ଜୁନ୍‌ ୨୦୨୨ ସୁଦ୍ଧା ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ୨୦୨୨ ଜୁନ୍‌ ସୁଦ୍ଧା ସରିବ ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟର ଷ୍ଟେଟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି) କାମ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି। ଏହାସହ ସେ ଇଣ୍ଟର ଷ୍ଟେଟ ବସ୍‌ ଟର୍ମିନାଲର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା ମଧ୍ୟ କରିଛନ୍ତି। ୧୫.୫ ଏକର ପରିମିତ ଜମିରେ ଏହି ବସ୍‌ ଟର୍ମିନାଲ କାମ ଚାଲିଥିବାବେଳେ ଏଥିଲାଗି ୧୮୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଜୁନ୍‌ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଖଣ୍ଡଗିରିରେ ୩୦୦ ବସ୍‌ ପାର୍କିଂ କ୍ଷମତା ବିଶିଷ୍ଟ ବସ୍‌ ଡିପୋ ମଧ୍ୟ ଏହାର ଏକ ଅଂଶବିଶେଷ। ଠିକ୍‌ ସମୟରେ କାମ ଶେଷ କରିବା ଉପରେ ୫-ଟି ସଚିବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉକ୍ତ ପ୍ରକଳ୍ପର ଗୁଣବତ୍ତା ନେଇ ପାଣ୍ଡିଆନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାଛଡ଼ା ଅନ୍ୟ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ମଧ୍ୟ ସେ ସମୀକ୍ଷା କରିଛନ୍ତି।
ସେହିପରି ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ କମ୍‌ କରିବା ପାଇଁ ସମାନ୍ତରାଳ ରାସ୍ତା କାମ ପିଡବ୍ଲ୍ୟୁଡି ଦ୍ୱାରା ଚାଲିଛି। ଏହି ରାସ୍ତା ସିଆର୍‌ପିଏଫ ଛକରୁ ଇନ୍‌ଷ୍ଟିଚ୍ୟୁଟ ଅଫ ମାଥ୍‌ମେଟିକ୍ସକୁ ସଂଯୋଗ କରିବ। ୯୨ କୋଟି ଟଙ୍କା ବ୍ୟୟରେ ୧୩.୬ କି.ମି. ରାସ୍ତା ନିର୍ମାଣ କରାଯାଉଛି। ବର୍ତ୍ତମାନ ଜାଭିୟରଛକରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ୬ ଲେନ୍‌ ବିଶିଷ୍ଟ ୫.୧୭ କି.ମି. ରାସ୍ତା କାର୍ଯ୍ୟ କରାଯାଉଛି। ଏହି ପ୍ରକଳ୍ପ କାମ ଆସନ୍ତା ଫେବୃୟାରୀ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁରଠାରେ ପିପିପି ମୋଡ୍‌ରେ ବିଡିଏ ପକ୍ଷରୁ ସୁଲଭ ଗୃହ ନିର୍ମାଣ କରାଯାଉଛି। ୨୦.୨୧ ଏକର ଜାଗାରେ ୨୬୦୦ ଘର ନିର୍ମାଣାଧୀନ ରହିଛି। ଏହି କଲୋନୀରେ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସପିଂ ଏରିଆ ଓ ଖେଳିବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ୨୨୧ କୋଟି ଟଙ୍କା ବ୍ୟୟରେ ଇଡ୍‌କୋ ଦ୍ୱାରା ଇନ୍‌ଫୋସିଟି ନିକଟରେ ଇନକ୍ୟୁବେସନ ଟାଓ୍ବାର ନିର୍ମାଣାଧୀନ ରହିଛି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ୫-ଟି ସଚିବଙ୍କ ସମୀକ୍ଷା ସମୟରେ ସାଙ୍ଗରେ ବିଏମ୍‌ସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ। ଉନ୍ନତମାନର କାର୍ଯ୍ୟ ଉପରେ ୫-ଟି ସଚିବ ଗୁରୁତ୍ୱ ଦେଇଥିବାବେଳେ ନିର୍ଦ୍ଦିଷ୍ଟ ସମୟସୀମା ସୁଦ୍ଧା ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri