ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬%, ତିର୍ତ୍ତୋଲରେ ୩୯.୬୮ % ମତଦାନ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି। ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ତେବେ ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଛି। ସେହିପରି ତିର୍ତ୍ତୋଲରେ ଦିନ ୧ଟା ସୁଦ୍ଧା ୩୯.୬୮% ମତଦାନ ହୋଇଛି।
ଅନ୍ୟପକ୍ଷରେ ବାଲେଶ୍ୱରରେ ପୋଲିସ କର୍ମଚାରୀ ଚିରିକୁଟି ବାଣ୍ଟିବା ପ୍ରସଙ୍ଗରେ ସମ୍ପୃକ୍ତ ବୁଥ୍‌ରୁ ୨ କର୍ମଚାରୀଙ୍କୁ ହଟାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ବାଲେଶ୍ୱର ଓ ତିର୍ତ୍ତୋଲରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ସକାଳ ୯ଟା ସୁଦ୍ଧା ଦୁଇଟି ଯାକ ଆସନରେ ୯.୮୧ ପ୍ରତିଶତ ଭୋଡି ହୋଇଥିଲା। ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଓ ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଭୋଟ ହୋଇଥିଲା।