ଲଣ୍ଡା ଡଙ୍ଗରକୁ ସବୁଜ ଜଙ୍ଗଲରେ ପରିଣତ କଲେ ବୁଟି

ଟିକିରି,୫।୬(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବାରେ ସମସ୍ତେ ବ୍ୟସ୍ତ। ଏହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବା ସହ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଛି। ଜଙ୍ଗଲର ଆବଶ୍ୟକତା ନେଇ ଅନେକ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ସଚେତନ ନ ଥିବାବେଳେ ଉପାନ୍ତ ଅଞ୍ଚଳର ଜଣେ ରାଜମିସ୍ତ୍ରି ଜଙ୍ଗଲ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଶତାଧିକ ହେକ୍ଟରର ଲଣ୍ଡା ‘ଡାଙ୍ଗ ଡଙ୍ଗର’କୁ ଦୀର୍ଘ ୧୫ ବର୍ଷ ଧରି ସୁରକ୍ଷା ଯୋଗାଇ ଆସିଛନ୍ତି। ସେ ହେଲେ ରାୟଗଡ଼ା ଜିଲା କାଶୀପୁର ଗୌଡ଼ ସାହିର ବୁଟି ଗୌଡ଼।
ମା’ ବାପାଙ୍କ ପରଲୋକ ପରେ ୩ ଭଉଣୀ ଏବଂ ୨ ଭାଇଙ୍କୁ ନେଇ ବୁଟିଙ୍କ ପରିବାର। ୫ ଭଉଣୀ ଭାଇଙ୍କ ମଧ୍ୟରେ ବୁଟି ସବୁଠାରୁ ସାନ। ଜଣେ ଭଉଣୀଙ୍କ ବିବାହ ହୋଇଥିବାବେଳେ ଅନ୍ୟମାନେ ଅବିବାହିତ ରହିଛନ୍ତି। ୬ ଡିସିମିଲ ଘର, ଡିହ ବ୍ୟତୀତ ସେମାନଙ୍କର ଡଙ୍ଗର ଜମି କି ବିଲବାଡ଼ି ନାହିଁ। ଶ୍ରମିକଭାବେ କାମ କଲେ ପରିବାର ଚଳେ। ପିଲାଟି ଦିନରୁ ବୁଟି ଶ୍ରମିକ ଭାବେ କାମ କରୁଥିବାବେଳେ ଏବେ ସେ ଜଣେ ରାଜମିସ୍ତ୍ରି ଭାବେ ପରିଚିତ। ଦିନରେ ମିସ୍ତ୍ରି କାମ କରି ପରିବାର ଚଳାଉଥିବାବେଳେ ବଳକା ସମୟ ସେ ଜଙ୍ଗଲ ପାଇଁ ଦେଇଥାନ୍ତି।
ବୁଟି ନିଜ ବୟସ ଠିକ୍‌ଭାବେ ଜାଣି ନ ଥିଲେ ମଧ୍ୟ ପ୍ରାୟ ୪୦ ହେବ ବୋଲି କୁହନ୍ତି। ୧୫ ବର୍ଷ ତଳେ କାଶୀପୁର ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏଠାରେ ବାଘ, ଭାଲୁଙ୍କ ଭୟରେ ଲୋକେ ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦକରି ଘରେ ରହୁଥିଲେ। କାଶୀପୁରର ଡାଙ୍ଗ ଡଙ୍ଗରରେ ସରକାରଙ୍କ ପକ୍ଷରୁ ବିଭିନ୍ନ କିସମର ଚାରା ଲଗାଯାଇଥିବାବେଳେ ବଡ଼ ବଡ଼ ବୃକ୍ଷ ରହିଥିଲା। ଦୈନନ୍ଦିନ ଜୀବିକା ନିର୍ବାହ ନିମନ୍ତେ ଲୋକେ ଜଙ୍ଗଲ ଉପରେ ହିଁ ନିର୍ଭର କରୁଥିଲେ। ହେଲେ ବନ ବିଭାଗର ଆନ୍ତରିକତାର ଅଭାବ ଯୋଗୁ ଧୀରେ ଧୀରେ ଲୋକେ ଜଙ୍ଗଲରୁ ମୂଲ୍ୟବାନ ଗଛଗୁଡ଼ିକୁ କାଟି ଲଣ୍ଡା କରିଦେଲେ। ବନ୍ୟଜନ୍ତୁ ମଧ୍ୟ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଲେ। ଏହା ବୁଟିଙ୍କୁ ବେଶ୍‌ କଷ୍ଟ ଦେଇଥିଲା। ଗାଁର କେତେଜଣ ଯୁବକଙ୍କ ସହାୟତାରେ ଜଙ୍ଗଲ ନଷ୍ଟ ନ କରିବାକୁ ସେ ଲୋକଙ୍କୁ ସଚେତନ କରିବା ସହ ନିଜେ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ନେଇଥିଲେ। ଏହାପରେ ଲୋକେ ଗଛ କାଟିବା ବନ୍ଦ କରିଥିଲେ। ମାତ୍ର କେତୋଟି ଅଧାକଟା ଗଛ ରହିଥିବାବେଳେ ପୁଣି ଜଙ୍ଗଲ ସୃଷ୍ଟି କରିବାକୁ ବୁଟି ପଣ କରିଥିଲେ। ବର୍ଷା, ଖରା ଖାଇ ଅଧାକଟା ଗଛଗୁଡ଼ିକରୁ ଧୀରେ ଧୀରେ ପତ୍ର କଅଁଳିଲା। ଏବେ ସେଗୁଡ଼ିକ ବଡ଼ ହୋଇ ପୁଣି ଜଙ୍ଗଲରେ ପରିଣତ ହେଲାଣି। ହରିଡ଼ା, ବାହାଡ଼ା, ଅଁଳା, କାଜୁ, ବେଲ, ଶାଗୁଆନ ଆଦି ବୃକ୍ଷ ଲଣ୍ଡା ଡଙ୍ଗରକୁ ପୁଣି ସବୁଜ ଜଙ୍ଗଲରେ ପରିଣତ କରିଛି। ସେହିପରି ମୟୂର, ଠେକୁଆ, କୁଟୁରା, ବାର୍‌ହା ଭଳି ଅନେକ ଜୀବଜନ୍ତୁ ଏଠାରେ ରହୁଛନ୍ତି। ବୁଟିଙ୍କ ଦୀର୍ଘ ବର୍ଷର ମହତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି।
ଆଗକୁ କାଶୀପୁର ବ୍ଲକରେ ଥିବା ଅନ୍ୟ ଜଙ୍ଗଲଗୁଡ଼ିକୁ ସୁରକ୍ଷା କରିବା ବୁଟିଙ୍କ ଲକ୍ଷ୍ୟ। ତେଣୁ ଏକ କମିଟି ଗଠନ କରି ଗାଁ ଗାଁ ବୁଲି ସେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଛନ୍ତି। ସରକାରୀ ସହଯୋଗ ମିଳିଲେ କାଶୀପୁର ଚତୁଃପାର୍ଶ୍ୱରେ ରହିଥିବା ଅନ୍ୟ ଉଜୁଡ଼ା ଜଙ୍ଗଲଗୁଡ଼ିକୁ ମଧ୍ୟ ପୁଣି ସବୁଜ ଅରଣ୍ୟରେ ପରିଣତ କରିବାକୁ ଉଦ୍ୟମ କରିବେ ବୋଲି ବୁଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri