Posted inଖେଳ

ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା

ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍‌ ବ୍ରେକ୍‌ ପରେ ପ୍ରଥମଥର ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ। ସମ୍ମାନଜନକ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସ ସମେତ ବ୍ୟାଙ୍କକ୍‌ରେ ଖେଳାଯିବାକୁଥିବା ୩ଟିି ଟୁର୍ନାମେଣ୍ଟରେ ସେମାନେ ଅଂଶଗ୍ରହଣ କରିବେ। ଅଲିମ୍ପିକ ଯୋଗ୍ୟତାକୁ ନଜରରେ ରଖି ବ୍ୟାଡମିଣ୍ଟନ ଆସୋସିଏଶନ ଅପ୍‌ ଇଣ୍ଡିଆ (ବାଇ) ଜାନୁୟାରୀରେ ହେବାକୁଥିବା ଏହି ୩ଟି ଟୁର୍ନାମେଣ୍ଟ ଲାଗି ୮ଜଣିଆ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଟିମ୍‌ରେ ସିନ୍ଧୁ, ସାଇନାଙ୍କ ବ୍ୟତୀତ ବି. ସାଇ ପ୍ରଣୀଥ, କିଡାମ୍ବି ଶ୍ରୀକାନ୍ତ, ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ଶେଟ୍ଟି, ଅଶ୍ୱିନ ପୋନାପ୍ପା ଏବଂ ଏନ୍‌ ସିକ୍କି ରେଡ୍ଡୀ। ଜାନୁୟାରୀ ୧୨ରୁ ୧୭ ପର୍ଯ୍ୟନ୍ତ ହେବାକୁଥିବା ୟୋନେକ୍ସ ଥାଇଲାଣ୍ଡ ଓପନ୍‌ରେ ସେମାନେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହାପରେ ଟୟୋଟା ଥାଇଲାଣ୍ଡ ଓପନ୍‌ (ଜାନୁୟାରୀ ୧୯ରୁ ୨୪) ଏବଂ ଜାନୁୟାରୀ ୨୭ରୁ ୩୧ ସମ୍ମାନଜନକ ଏଚ୍‌ଏସ୍‌ବିସି ବିଡ୍ବଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ ଅନୁଷ୍ଠିତ ହେବ। ମାର୍ଚ୍ଚରେ କରୋନା ଭାଇରସ ଦେଖାଦେବାପରଠାରୁ ସମଗ୍ର ବିଶ୍ୱରେ କେତେକ କ୍ରୀଡ଼ା ଇଭେଣ୍ଟକୁ ବାତିଲ ଅବା ସ୍ଥଗିତ ରଖିବାକୁ ପଡ଼ିଥିଲା। ଶ୍ରୀକାନ୍ତଙ୍କୁ ଛାଡ଼ିଦେଲେ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ଟପ୍‌ ଖେଳାଳିମାନେ ପ୍ରଥମଥର ଭାଗନେବାକୁ ଯାଉଛନ୍ତି। ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ ଅକ୍ଟୋବରରେ ଡେନ୍‌ମାର୍କ ଓପନ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri