କିଣା ୨୫ ବିକା ୧୦୦ରୁ ଅଧିକ…

ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି। ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତୈଳ ରହିଥାଏ। ଏକ ହିସାବ ଅନୁସାରେ ଭାରତ କିଣୁଥିବା ଅଶୋଧିତ ଏକ ବ୍ୟାରେଲର ଦାମ ୧୫୯ ଲିଟର ପିଛା ୪,୦୪୩.୧୬ ଟଙ୍କା ରହିଛି। ଅର୍ଥାତ୍‌ ଲିଟର ପିଛା ଏହା ୨୫.୪୩ ଟଙ୍କା ହେଉଛି। ଅଶୋଧିତ ତୈଳ ଦାମ ଲଟର ପିଛା ୨୫.୪୩ ଟଙ୍କା ହେଲେ ମଧ୍ୟ ଦେଶରେ ପେଟ୍ରୋଲ ଦାମ ହାରାହାରି ୧୦୩ ଟଙ୍କା ରହିଛି। ଅପର ପକ୍ଷରେ ଡିଜେଲ ଦାମ ହାରାହାରି ୯୪ ଟଙ୍କା ରହିଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ କିଣା ୨୫ ଟଙ୍କା ପଡୁଥିବାବେଳେ ଶୋଧନ ପରେ ବିକ୍ରି ୧୦୦ ଟଙ୍କାରୁ ଅଧିକ ରହୁଛି।

ସରକାରଙ୍କ ପକ୍ଷରୁ ପେଟ୍ରୋଲ ଉପରେ ଲିଟର ପିଛା ହାରାହାରି ୩୨.୯୮ ଟଙ୍କାର ଟିକସ ଲାଗୁ ହେଉଥିବାବେଳେ ଡିଜେଲ ଉପରେ ହାରାହାରି ୩୧.୮୩ ଟଙ୍କା ଏକ୍ସାଇଜ ଡ୍ୟୁଟି ଲାଗୁ ହେଉଛି। ଜିଏସ୍‌ଟିର ସର୍ବାଧିକ ଟିକସ ୨୮ ପ୍ରତିଶତ ଥିଲେ ମଧ୍ୟ ପେଟ୍ରୋଲ ଡିଜେଲ ଉପରେ ଏହା ୧୦୦ ପ୍ରତିଶତ ଲାଗୁ ହେଉଛି। ଅଶୋଧିତ ତୈଳ ଉପରେ ୧୩.୭୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଥାଏ। ଏହା ସହିତ ଅଶୋଧିତ ତୈଳ ଉପରେ ପରିବହନ ତଥା ବୀମା ଚାର୍ଜ, ରିଫାଇନିଂ ମାର୍ଜିନ, ଡିଲର କମିଶନ, ଏକ୍ସଚେଞ୍ଜ ରେଟ ଆଦି ଲାଗୁ ହୋଇଥାଏ।

ଅର୍ନ୍ତଜାତୀୟ ବଜାରରୁ ଲିଟର ପିଛା ହାରାହାରି ୨୫ ଟଙ୍କାରେ କିଣାଯାଉଥିବା ଅଶୋଧିତ ତୈଳର ଦାମ ଶୋଧନ ପରେ ୧୦୦ ଟଙ୍କାରୁ ଅଧିକ ହେଉଛି। ପେଟ୍ରୋଲ ଡିଜେଲ ଦାମ ବଢ଼ିବା ଦ୍ୱାରା ପରିବହନ ଉପରେ ନିର୍ଭର କରୁଥିବା ସମସ୍ତ ସାମଗ୍ରୀର ଦାମ ଆପଣା ଛାଏଁ ବଢ଼ିବାରେ ଲାଗିଛି। ଦେଶରେ ମହଙ୍ଗା ସ୍ଥିତି ସଙ୍କଟ ଜନକ ସ୍ଥିତିରେ ରହିଛି।

ବ୍ୟାରେଲ ପିଛା ଅଶୋଧିତ ତୈଳ ଦାମ ମାର୍ଚ୍ଚରେ ୧୪୦ ଡଲାର ଅର୍ଥାତ ୧୧,୫୩୮ ଟଙ୍କାଥିଲା। ତେବେ ଏହା ଲିଟର ପିଛା ୭୨.୫୭ ଟଙ୍କା ଥିଲା। ମାତ୍ର ଏବେ ରୁଷିଆ ତୈଳର ଦାମ ଲିଟର ପିଛା ୨୫.୪୩ ଟଙ୍କାରେ ପହଞ୍ଚିଛି। ଗତ ୧୦ ମାସରେ ବ୍ରେଣ୍ଟ ଲିଟର ପିଛା ୪୭.୧୪ ଟଙ୍କା ଶସ୍ତା ହୋଇଛି। ତେଣୁ ପେଟ୍ରୋଲ-ଡିଜେଲ ଦାମ ଘରୋଇ ବଜାରରେ ହାରାହାରି ୪୭ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ ବୋଲି ଅର୍ଥଶାସ୍ତ୍ରୀମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri