Posted inଖେଳ

ବଟଲରଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୧୮।୪: ସ୍ଥାନୀୟ ବ୍ରାବୋର୍ନେ ଷ୍ଟାଡିୟମରେ ସୋମବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଫୁଲ ଫର୍ମରେ ଥିବା ଜୋସ ବଟଲର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୧୦୩ ରନ୍‌ର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ପାଳି ଯୋଗୁ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୨୧୭ ରନ୍‌ କରିଛି।

ଟସ୍‌ ଜିତି ବୋଲିଂ ବାଛିବା ଧାରା ଚଳିତ ଆଇପିଏଲରେ ଜାରି ରହିଛି। କେକେଆର ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ପ୍ରତିପକ୍ଷ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ। ପ୍ରଥମ ଦୁଇ ଓଭର ବଲ ଦେଖିବା ପରେ ବଟଲର ଆଟାକିଂ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ଦେବଦତ୍ତ ପାଡିକଲ(୨୪) ଏବଂ ବଟଲରଙ୍କ ଓପନିଂ ଯୋଡ଼ି ଦଳକୁ ୯୭ ରନ୍‌ର ମଜଭୁତ ଆରମ୍ଭ ପ୍ରଦାନ କରିଥିଲା। ଅଧିନାୟକ ସଞ୍ଜୁ ସାମସନ(୩୮ ରନ୍‌, ୩ ଚୌକା ଓ ୨ ଛକା)ଙ୍କ ସହ ବଟଲର ମିଶି ଦଳୀୟ ସ୍କୋରକୁ ୧୬୦ ଅତିକ୍ରମ କରାଇଥିଲେ। ତା’ ପରେ ବଟଲର ପୂରଣ କରିଥିଲେ ଚଳିତ ସିଜନର ଦ୍ୱିତୀୟ ଶତକ। ସେ ୬୧ ବଲରେ ୧୦୩ ରନ୍‌ କରିବା ପରେ ପାଟ କୁମିନ୍ସଙ୍କ ବଲରେ ଆଉଟ୍‌ ହୋଇଥିଲା। ତାଙ୍କ ଇନିଂସରେ ୯ ଚୌକା ଓ ୫ ଛକା ସାମିଲ ଥିଲା। ଶେଷକୁ ଶିମରନ ହେଟମାୟର ୨୬ ରନ୍‌ର ଛୋଟିଆ ହେଲେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଯୋଗୁ ରାଜସ୍ଥାନ ୨୦ ଓଭରରେ ୫ ଉଇକେଟ ହରାଇ ୨୧୭ ରନ୍‌ କରିଥିଲା। କୋଲକାତା ପାଇଁ ସୁନିଲ ନାରିନ ୨ ଉଇକେଟ ନେଇଥିବା ବେଳେ ଶିଭମ ମାଭି, ଆନ୍ଧ୍ରେ ରସେଲ ଓ କୁମିନ୍ସ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri