Posted inଫୁରସତ

ପ୍ରଜାପତି

ଫୁଲରୁ ଫୁଲ ଉଡ଼ିବୁଲୁଥିବା ରଙ୍ଗବେରଙ୍ଗ ପ୍ରଜାପତିର ଦୃଶ୍ୟ ସତରେ କେଡ଼େ ମନଲୋଭା। ସୁନ୍ଦର ଦେଖାଯାଉଥିବା ଏହି ପ୍ରଜାପତି ଏକ ଶଁବାଳୁଆରୁ ସୃଷ୍ଟି ଏକଥା ପ୍ରାୟ ସମସ୍ତେ ଜାଣିଥିବେ। ଜାଣିବା ଏହା ବିିଷୟରେ ଆହୁରି ଅନେକ ତଥ୍ୟ…
ପ୍ରଜାପତି ଖୁବ୍‌ କ୍ଷୁଦ୍ର ଆକାରର ଅର୍ଥାତ୍‌ ମାତ୍ର ୧-୮ଇଞ୍ଚରୁ ଆରମ୍ଭ କରି ୧୨ ଇଞ୍ଚ ପର୍ଯ୍ୟନ୍ତ ଅଛନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ, ଏହି କ୍ଷୁଦ୍ରଜୀବ ଘଣ୍ଟା ପ୍ରତି ୧୨ କି.ମି. ପର୍ଯ୍ୟନ୍ତ ବେଗରେ ଉଡ଼ିପାରେ।
ପ୍ରଜାପତିର ବୟସସୀମା ଖୁବ୍‌ କମ୍‌ ଅର୍ଥାତ୍‌ ମାତ୍ର ୧-୨ ସପ୍ତାହ। ହେଲେ ବ୍ରିମ୍‌ଷ୍ଟୋନ୍‌ ପ୍ରଜାପତି ୯-୧୦ ମାସ ପର୍ଯ୍ୟନ୍ତ ବଞ୍ଚତ୍ଥାଏ।
ପ୍ରଜାପତିର ପକ୍ଷୀ ରଙ୍ଗିନ୍‌ ହୋଇଥିବାରୁ ମୋଟା ତଥା ଅସ୍ପଷ୍ଟ ଲାଗିଥାଏ।
କିନ୍ତୁ ବାସ୍ତବରେ ଏହାର ପକ୍ଷୀ ଟ୍ରାନ୍ସପରେଣ୍ଟ ବା ସ୍ବଚ୍ଛ।
ପ୍ରଜାପତି ପାଦରେ ସ୍ବାଦଗ୍ରନ୍ଥି ରହିଛି। ଏହା ସାହାଯ୍ୟରେ ସେମାନେ ନିଜ ଖାଦ୍ୟ ପାଇଁ କେଉଁ ଗଛରେ ଅଧିକ ଶର୍କରା ରହିଛି ମଧ୍ୟ ସନ୍ଧାନ କରନ୍ତି। ମାଈ ପ୍ରଜାପତି ପାଦ ତଳେ ଛୋଟ ଛୋଟ କଣ୍ଟା ରହିଛି, ଯେଉଁଥିରେ ସେ ଗଛରେ ଥିବା କେମିକାଲକୁ ଚିହ୍ନଟ କରି ଉପଯୁକ୍ତ ଗଛ ଚିହ୍ନଟ କରି ସେଥିରେ ଅଣ୍ଡା ଦିଅନ୍ତି।
ସେମାନଙ୍କ ମୁହଁରେ ଏକ ଶୁଣ୍ଢ ପରି ଗଠନ ରହିଛି, ଯଦ୍ଦ୍ବାରା ସେମାନେ ଫୁଲ, ଫଳ ଆଦିରୁ ମହୁ ସଂଗ୍ରହ କରି ଖାଇଥା’ନ୍ତି।
ପ୍ରଜାପତିଙ୍କୁ ବଞ୍ଚତ୍ବା ଲାଗି ଖଣିଜ ପଦାର୍ଥ ଏବଂ ଲବଣର ଆବଶ୍ୟକତା ହେଉଥିବାରୁ ସେମାନେ ପୋଖରୀରୁ କିମ୍ବା କାଦୁଅ ଥିବା ସ୍ଥାନରୁ ପାଣି ପିଅନ୍ତି।
୫୫ଂ ଫାରେନହିଟ୍‌ରୁ କମ୍‌ ତାପମାତ୍ରାରେ ପ୍ରଜାପତିଙ୍କୁ ଥଣ୍ଡା ଲାଗିଥାଏ, ଫଳରେ ସେମାନଙ୍କୁ ଉଡ଼ିବାରେ କଷ୍ଟ ହୋଇଥାଏ। ତେଣୁ ସେମାନେ ନିଜ ଉଡ଼ିବାରେ ସାହାଯ୍ୟ କରୁଥିବା ମାଂସପେଶୀକୁ ଗରମ କରିବା ଲାଗି ଖୁବ୍‌ ଜୋରରେ ଥରିଥା’ନ୍ତି କିମ୍ବା ସୂର୍ଯ୍ୟକିରଣର ସାହାଯ୍ୟ ନେଇଥା’ନ୍ତି।
ଆଣ୍ଟାର୍କଟିକା ମହାଦେଶରେ ପ୍ରଜାପତି ଦେଖାଯାଆନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri