Posted inଜାତୀୟ

୩୦ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ୨ ଚିହ୍ନରୁ ଜାଣିଲେ ସ୍ତ୍ରୀ: ଆଉ ତା’ପରେ…

ପାଟନା,୪।୮:ବିବାହର ବକ୍ସର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ୩୦ ବର୍ଷ ହେବ ନିଖୋଜ ଥିବା ସ୍ବାମୀଙ୍କୁ ପାଇଛନ୍ତି ସ୍ତ୍ରୀ। ଆଉ ତା’ପରେ ଧୂମଧାମରେ ଉଭୟଙ୍କ ମଧ୍ୟରେ ହୋଇଛି ପୁଣିଥରେ ବିବାହ। ହୁଏତ ଏହା ଏକ ଫିଲ୍ମ କାହାଣୀ ପରି ଲାଗୁଛି, କିନ୍ତୁ ସତ।
ଘଟଣାଟି ବକ୍ସର ଜିଲାର କୋରାନ ସରାଇ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ଯେଉଁ ବ୍ୟକ୍ତିଙ୍କୁ ୩୦ ବର୍ଷ ହେବ ମୃତ ବୋଲି କୁହାଯାଉଥିଲା, ଏପରିକି ଶ୍ରାଦ୍ଧ ମଧ୍ୟ ଦିଆଯାଉଥିଲା। ସେହି ବ୍ୟକ୍ତିଙ୍କୁ ଜୀବନ୍ତ ଦେଖି ଖୁସି ହେବା ସ୍ବାଭାବିକ। ରାମ ଅବତାର ସାହୁଙ୍କ ପୁଅ ଘନଶ୍ୟାମ ଗତ ୩୦ ବର୍ଷ ଧରି ନିଖୋଜ ଥିଲେ। ସେ କିଛି କାମ ପାଇଁ ବକ୍ସର ଯାଇଥିଲେ ଏବଂ ପରେ ଫେରି ନ ଥିଲେ। ସେତେବେଳେ ତାଙ୍କ ସ୍ତ୍ରୀ ମୁନ୍ନି ଦେବୀ ଦୁଇଟି ସନ୍ତାନର ମା’ ଥିଲେ। ସ୍ବାମୀ ହଠାତ୍‌ ନିଖୋଜ ହେବା ପରେ ମୁନି ଦେବୀ ଦୁଃଖରେ ଭାଙ୍ଗି ପଡିଥିଲେ। ୧୦ ବର୍ଷ ପରେ ଘନଶ୍ୟାମ ନ ଫେରିବାରୁ ତାଙ୍କ ଶ୍ରାଦ୍ଧ କରାଯାଇଥିଲା। କିନ୍ତୁ ଦିନେ ହଠାତ୍‌ ମୁନି ଦେବୀ ଫୋନ୍‌ ଯୋଗେ ଝାନସୀ ପୋଲିସ ଷ୍ଟେଶନରୁ ସୂଚନା ପାଇଲେ ଯେ ତାଙ୍କ ସ୍ବାମୀ ଜୀବିତ ଅଛନ୍ତି। ଏହା ଶୁଣି ମୁନ୍ନି ଦେବୀଙ୍କ ଖୁସି କୌଣସି ସୀମା ନ ଥିଲା।
ସଙ୍ଗେ ସଙ୍ଗେ ମୁନ୍ନି ଦେବୀ ତାଙ୍କ ଜ୍ୱାଇଁ ଏବଂ ଝିଅକୁ ଧରି ଝାନସୀ ପୋଲିସ ଷ୍ଟେଶନକୁ ଯାଇଥିଲେ। ସେଠାରୁ ଭିଡିଓ କଲିଂ ମାଧ୍ୟମରେ ସେ ତାଙ୍କ ସ୍ବାମୀ ଘନଶ୍ୟାମଙ୍କୁ ଚିହ୍ନଟ କରିଥିଲେ। ମୁନି ଦେବୀ କହିଛନ୍ତି, ସ୍ବାମୀଙ୍କ ବାମ ଗୋଡରେ କଳାଯାଇ ଏବଂ ଭାତୁଡି ଦେଖି ସେ ତାଙ୍କୁ ଚିହ୍ନଟ କରିଥିଲେ। ପରେ କାଗଜପତ୍ର ଦେଖାଇ ସେ ସ୍ବାମୀଙ୍କୁ ଘରକୁ ଆଣିଥିଲେ।
ଘନଶ୍ୟାମ ଘରେ ପହଞ୍ଚିବା ମାତ୍ରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ପ୍ରଥମେ ଲୋକମାନେ ବିଶ୍ୱାସ କରିପାରି ନ ଥିଲେ। ପରେ ମୁନ୍ନି ଦେବୀ ଏବଂ ଘନଶ୍ୟାମଙ୍କ ପୁନର୍ବାର ବିବାହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ପ୍ରକାଶ ପାଇଲା JEE ମେନ୍‌ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ,୨୦।୪: ସାରା ଦେଶ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ…

ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri