ଅକ୍ଟୋବର ୧୦ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ କମ୍ପାର୍ଟମେଣ୍ଟ ରେଜଲ୍ଟ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷାଫଳ ଅକ୍ଟୋବର ୧୦ କିମ୍ବା ତା’ ପୂର୍ବରୁ ପ୍ରକାଶ ପାଇବ। ଏ ନେଇ ସିବିଏସ୍‌ଇ ପକ୍ଷରୁ ଗୁରୁବାର ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି। ଯେହେତୁ ଅକ୍ଟୋବର ୩୧ ସୁଦ୍ଧା ନାମଲେଖା ଶେଷ ହେବ, ତେଣୁ କମ୍ପାର୍ଟମେଣ୍ଟ ରେଜଲ୍ଟ ଶୀଘ୍ର ପ୍ରକାଶ କରିବା ପାଇଁ ୟୁଜିସି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା। ପ୍ରାୟ ୨ଲକ୍ଷ ଛାତ୍ରୀଛାତ୍ର ଏହି କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଛନ୍ତି। ସେମାନେ ଯେପରି ବିଭିନ୍ନ କଲେଜରେ ନାମଲେଖାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାାଇଁ ପରୀକ୍ଷାଫଳ ଶୀଘ୍ର ପ୍ରକାଶନ ସଂକ୍ରାନ୍ତରେ ଜଣାଇବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ସିବିଏସ୍‌ଇ ଓ ୟୁଜିସିକୁ କହିଥିଲେ।