ଉପନିର୍ବାଚନ: ୧୦୦ଜଣଙ୍କୁ ନେଇ ସମାବେଶ ଅନୁମତି

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ଅକ୍ଟୋବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୩୧ ଯାଏ ରାଜ୍ୟରେ ମଠ ମନ୍ଦିର, ସିନେମା ହଲ୍‌, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଥିବାରୁ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସେହି ନିର୍ବାଚନ ମଣ୍ଡଳୀଗୁଡିକରେ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସମାବେଶ କରିବାକୁ ଅନୁମତି ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ ଅନ୍ୟାନ୍ୟ ଅଞ୍ଚଳରେ ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ ସମାବେସ ଉପରେ କଟକଣା ବଳବତ୍ତର ରହିଛି।
ସଂକ୍ରମିତ ଅଞ୍ଚଳରେ ପୂର୍ବଭଳି ଲକ୍‌ଡାଉନ ଜାରି ରହିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍‌ଲାଇନ ଅନୁଯାୟୀ ସ୍ଥାନୀୟ ଅଧିକାରୀମାନେ ସଂକ୍ରମିତ ଜୋନ୍‌ ଚିହ୍ନଟ କରିବେ। ସେହି ସବୁ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ଅନ୍ୟ କୌଣସି ପ୍ରକାର ଯାତାୟାତକୁ ବାରଣ କରାଯାଇଛି। ଘରକୁ ଘର ବୁଲି ସଂକ୍ରମିତଙ୍କ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଜାରି ରହିବ। ସଂକ୍ରମିତ ଅଞ୍ଚଳ ବାହାରେ କୌଣସି ପ୍ରଶାସନ ଲକ୍‌ଡାଉନ ଘୋଷଣା କରି ପାରିବେ ନାହିଁ।
ସଂକ୍ରମିତ ଅଞ୍ଚଳ ବାହାରେ ଆସନ୍ତା ୩୧ ତାରିଖ ଯାଏ ଧାର୍ମିକ ଅନୁଷ୍ଠାନ, ସ୍କୁଲ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଅନଲାଇନ ପାଠପଢା ଜାରି ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଅନ୍‌ଲାଇନ କ୍ଲାସ, ଟେଲି କାଉନ୍‌ସେଲିଂ କାର୍ଯ୍ୟ ପାଇଁ ଅନୁମତି ଦେଇପାରିବେ। ଯଦି କୌଣସି ଅଡିଟୋରିୟମ କିମ୍ବା ସମ୍ମିଳନୀ କକ୍ଷରେ ସମାବେଶ କରାଯିବ ତେବେ ସମୁଦାୟ ଆସନ ସଂଖ୍ୟାର ୫୦ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୧୦୦ଜଣଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ ଆୟତନ ଅନୁଯାୟୀ ୧୦୦ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଉପନିର୍ବଚନ ବେଳେ ସମ୍ପୃକ୍ତ ଜିଲାର ଜିଲାପାଳ ରାଜନୈତିକ ସମାବେଶକୁ ନେଇ କଟକଣା ଜାରି କରିପାରିବେ। ସୁଇମିଂପୁଲ୍‌, ଥିଏଟର, ଆସେମ୍ବ୍ଲ୍ଲି , ଅଡିଟୋରିୟମ ଇଦ୍ୟାଦି ଅକ୍ଟୋବର ୩୧ ତାରିଖ ଯାଏ ବନ୍ଦ ରହିବ। ଅକ୍ଟୋବର ୧୫ ପରେ କେତେକ କାର୍ଯ୍ୟକଳାପ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡ୍‌୍‌ଲାଇନ ଜାରି କରିବେ। ଏହା ପରେ ରାଜ୍ୟ ସରକାର ନିୟମାବଳୀ ଜାରି କରିବେ। ଏଥିସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ କଡାକଡି କରିବା ସହ ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି।
ଶୁକ୍ରବାର ବିଧାନସଭା ବନ୍ଦ
ଭୁବନେଶ୍ୱର,୧ା୧୦(ବ୍ୟୁରୋ)- ଅକ୍ଟେବାର ୨ ଗାନ୍ଧୀ ଜୟନ୍ତୀ ପାଇଁ ଶୁକ୍ରବାର ବିଧାନସଭା ବନ୍ଦ ରହିବ। ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବିଧାନସଭା ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ ଆସନ୍ତା ରବିବାର ଛୁଟି ସତ୍ତ୍ୱେ ବିଧାନସଭା କାର୍ଯ୍ୟ ଚାଲୁ ରହିବ। ଚଳିତ ମୌସୁମୀ ଅଧିବେଶନ ମାତ୍ର ୮ ଦିନ ପାଇଁ ବସୁଥିବାରୁ ରବିବାର ବିଧାନସଭା ଚଲାଇବା ପାଇଁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri