ବ୍ୟସ୍ତ ମଣିଷ

ମଣିଷ ସବୁବେଳେ ବ୍ୟସ୍ତ। ପଚାରିଲେ କହେ ଫୁର୍‌ସତ୍‌ ନାହିଁ। ଫୁର୍‌ସତ୍‌ର ଆକ୍ଷରିକ ଅର୍ଥ ନିୟମିତ କାମରୁ ସାମୟିକ ଅବସର। ଫୁର୍‌ସତ୍‌କୁ ଫୁର୍ତ୍ତିଲା ଭାବରେ ମଧ୍ୟ ଦେଖାଯାଏ। ଆପଣ ଏବେ ଫୁର୍ତ୍ତିଲା ଲାଗୁଛନ୍ତି। ଆପଣ ଫୁର୍ତ୍ତି ମନରେ ବସିଛନ୍ତି। ଫୁର୍‌ସତ୍‌କୁ ଆମେ ଅବସର ବିନୋଦନ କହିବା କି ନାହିଁ ? ଏହା ତ ନିଜେ ନିଜେ ବିଚାର କରିବା ପରେ ଜଣାପଡ଼ିବ। ଅବସର ବିନୋଦନ ସୂଚିତ କରେ ନିଜ କର୍ତ୍ତବ୍ୟ ସମ୍ପନ୍ନ କରିସାରିଲା ପରେ ବିନୋଦନ କରିବା। ବିନୋଦନ ସମୟ ସମ୍ପୂର୍ଣ୍ଣ ଫୁର୍‌ସତ୍‌ ସମୟ ନୁହେଁ। ବିନୋଦନ ସମୟରେ ମଧ୍ୟ ଅନ୍ୟ କିଛି କାର୍ଯ୍ୟ ଚାଲିଥାଏ, ଯେଉଁ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଶରୀର ଓ ମନକୁ ଜାବୁଡି ଧରିରଖେ। ସେହି ସମୟରେ ଶାରୀରିକ କଷ୍ଟ ଜଣାପଡ଼େ ନାହିଁ।
ଅବସର ସମୟରେ ଅନେକ ପ୍ରକାର କାମ ଲୋକେ କରିଥାନ୍ତି। ସେହି ସବୁ କାମ ସବୁଦିନିଆ କାମଠାରୁ ଅଧିକ ପରିଶ୍ରମ, ଆବଶ୍ୟକ ପଡ଼ିଲେ ମଧ୍ୟ ଅବସର ସମୟରେ କରୁଥିବାରୁ କଷ୍ଟ ଜଣାପଡ଼େ ନାହିଁ। ଏହି ସମୟରେ ଅନେକ ଲୋକ କିଛି ଉପାର୍ଜନ ପାଇଁ ବ୍ୟସ୍ତ ରୁହନ୍ତି। ନିୟମିତ ପରିଶ୍ରମ ଅପେକ୍ଷା ଫୁର୍‌ସତ୍‌ ସମୟର ପରିଶ୍ରମର ବ୍ୟସ୍ତତା ଜଣାପଡ଼େ ନାହିଁ। ଏମିତି ମଧ୍ୟ ହୋଇଥାଏ ସବୁଦିନ କାମଠାରୁ ବିରତି ପରେ ଫୁର୍‌ସତ୍‌ ସମୟରେ ଆୟ ଯେତେ କରିଥାଏ ନିୟମିତ ସମୟରେ ସେତେ ଉପାର୍ଜନ ହୋଇ ନ ଥାଏ। ଫୁର୍‌ସତ୍‌ ସମୟରେ ଚାପମୁକ୍ତ ହୋଇ କାମ କରେ। କୌଣସି ପ୍ରକାର ବ୍ୟସ୍ତତା ନଥାଏ। ବୋଧହୁଏ ସେଥିପାଇଁ ବ୍ୟକ୍ତି ଫୁର୍‌ସତ୍‌ ସମୟକୁ ଆନନ୍ଦର ସହ ଉପଭୋଗ କରିଥାଏ।
ଫୁର୍‌ସତ୍‌ ସମୟକୁ କର୍ମ ବିରତି ସମୟ କହିଥାଉ। ଏହା ଦୁଇ ଭାଗରେ ବିଭକ୍ତ ସାମୟିକ ଫୁର୍‌ସତ୍‌ ଓ ନିୟମିତ ଫୁର୍‌ସତ୍‌। ସାମୟିକ ଫୁର୍‌ସତ୍‌ କିଛି ସମୟ ପାଇଁ ନିଜ ନିୟମିତ କର୍ମରୁ ବିରତି ଏବଂ ନିୟମିତ ଫୁର୍‌ସତ୍‌ ହେଉଛି ନିଜ ନିୟମିତ କର୍ମରୁ ସମ୍ପୂର୍ଣ୍ଣ ବିରତି। ଯଦି ଆମେ ଏହି ବିରତିକୁ ଅବସର କହିବା ତା’ହେଲେ ପରବର୍ତ୍ତୀ ଜୀବନକୁ ଫୁର୍‌ସତ୍‌ ଜୀବନ କହିବା। ଦେଖାଯାଏ କର୍ମମୟ ଜୀବନରେ ଯେତେ ଚଳଚଞ୍ଚଳ ଜଣେ ଥାଏ ଅବସର ସମୟରେ ତା’ଠାରୁ ଅଧିକ କର୍ମ କରିଥାଏ। ଅବସର ସମୟ ତେଣୁ ଫୁର୍‌ସତ୍‌ ସମୟ ହେଲା କିପରି ? ଫୁର୍‌ସତ୍‌ ସମୟ ଏମିତି ସମୟ ଯେଉଁ ସମୟରେ ବ୍ୟକ୍ତି ଇଚ୍ଛାଶକ୍ତି ଅନୁସାରେ ଯେଉଁଠି ମଧ୍ୟ ନିୟୋଜିତ ରହେ। ଏହା ମଧ୍ୟ ଏକପ୍ରକାର କର୍ମ। ଏହି କର୍ମ ଯେତିକି ଆନନ୍ଦ ଦେଇଥାଏ ନିୟମିତ କର୍ମ ଭିତରେ ସେତିକି ଆନନ୍ଦ ପାଇ ନ ଥାଏ। କର୍ମମୟ ଜୀବନକୁ ଫୁର୍‌ସତ୍‌ ସମୟ ଭାବେ ଗ୍ରହଣ କଲେ କର୍ମୀର କର୍ମକୁଶଳତା ବୃଦ୍ଧି ପାଇବ। ଫୁର୍‌ସତ୍‌ ସମୟ ଅବହେଳିତ ସମୟ ନୁହେଁ। ସଚ୍ଚୋଟତା ସହ ଦାୟିତ୍ୱ ନିର୍ବାହ କରିବାର ସମୟ। ଆପଣ ପରୀକ୍ଷା କରି ଦେଖନ୍ତୁ କର୍ମରେ ଫୁର୍‌ସତ୍‌ ଭାବକୁ ଆଣନ୍ତୁ ଆପଣଙ୍କ କର୍ମ ଚମକିବ। କର୍ମମୟ ଜୀବନର ସାର୍ଥକତା ଅନୁଭବ କରିବେ। କେବଳ ସାମୟିକ ଫୁର୍‌ସତ୍‌ ପାଇ ଜୀବନକୁ ଅଳସୁଆ, ଅଥର୍ବରେ ପରିଣତ କରିବା ଅପେକ୍ଷା ଜୀବନରେ ସରସତା ଆଣିବା ହିଁ ଫୁର୍‌ସତ୍‌ର ଧେୟ। ଫୁର୍‌ସତ୍‌ ସମୟର କର୍ମ ପରବର୍ତ୍ତୀ ସମୟରେ ଆତ୍ମଗ୍ଳାନି ଓ ଅନୁତାପରେ ଯେମିତି ପରିଣତ ନ ହେଉ ବ୍ୟକ୍ତି ଦୃଷ୍ଟି ଦେବା କଥା।
ଅଥଚ ମଣିଷ କହେ ମୋର ଫୁର୍‌ସତ୍‌ ନାହିଁ। ଫୁର୍‌ସତ୍‌ ସମୟରେ ମଣିଷ ବ୍ୟସ୍ତ ରହେ। ଜଣେ ବ୍ୟସ୍ତ ମଣିଷ ହିଁ ମସ୍ତ ରହିବ। ଯେତେ ବଡ଼ ଲୋକ ସେତେ ବ୍ୟସ୍ତ। ସେମାନେ ଅଳ୍ପ ସମୟ ମଧ୍ୟ ପାଆନ୍ତି ନାହିଁ। ଆଉ ଯେଉଁ ସମୟକୁ ଫୁର୍‌ସତ୍‌ ସମୟ କହିଥାଉ ସେହି ସମୟରେ ବେଶି ବ୍ୟସ୍ତ ରହନ୍ତି ସେମାନେ। ବ୍ୟସ୍ତତା ମଣିଷକୁ ଅର୍ଥ, ମାନ ସମ୍ମାନ ଓ ଯଶ ପ୍ରଦାନ କରେ। ଜଣେ ବ୍ୟସ୍ତ ଲୋକ ହିଁ ସ୍ବାବଲମ୍ବୀ ହୋଇପାରେ। ନଚେତ ଅଳସୁଆ ହେବ। ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ। ବ୍ୟସ୍ତ ରହୁଥିବା ଲୋକ ଶାରୀରିକ ଓ ମାନସିକ ଚାପ ଅନୁଭବ କରେ ନାହିଁ। ପ୍ରତ୍ୟେକ କାର୍ଯ୍ୟକୁ ବ୍ୟସ୍ତତା ମଧ୍ୟରେ ସୁଚାରୁରୂପେ ସମ୍ପାଦନ କରିଥାଏ। ଆପଣ ଟେର୍‌ ପାଇବେ ନାହିଁ ସେ ଲୋକର ବ୍ୟସ୍ତତା ବିଷୟରେ। ସମସ୍ତେ ସମୟ ଅଭାବ କହୁଥିବା ସମୟରେ ବ୍ୟସ୍ତ ମଣିଷ ପାଖରେ ସମୟର ଅଭାବ ନ ଥାଏ। ପ୍ରତ୍ୟେକ କାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ ନିଜର ସମସ୍ତ କୌଶଳ ପ୍ରୟୋଗ କରିଥାଏ। ଆଉ ସଫଳ ମଧ୍ୟ ହୋଇଥାଏ। ବ୍ୟସ୍ତ ମଣିଷ କର୍ତ୍ତବ୍ୟରେ ଅବହେଳା କରେ ନାହିଁ। ତା’ର ବ୍ୟସ୍ତତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାଏ। ସେ ବ୍ୟସ୍ତ ରହେ ବୋଲି ଅନେକ ଲୋକ ଉପକୃତ ହୁଅନ୍ତି। ଏଣୁ ବ୍ୟସ୍ତତା ଏକ ଦାୟିତ୍ୱ ପାଗଳାମି ନୁହେଁ।

  • ମୋହନ ଚରଣ ବିଷି
    ଗଡ଼ରାମାଲ, କୋକସରା, କଳାହାଣ୍ଡି
    ମୋ-୯୭୭୭୪୬୮୮୪୧

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri