ଉପନିର୍ବାଚନ: ୧୦୦ଜଣଙ୍କୁ ନେଇ ସମାବେଶ ଅନୁମତି

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ଅକ୍ଟୋବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୩୧ ଯାଏ ରାଜ୍ୟରେ ମଠ ମନ୍ଦିର, ସିନେମା ହଲ୍‌, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଥିବାରୁ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସେହି ନିର୍ବାଚନ ମଣ୍ଡଳୀଗୁଡିକରେ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସମାବେଶ କରିବାକୁ ଅନୁମତି ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ ଅନ୍ୟାନ୍ୟ ଅଞ୍ଚଳରେ ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ ସମାବେସ ଉପରେ କଟକଣା ବଳବତ୍ତର ରହିଛି।
ସଂକ୍ରମିତ ଅଞ୍ଚଳରେ ପୂର୍ବଭଳି ଲକ୍‌ଡାଉନ ଜାରି ରହିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍‌ଲାଇନ ଅନୁଯାୟୀ ସ୍ଥାନୀୟ ଅଧିକାରୀମାନେ ସଂକ୍ରମିତ ଜୋନ୍‌ ଚିହ୍ନଟ କରିବେ। ସେହି ସବୁ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ଅନ୍ୟ କୌଣସି ପ୍ରକାର ଯାତାୟାତକୁ ବାରଣ କରାଯାଇଛି। ଘରକୁ ଘର ବୁଲି ସଂକ୍ରମିତଙ୍କ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଜାରି ରହିବ। ସଂକ୍ରମିତ ଅଞ୍ଚଳ ବାହାରେ କୌଣସି ପ୍ରଶାସନ ଲକ୍‌ଡାଉନ ଘୋଷଣା କରି ପାରିବେ ନାହିଁ।
ସଂକ୍ରମିତ ଅଞ୍ଚଳ ବାହାରେ ଆସନ୍ତା ୩୧ ତାରିଖ ଯାଏ ଧାର୍ମିକ ଅନୁଷ୍ଠାନ, ସ୍କୁଲ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଅନଲାଇନ ପାଠପଢା ଜାରି ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଅନ୍‌ଲାଇନ କ୍ଲାସ, ଟେଲି କାଉନ୍‌ସେଲିଂ କାର୍ଯ୍ୟ ପାଇଁ ଅନୁମତି ଦେଇପାରିବେ। ଯଦି କୌଣସି ଅଡିଟୋରିୟମ କିମ୍ବା ସମ୍ମିଳନୀ କକ୍ଷରେ ସମାବେଶ କରାଯିବ ତେବେ ସମୁଦାୟ ଆସନ ସଂଖ୍ୟାର ୫୦ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୧୦୦ଜଣଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ ଆୟତନ ଅନୁଯାୟୀ ୧୦୦ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଉପନିର୍ବଚନ ବେଳେ ସମ୍ପୃକ୍ତ ଜିଲାର ଜିଲାପାଳ ରାଜନୈତିକ ସମାବେଶକୁ ନେଇ କଟକଣା ଜାରି କରିପାରିବେ। ସୁଇମିଂପୁଲ୍‌, ଥିଏଟର, ଆସେମ୍ବ୍ଲ୍ଲି , ଅଡିଟୋରିୟମ ଇଦ୍ୟାଦି ଅକ୍ଟୋବର ୩୧ ତାରିଖ ଯାଏ ବନ୍ଦ ରହିବ। ଅକ୍ଟୋବର ୧୫ ପରେ କେତେକ କାର୍ଯ୍ୟକଳାପ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡ୍‌୍‌ଲାଇନ ଜାରି କରିବେ। ଏହା ପରେ ରାଜ୍ୟ ସରକାର ନିୟମାବଳୀ ଜାରି କରିବେ। ଏଥିସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ କଡାକଡି କରିବା ସହ ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି।
ଶୁକ୍ରବାର ବିଧାନସଭା ବନ୍ଦ
ଭୁବନେଶ୍ୱର,୧ା୧୦(ବ୍ୟୁରୋ)- ଅକ୍ଟେବାର ୨ ଗାନ୍ଧୀ ଜୟନ୍ତୀ ପାଇଁ ଶୁକ୍ରବାର ବିଧାନସଭା ବନ୍ଦ ରହିବ। ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବିଧାନସଭା ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ ଆସନ୍ତା ରବିବାର ଛୁଟି ସତ୍ତ୍ୱେ ବିଧାନସଭା କାର୍ଯ୍ୟ ଚାଲୁ ରହିବ। ଚଳିତ ମୌସୁମୀ ଅଧିବେଶନ ମାତ୍ର ୮ ଦିନ ପାଇଁ ବସୁଥିବାରୁ ରବିବାର ବିଧାନସଭା ଚଲାଇବା ପାଇଁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri