବଂ ଏହାର ବିଦ୍ରୋହୀଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri