ବଲାଙ୍ଗୀର ସହରର ବ୍ୟବସାୟୀଙ୍କ ମିଳୁନି ପତ୍ତା : କଲ୍ କଲେ ଫୋନ ସ୍ୱିଚ୍‌ ଅଫ୍‌

ବଲାଙ୍ଗୀର, ୧୩।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପ୍ୟାଲେସ ଲାଇନ୍ ଅଞ୍ଚଳର ବାସିନ୍ଦା ତଥା ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ବଲାଙ୍ଗୀର ଟାଉନ ଥାନାରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବିବାର ସେ ନିଜ ସ୍କୁଟି ନେଇ ଘରୁ କୌଣସି କାମରେ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କ ମୋବାଇଲ ଫୋନକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଫୋନଟି ସ୍ୱିଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା।

ଏହାପରେ ପରିବାର ଲୋକେ ଚିନ୍ତିତ ହୋଇ ବଲାଙ୍ଗୀର ଟାଉନ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଆଧାର କରି ମୃତ୍ୟୁଞ୍ଜୟ ପଟ୍ଟନାୟକଙ୍କ ସନ୍ଧାନ ପାଇଁ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ମଧ୍ୟ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି।ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

Share