କିଣା ୨୫ ବିକା ୧୦୦ରୁ ଅଧିକ…

ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି। ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତୈଳ ରହିଥାଏ। ଏକ ହିସାବ ଅନୁସାରେ ଭାରତ କିଣୁଥିବା ଅଶୋଧିତ ଏକ ବ୍ୟାରେଲର ଦାମ ୧୫୯ ଲିଟର ପିଛା ୪,୦୪୩.୧୬ ଟଙ୍କା ରହିଛି। ଅର୍ଥାତ୍‌ ଲିଟର ପିଛା ଏହା ୨୫.୪୩ ଟଙ୍କା ହେଉଛି। ଅଶୋଧିତ ତୈଳ ଦାମ ଲଟର ପିଛା ୨୫.୪୩ ଟଙ୍କା ହେଲେ ମଧ୍ୟ ଦେଶରେ ପେଟ୍ରୋଲ ଦାମ ହାରାହାରି ୧୦୩ ଟଙ୍କା ରହିଛି। ଅପର ପକ୍ଷରେ ଡିଜେଲ ଦାମ ହାରାହାରି ୯୪ ଟଙ୍କା ରହିଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ କିଣା ୨୫ ଟଙ୍କା ପଡୁଥିବାବେଳେ ଶୋଧନ ପରେ ବିକ୍ରି ୧୦୦ ଟଙ୍କାରୁ ଅଧିକ ରହୁଛି।

ସରକାରଙ୍କ ପକ୍ଷରୁ ପେଟ୍ରୋଲ ଉପରେ ଲିଟର ପିଛା ହାରାହାରି ୩୨.୯୮ ଟଙ୍କାର ଟିକସ ଲାଗୁ ହେଉଥିବାବେଳେ ଡିଜେଲ ଉପରେ ହାରାହାରି ୩୧.୮୩ ଟଙ୍କା ଏକ୍ସାଇଜ ଡ୍ୟୁଟି ଲାଗୁ ହେଉଛି। ଜିଏସ୍‌ଟିର ସର୍ବାଧିକ ଟିକସ ୨୮ ପ୍ରତିଶତ ଥିଲେ ମଧ୍ୟ ପେଟ୍ରୋଲ ଡିଜେଲ ଉପରେ ଏହା ୧୦୦ ପ୍ରତିଶତ ଲାଗୁ ହେଉଛି। ଅଶୋଧିତ ତୈଳ ଉପରେ ୧୩.୭୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଥାଏ। ଏହା ସହିତ ଅଶୋଧିତ ତୈଳ ଉପରେ ପରିବହନ ତଥା ବୀମା ଚାର୍ଜ, ରିଫାଇନିଂ ମାର୍ଜିନ, ଡିଲର କମିଶନ, ଏକ୍ସଚେଞ୍ଜ ରେଟ ଆଦି ଲାଗୁ ହୋଇଥାଏ।

ଅର୍ନ୍ତଜାତୀୟ ବଜାରରୁ ଲିଟର ପିଛା ହାରାହାରି ୨୫ ଟଙ୍କାରେ କିଣାଯାଉଥିବା ଅଶୋଧିତ ତୈଳର ଦାମ ଶୋଧନ ପରେ ୧୦୦ ଟଙ୍କାରୁ ଅଧିକ ହେଉଛି। ପେଟ୍ରୋଲ ଡିଜେଲ ଦାମ ବଢ଼ିବା ଦ୍ୱାରା ପରିବହନ ଉପରେ ନିର୍ଭର କରୁଥିବା ସମସ୍ତ ସାମଗ୍ରୀର ଦାମ ଆପଣା ଛାଏଁ ବଢ଼ିବାରେ ଲାଗିଛି। ଦେଶରେ ମହଙ୍ଗା ସ୍ଥିତି ସଙ୍କଟ ଜନକ ସ୍ଥିତିରେ ରହିଛି।

ବ୍ୟାରେଲ ପିଛା ଅଶୋଧିତ ତୈଳ ଦାମ ମାର୍ଚ୍ଚରେ ୧୪୦ ଡଲାର ଅର୍ଥାତ ୧୧,୫୩୮ ଟଙ୍କାଥିଲା। ତେବେ ଏହା ଲିଟର ପିଛା ୭୨.୫୭ ଟଙ୍କା ଥିଲା। ମାତ୍ର ଏବେ ରୁଷିଆ ତୈଳର ଦାମ ଲିଟର ପିଛା ୨୫.୪୩ ଟଙ୍କାରେ ପହଞ୍ଚିଛି। ଗତ ୧୦ ମାସରେ ବ୍ରେଣ୍ଟ ଲିଟର ପିଛା ୪୭.୧୪ ଟଙ୍କା ଶସ୍ତା ହୋଇଛି। ତେଣୁ ପେଟ୍ରୋଲ-ଡିଜେଲ ଦାମ ଘରୋଇ ବଜାରରେ ହାରାହାରି ୪୭ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ ବୋଲି ଅର୍ଥଶାସ୍ତ୍ରୀମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri