ବ୍ୟସ୍ତ ମଣିଷ

ମଣିଷ ସବୁବେଳେ ବ୍ୟସ୍ତ। ପଚାରିଲେ କହେ ଫୁର୍‌ସତ୍‌ ନାହିଁ। ଫୁର୍‌ସତ୍‌ର ଆକ୍ଷରିକ ଅର୍ଥ ନିୟମିତ କାମରୁ ସାମୟିକ ଅବସର। ଫୁର୍‌ସତ୍‌କୁ ଫୁର୍ତ୍ତିଲା ଭାବରେ ମଧ୍ୟ ଦେଖାଯାଏ। ଆପଣ ଏବେ ଫୁର୍ତ୍ତିଲା ଲାଗୁଛନ୍ତି। ଆପଣ ଫୁର୍ତ୍ତି ମନରେ ବସିଛନ୍ତି। ଫୁର୍‌ସତ୍‌କୁ ଆମେ ଅବସର ବିନୋଦନ କହିବା କି ନାହିଁ ? ଏହା ତ ନିଜେ ନିଜେ ବିଚାର କରିବା ପରେ ଜଣାପଡ଼ିବ। ଅବସର ବିନୋଦନ ସୂଚିତ କରେ ନିଜ କର୍ତ୍ତବ୍ୟ ସମ୍ପନ୍ନ କରିସାରିଲା ପରେ ବିନୋଦନ କରିବା। ବିନୋଦନ ସମୟ ସମ୍ପୂର୍ଣ୍ଣ ଫୁର୍‌ସତ୍‌ ସମୟ ନୁହେଁ। ବିନୋଦନ ସମୟରେ ମଧ୍ୟ ଅନ୍ୟ କିଛି କାର୍ଯ୍ୟ ଚାଲିଥାଏ, ଯେଉଁ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଶରୀର ଓ ମନକୁ ଜାବୁଡି ଧରିରଖେ। ସେହି ସମୟରେ ଶାରୀରିକ କଷ୍ଟ ଜଣାପଡ଼େ ନାହିଁ।
ଅବସର ସମୟରେ ଅନେକ ପ୍ରକାର କାମ ଲୋକେ କରିଥାନ୍ତି। ସେହି ସବୁ କାମ ସବୁଦିନିଆ କାମଠାରୁ ଅଧିକ ପରିଶ୍ରମ, ଆବଶ୍ୟକ ପଡ଼ିଲେ ମଧ୍ୟ ଅବସର ସମୟରେ କରୁଥିବାରୁ କଷ୍ଟ ଜଣାପଡ଼େ ନାହିଁ। ଏହି ସମୟରେ ଅନେକ ଲୋକ କିଛି ଉପାର୍ଜନ ପାଇଁ ବ୍ୟସ୍ତ ରୁହନ୍ତି। ନିୟମିତ ପରିଶ୍ରମ ଅପେକ୍ଷା ଫୁର୍‌ସତ୍‌ ସମୟର ପରିଶ୍ରମର ବ୍ୟସ୍ତତା ଜଣାପଡ଼େ ନାହିଁ। ଏମିତି ମଧ୍ୟ ହୋଇଥାଏ ସବୁଦିନ କାମଠାରୁ ବିରତି ପରେ ଫୁର୍‌ସତ୍‌ ସମୟରେ ଆୟ ଯେତେ କରିଥାଏ ନିୟମିତ ସମୟରେ ସେତେ ଉପାର୍ଜନ ହୋଇ ନ ଥାଏ। ଫୁର୍‌ସତ୍‌ ସମୟରେ ଚାପମୁକ୍ତ ହୋଇ କାମ କରେ। କୌଣସି ପ୍ରକାର ବ୍ୟସ୍ତତା ନଥାଏ। ବୋଧହୁଏ ସେଥିପାଇଁ ବ୍ୟକ୍ତି ଫୁର୍‌ସତ୍‌ ସମୟକୁ ଆନନ୍ଦର ସହ ଉପଭୋଗ କରିଥାଏ।
ଫୁର୍‌ସତ୍‌ ସମୟକୁ କର୍ମ ବିରତି ସମୟ କହିଥାଉ। ଏହା ଦୁଇ ଭାଗରେ ବିଭକ୍ତ ସାମୟିକ ଫୁର୍‌ସତ୍‌ ଓ ନିୟମିତ ଫୁର୍‌ସତ୍‌। ସାମୟିକ ଫୁର୍‌ସତ୍‌ କିଛି ସମୟ ପାଇଁ ନିଜ ନିୟମିତ କର୍ମରୁ ବିରତି ଏବଂ ନିୟମିତ ଫୁର୍‌ସତ୍‌ ହେଉଛି ନିଜ ନିୟମିତ କର୍ମରୁ ସମ୍ପୂର୍ଣ୍ଣ ବିରତି। ଯଦି ଆମେ ଏହି ବିରତିକୁ ଅବସର କହିବା ତା’ହେଲେ ପରବର୍ତ୍ତୀ ଜୀବନକୁ ଫୁର୍‌ସତ୍‌ ଜୀବନ କହିବା। ଦେଖାଯାଏ କର୍ମମୟ ଜୀବନରେ ଯେତେ ଚଳଚଞ୍ଚଳ ଜଣେ ଥାଏ ଅବସର ସମୟରେ ତା’ଠାରୁ ଅଧିକ କର୍ମ କରିଥାଏ। ଅବସର ସମୟ ତେଣୁ ଫୁର୍‌ସତ୍‌ ସମୟ ହେଲା କିପରି ? ଫୁର୍‌ସତ୍‌ ସମୟ ଏମିତି ସମୟ ଯେଉଁ ସମୟରେ ବ୍ୟକ୍ତି ଇଚ୍ଛାଶକ୍ତି ଅନୁସାରେ ଯେଉଁଠି ମଧ୍ୟ ନିୟୋଜିତ ରହେ। ଏହା ମଧ୍ୟ ଏକପ୍ରକାର କର୍ମ। ଏହି କର୍ମ ଯେତିକି ଆନନ୍ଦ ଦେଇଥାଏ ନିୟମିତ କର୍ମ ଭିତରେ ସେତିକି ଆନନ୍ଦ ପାଇ ନ ଥାଏ। କର୍ମମୟ ଜୀବନକୁ ଫୁର୍‌ସତ୍‌ ସମୟ ଭାବେ ଗ୍ରହଣ କଲେ କର୍ମୀର କର୍ମକୁଶଳତା ବୃଦ୍ଧି ପାଇବ। ଫୁର୍‌ସତ୍‌ ସମୟ ଅବହେଳିତ ସମୟ ନୁହେଁ। ସଚ୍ଚୋଟତା ସହ ଦାୟିତ୍ୱ ନିର୍ବାହ କରିବାର ସମୟ। ଆପଣ ପରୀକ୍ଷା କରି ଦେଖନ୍ତୁ କର୍ମରେ ଫୁର୍‌ସତ୍‌ ଭାବକୁ ଆଣନ୍ତୁ ଆପଣଙ୍କ କର୍ମ ଚମକିବ। କର୍ମମୟ ଜୀବନର ସାର୍ଥକତା ଅନୁଭବ କରିବେ। କେବଳ ସାମୟିକ ଫୁର୍‌ସତ୍‌ ପାଇ ଜୀବନକୁ ଅଳସୁଆ, ଅଥର୍ବରେ ପରିଣତ କରିବା ଅପେକ୍ଷା ଜୀବନରେ ସରସତା ଆଣିବା ହିଁ ଫୁର୍‌ସତ୍‌ର ଧେୟ। ଫୁର୍‌ସତ୍‌ ସମୟର କର୍ମ ପରବର୍ତ୍ତୀ ସମୟରେ ଆତ୍ମଗ୍ଳାନି ଓ ଅନୁତାପରେ ଯେମିତି ପରିଣତ ନ ହେଉ ବ୍ୟକ୍ତି ଦୃଷ୍ଟି ଦେବା କଥା।
ଅଥଚ ମଣିଷ କହେ ମୋର ଫୁର୍‌ସତ୍‌ ନାହିଁ। ଫୁର୍‌ସତ୍‌ ସମୟରେ ମଣିଷ ବ୍ୟସ୍ତ ରହେ। ଜଣେ ବ୍ୟସ୍ତ ମଣିଷ ହିଁ ମସ୍ତ ରହିବ। ଯେତେ ବଡ଼ ଲୋକ ସେତେ ବ୍ୟସ୍ତ। ସେମାନେ ଅଳ୍ପ ସମୟ ମଧ୍ୟ ପାଆନ୍ତି ନାହିଁ। ଆଉ ଯେଉଁ ସମୟକୁ ଫୁର୍‌ସତ୍‌ ସମୟ କହିଥାଉ ସେହି ସମୟରେ ବେଶି ବ୍ୟସ୍ତ ରହନ୍ତି ସେମାନେ। ବ୍ୟସ୍ତତା ମଣିଷକୁ ଅର୍ଥ, ମାନ ସମ୍ମାନ ଓ ଯଶ ପ୍ରଦାନ କରେ। ଜଣେ ବ୍ୟସ୍ତ ଲୋକ ହିଁ ସ୍ବାବଲମ୍ବୀ ହୋଇପାରେ। ନଚେତ ଅଳସୁଆ ହେବ। ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ। ବ୍ୟସ୍ତ ରହୁଥିବା ଲୋକ ଶାରୀରିକ ଓ ମାନସିକ ଚାପ ଅନୁଭବ କରେ ନାହିଁ। ପ୍ରତ୍ୟେକ କାର୍ଯ୍ୟକୁ ବ୍ୟସ୍ତତା ମଧ୍ୟରେ ସୁଚାରୁରୂପେ ସମ୍ପାଦନ କରିଥାଏ। ଆପଣ ଟେର୍‌ ପାଇବେ ନାହିଁ ସେ ଲୋକର ବ୍ୟସ୍ତତା ବିଷୟରେ। ସମସ୍ତେ ସମୟ ଅଭାବ କହୁଥିବା ସମୟରେ ବ୍ୟସ୍ତ ମଣିଷ ପାଖରେ ସମୟର ଅଭାବ ନ ଥାଏ। ପ୍ରତ୍ୟେକ କାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ ନିଜର ସମସ୍ତ କୌଶଳ ପ୍ରୟୋଗ କରିଥାଏ। ଆଉ ସଫଳ ମଧ୍ୟ ହୋଇଥାଏ। ବ୍ୟସ୍ତ ମଣିଷ କର୍ତ୍ତବ୍ୟରେ ଅବହେଳା କରେ ନାହିଁ। ତା’ର ବ୍ୟସ୍ତତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାଏ। ସେ ବ୍ୟସ୍ତ ରହେ ବୋଲି ଅନେକ ଲୋକ ଉପକୃତ ହୁଅନ୍ତି। ଏଣୁ ବ୍ୟସ୍ତତା ଏକ ଦାୟିତ୍ୱ ପାଗଳାମି ନୁହେଁ।

  • ମୋହନ ଚରଣ ବିଷି
    ଗଡ଼ରାମାଲ, କୋକସରା, କଳାହାଣ୍ଡି
    ମୋ-୯୭୭୭୪୬୮୮୪୧

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri