୧୧ଟା ସୁଦ୍ଧା ୩୨% ମତଦାନ

ଝାରସୁଗୁଡ଼ା ଅଫିସ,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ। ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ୍‌ ହୋଇଛି। ଏଥର ୬୦ଟି ବୁଥ୍‌ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି।