Posted inଖେଳ

ରୟାଲ୍ସକୁ ଜିତାଇଲେ ବଟଲର

ଆବୁଧାବି, ୨୦।୧୦-ବୋଲରଙ୍କ ଚମତ୍କାରିତା ପରେ ଜୋଶ୍‌ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୭ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ମାତ୍ର ୧୨୫ ରନ କରିଥିବାବେଳେ ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ୧୦ ମ୍ୟାଚରୁ ୪ର୍ଥ ବିଜୟ ସହ ରୟାଲ୍ସ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୭ମ ପରାଜୟ ସହ ଚେନ୍ନାଇର ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ମାତ୍ର ଦଳପାଇଁ ବିଶେଷ ସହାୟକ ହୋଇପାରି ନ ଥିଲା। ମାତ୍ର ୨୬ ରନ ମଧ୍ୟରେ ଦୁଇ ଇନ୍‌ଫର୍ମ ଖେଳାଳି ଫାଫ୍‌ ଡୁ’ପ୍ଲେସି (୧୦) ଓ ଶେନ ଓ୍ବାଟସନ(୮) ଆଉଟ ହେବାରୁ ଦଳ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବାଭାବିକ ବ୍ୟାଟିଂ ନ କରି ଅପେକ୍ଷାକୃତ ଧିମା ଖେଳିଥିବା ସାମ୍‌ କୁରାନ ମଧ୍ୟ ବଡ଼ ସ୍କୋର କରିପାରି ନ ଥିଲେ। ସେ ୨୫ ବଲ୍‌ରୁ ୨୨(୧ ଛକା, ୧ ଚୌକା) ରନ କରି ଆଉଟ ହୋଇଥିଲେ। ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ଶ୍ରେୟାସ ଗୋପାଳ ଏହି ତିନୋଟି ଉଇକେଟ ନେଇଥିଲେ। ଟାଇଟ୍‌ ବୋଲିଂ ଯୋଗୁ ୮ ଓଭରରେ ଯାଇ ଚେନ୍ନାଇ ସ୍କୋର ୫୦ ସ୍ପର୍ଶ କରିଥିଲା। ଅମ୍ବାତି ରାୟୁଡ଼ୁ ଓ ଧୋନୀଙ୍କ ଉପରେ ଇନିଂସ ଗଢ଼ିବା ଭାର ପଡ଼ିଥିଲା। ରାୟୁଡ଼ୁ ମାତ୍ର ୧୩ରନ କରି ରାହୁଲ ଟଓ୍ବୋଟିଆଙ୍କ ବଲ୍‌ରେ ଆଉଟ ହେବାରୁ ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ୧୦ ଓଭର ବେଳକୁ ସୁପରକିଙ୍ଗ୍ସ ସ୍କୋର ୫୬/୪ ହୋଇଥିଲା। ଦୁଇ ଅଭିଜ୍ଞ ଖେଳାଳି ଧୋନୀ ଓ ରବୀନ୍ଦ୍ର ଜାଡେଜା ଧିମା ଖେଳିଥିଲେ। ୧୭ ଓଭରରେ ଯାଇ ଚେନ୍ନାଇ ସ୍କୋର ୧୦୦ ଛୁଇଁଥିଲା। ୫ମ ଉଇକେଟରେ ୫୧ ରନର ଭାଗୀଦାରି ପରେ ଧୋନୀ ରନ ଆଉଟ ହୋଇ ଯାଇଥିଲେ। ସେ ୨୮ ବଲ୍‌ରୁ ୨୮ (୨ ଚୌକା) ରନ କରିଥିଲେ। ଜାଡେଜା ଦଳ ପକ୍ଷରୁ ସର୍ବାଧିକ ୩୦ ବଲ୍‌ରୁ ୩୫(୪ ଚୌକା) ରନକରି ଅପରାଜିତ ରହିଥିଲେ। ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୨୫ ରନ କରିଥିଲା। ଚଳିତ ସିଜନରେ ପ୍ରଥମେ ବ୍ୟାଟିଂ କ୍ଷେତ୍ରରେ ଏହା ସବୁଠାରୁ କମ୍‌ ସ୍କୋର। କେଦାର ଯାଦବ ୭ ବଲ୍‌ ଖେଳିଥିଲେ ହେଁ ୪ ରନରେ ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ ଦୁଇ ସ୍ପିନର ଗୋପାଳ ଓ ଟଓ୍ବୋଟିଆ ଚମତ୍କାର ବୋଲିଂ କରି ୪ ଓଭର ସ୍ପେଲ୍‌ରେ ଯଥାକ୍ରମେ ୧୪ ଓ ୧୮ ରନ ଦେଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆର୍ଚର ଓ ତ୍ୟାଗୀ ଅନ୍ୟ ୨ଟି ଉଇକେଟ ନେଇଥିଲେ।
ଚେନ୍ନାଇପରି ରାଜସ୍ଥାନ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ପ୍ରତିପକ୍ଷ ବୋଲର ଦୀପକ ଚହର ଓ ଜୋଶ୍‌ ହାଜେଉଉଡ୍‌ ଘାତକ ବୋଲିଂ କରି ୨୮ ରନ ମଧ୍ୟରେ ରାଜସ୍ଥାନ ଟପ୍‌ ଅର୍ଡରର ୩ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ବେନ୍‌ ଷ୍ଟୋକ୍ସ ୧୯, ରବିନ ଉଥପ୍ପା ୪ ରନ କରିଥିବାବେଳେ ସଞ୍ଜୁ ସାମସନ ଖାତାଖୋଲିପାରି ନ ଥିଲେ। ମାତ୍ର ଜୋଶ୍‌ ବଟଲର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ସହଜ ବିଜୟ ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଧିନାୟକ ଷ୍ଟିଭ୍‌ ସ୍ମିଥ। ଦୁହେଁ ଅସମାପ୍ତ ୪ର୍ଥ ଉଇକେଟରେ ୯୮ ରନ ଯୋଗକରି ଚେନ୍ନାଇ ବୋଲରଙ୍କୁ ନିରାଶ କରିଥିଲେ। ବୋଲରଙ୍କୁ ସୁହାଉଥିବା ସ୍ଲୋ ପିଚ୍‌ରେ ଧୂଆଁଧାର ବ୍ୟାଟିଂ କରି ବଟଲର ୭୦ ରନରେ ଅପରାଜିତ ରହି ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଥିଲେ। ସେ ୪୮ଟି ବଲ୍‌ ଖେଳି ନିଜ ଇନିଂସ ମଧ୍ୟରେ ୭ ଚୌକା ଓ ୨ ଛକା ମାରିଥିଲେ। ସ୍ମିଥ ୩୪ ବଲ୍‌ରୁ ୨୬(୨ ଚୌକା) ରନରେ ଅପରାଜିତ ଥିଲେ। ଦୀପକ ଓ ହାଜେଲଉଡ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଚେନ୍ନାଇ ବୋଲର ପ୍ରଭାବହୀନ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୨୫/୫ (ଜାଡେଜା-୩୫*, ଧୋନୀ-୨୮, ସାମ୍‌ କୁରାନ-୨୨, ଗୋପାଳ-୧/୧୪, ଟଓ୍ବୋଟିଆ-୧/୧୮, ଆର୍ଚର-୧/୨୦, ତ୍ୟାଗୀ-୧/୩୫)। ରାଜସ୍ଥାନ ୧୭.୩ ଓଭରରେ ୧୨୬/୩ (ବଟଲର-୭୦*, ସ୍ମିଥ-୨୬*, ଦୀପକ-୨/୧୮, ହାଜେଲଉଡ୍‌-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri