ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ ସୋମବାର ବଲାଙ୍ଗୀର ପୋଲିସ ୨ ଦିନିଆ ରିମାଣ୍ଡରେ ଆଣିଛନ୍ତି ।

ପୋଲିସ କ୍ଷୀତିଶ ରିମାଣ୍ଡରେ ଆଣି ବଲାଙ୍ଗୀର ରିଜର୍ଭ ପୋଲିସ ବାରାକ୍‌ରେ ରଖିଛି। ପୋଲିସ କ୍ଷୀତିଶଙ୍କୁ ନରେନ୍ଦ୍ର ସାହୁ ଅପହରଣ ଘଟଣାରେ ମାରାଥନ ଜେରା କରୁଥିବା ସୂଚନା ମିଳିଛି।

ଅଗଷ୍ଟ ୧୪ ତାରିଖରେ ବ୍ୟବସାୟୀ ଗୁଣ୍ଡା ସାହୁଙ୍କୁ କ୍ଷୀତିଶ ଏବଂ ତାଙ୍କ ସହଯୋଗୀ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ କ୍ଷୀତିଶ ସାହୁ ତାଙ୍କ ଭଉଣୀ ତାଙ୍କ ପୋଲିସ ସବ୍‌ଇନ୍ସପେକ୍ଟର ସ୍ନେହମଞ୍ଜରୀ ସାହୁ, ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ଜେନା ଏବଂ ବଲାଙ୍ଗୀରର ସଞ୍ଜିତ ବେହେରାଙ୍କୁ ଗିରଫ କରିଥିଲା।

ହେଲେ ଘଟଣାରେ ସମ୍ପୃକ୍ତ ଅନ୍ୟ ୬ରୁ ୭ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ପୋଲିସ ଗିରଫ କରିପାରିନାହିଁ। ବୁଧବାର କ୍ଷୀତିଶଙ୍କ ରିମାଣ୍ଡ ଅବଧି ସରିବ। କ୍ଷୀତିଶଙ୍କ ପରେ ତାଙ୍କ ଅଭିଯୁକ୍ତ ଭଉଣୀ ସ୍ନେହମଞ୍ଜରୀଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରୁଥିବା ଜଣାପଡ଼ିଛି।

Share