ଲଣ୍ଡା ଡଙ୍ଗରକୁ ସବୁଜ ଜଙ୍ଗଲରେ ପରିଣତ କଲେ ବୁଟି

ଟିକିରି,୫।୬(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବାରେ ସମସ୍ତେ ବ୍ୟସ୍ତ। ଏହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବା ସହ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଛି। ଜଙ୍ଗଲର ଆବଶ୍ୟକତା ନେଇ ଅନେକ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ସଚେତନ ନ ଥିବାବେଳେ ଉପାନ୍ତ ଅଞ୍ଚଳର ଜଣେ ରାଜମିସ୍ତ୍ରି ଜଙ୍ଗଲ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଶତାଧିକ ହେକ୍ଟରର ଲଣ୍ଡା ‘ଡାଙ୍ଗ ଡଙ୍ଗର’କୁ ଦୀର୍ଘ ୧୫ ବର୍ଷ ଧରି ସୁରକ୍ଷା ଯୋଗାଇ ଆସିଛନ୍ତି। ସେ ହେଲେ ରାୟଗଡ଼ା ଜିଲା କାଶୀପୁର ଗୌଡ଼ ସାହିର ବୁଟି ଗୌଡ଼।
ମା’ ବାପାଙ୍କ ପରଲୋକ ପରେ ୩ ଭଉଣୀ ଏବଂ ୨ ଭାଇଙ୍କୁ ନେଇ ବୁଟିଙ୍କ ପରିବାର। ୫ ଭଉଣୀ ଭାଇଙ୍କ ମଧ୍ୟରେ ବୁଟି ସବୁଠାରୁ ସାନ। ଜଣେ ଭଉଣୀଙ୍କ ବିବାହ ହୋଇଥିବାବେଳେ ଅନ୍ୟମାନେ ଅବିବାହିତ ରହିଛନ୍ତି। ୬ ଡିସିମିଲ ଘର, ଡିହ ବ୍ୟତୀତ ସେମାନଙ୍କର ଡଙ୍ଗର ଜମି କି ବିଲବାଡ଼ି ନାହିଁ। ଶ୍ରମିକଭାବେ କାମ କଲେ ପରିବାର ଚଳେ। ପିଲାଟି ଦିନରୁ ବୁଟି ଶ୍ରମିକ ଭାବେ କାମ କରୁଥିବାବେଳେ ଏବେ ସେ ଜଣେ ରାଜମିସ୍ତ୍ରି ଭାବେ ପରିଚିତ। ଦିନରେ ମିସ୍ତ୍ରି କାମ କରି ପରିବାର ଚଳାଉଥିବାବେଳେ ବଳକା ସମୟ ସେ ଜଙ୍ଗଲ ପାଇଁ ଦେଇଥାନ୍ତି।
ବୁଟି ନିଜ ବୟସ ଠିକ୍‌ଭାବେ ଜାଣି ନ ଥିଲେ ମଧ୍ୟ ପ୍ରାୟ ୪୦ ହେବ ବୋଲି କୁହନ୍ତି। ୧୫ ବର୍ଷ ତଳେ କାଶୀପୁର ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏଠାରେ ବାଘ, ଭାଲୁଙ୍କ ଭୟରେ ଲୋକେ ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦକରି ଘରେ ରହୁଥିଲେ। କାଶୀପୁରର ଡାଙ୍ଗ ଡଙ୍ଗରରେ ସରକାରଙ୍କ ପକ୍ଷରୁ ବିଭିନ୍ନ କିସମର ଚାରା ଲଗାଯାଇଥିବାବେଳେ ବଡ଼ ବଡ଼ ବୃକ୍ଷ ରହିଥିଲା। ଦୈନନ୍ଦିନ ଜୀବିକା ନିର୍ବାହ ନିମନ୍ତେ ଲୋକେ ଜଙ୍ଗଲ ଉପରେ ହିଁ ନିର୍ଭର କରୁଥିଲେ। ହେଲେ ବନ ବିଭାଗର ଆନ୍ତରିକତାର ଅଭାବ ଯୋଗୁ ଧୀରେ ଧୀରେ ଲୋକେ ଜଙ୍ଗଲରୁ ମୂଲ୍ୟବାନ ଗଛଗୁଡ଼ିକୁ କାଟି ଲଣ୍ଡା କରିଦେଲେ। ବନ୍ୟଜନ୍ତୁ ମଧ୍ୟ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଲେ। ଏହା ବୁଟିଙ୍କୁ ବେଶ୍‌ କଷ୍ଟ ଦେଇଥିଲା। ଗାଁର କେତେଜଣ ଯୁବକଙ୍କ ସହାୟତାରେ ଜଙ୍ଗଲ ନଷ୍ଟ ନ କରିବାକୁ ସେ ଲୋକଙ୍କୁ ସଚେତନ କରିବା ସହ ନିଜେ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ନେଇଥିଲେ। ଏହାପରେ ଲୋକେ ଗଛ କାଟିବା ବନ୍ଦ କରିଥିଲେ। ମାତ୍ର କେତୋଟି ଅଧାକଟା ଗଛ ରହିଥିବାବେଳେ ପୁଣି ଜଙ୍ଗଲ ସୃଷ୍ଟି କରିବାକୁ ବୁଟି ପଣ କରିଥିଲେ। ବର୍ଷା, ଖରା ଖାଇ ଅଧାକଟା ଗଛଗୁଡ଼ିକରୁ ଧୀରେ ଧୀରେ ପତ୍ର କଅଁଳିଲା। ଏବେ ସେଗୁଡ଼ିକ ବଡ଼ ହୋଇ ପୁଣି ଜଙ୍ଗଲରେ ପରିଣତ ହେଲାଣି। ହରିଡ଼ା, ବାହାଡ଼ା, ଅଁଳା, କାଜୁ, ବେଲ, ଶାଗୁଆନ ଆଦି ବୃକ୍ଷ ଲଣ୍ଡା ଡଙ୍ଗରକୁ ପୁଣି ସବୁଜ ଜଙ୍ଗଲରେ ପରିଣତ କରିଛି। ସେହିପରି ମୟୂର, ଠେକୁଆ, କୁଟୁରା, ବାର୍‌ହା ଭଳି ଅନେକ ଜୀବଜନ୍ତୁ ଏଠାରେ ରହୁଛନ୍ତି। ବୁଟିଙ୍କ ଦୀର୍ଘ ବର୍ଷର ମହତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି।
ଆଗକୁ କାଶୀପୁର ବ୍ଲକରେ ଥିବା ଅନ୍ୟ ଜଙ୍ଗଲଗୁଡ଼ିକୁ ସୁରକ୍ଷା କରିବା ବୁଟିଙ୍କ ଲକ୍ଷ୍ୟ। ତେଣୁ ଏକ କମିଟି ଗଠନ କରି ଗାଁ ଗାଁ ବୁଲି ସେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଛନ୍ତି। ସରକାରୀ ସହଯୋଗ ମିଳିଲେ କାଶୀପୁର ଚତୁଃପାର୍ଶ୍ୱରେ ରହିଥିବା ଅନ୍ୟ ଉଜୁଡ଼ା ଜଙ୍ଗଲଗୁଡ଼ିକୁ ମଧ୍ୟ ପୁଣି ସବୁଜ ଅରଣ୍ୟରେ ପରିଣତ କରିବାକୁ ଉଦ୍ୟମ କରିବେ ବୋଲି ବୁଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri