ବ୍ୟବସାୟରେ ସ୍ବଚ୍ଛତା ବଢ଼ିଛି

ପାରିବାରିକ ବ୍ୟବସାୟ ସହ ବାଣିଜ୍ୟର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ତାଙ୍କର ବେଶ୍‌ ଆଗ୍ରହ ରହିଥିଲା। ଏପରିକି ପାଠପଢ଼ା ସମୟରେ ସେ ବଡ଼ଭାଇମାନଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲେ। ବିଶେଷକରି କୋଲକାତାରୁ ଉଚ୍ଚଶିକ୍ଷା ଶେଷ ସହ ଶେୟାର ବଜାର କାରବାର କ୍ଷେତ୍ରରେ ସେ ଜଡ଼ିତ ହୋଇଥିଲେ। ଦୀର୍ଘଦିନ ଧରି ଟ୍ରେଡିଂ ବ୍ୟବସାୟରେ ଜଡ଼ିତ ଥିବାବେଳେ ଅନ୍ୟ ବ୍ୟବସାୟରେ ପ୍ରବେଶ ପାଇଁ ସେ ଯୋଜନା କରିଥିଲେ। ସମୟକ୍ରମେ ପାରିବାରିକ ସଦସ୍ୟ ଏବଂ ବନ୍ଧୁ ପରିଜନଙ୍କ ପରାମର୍ଶକ୍ରମେ ସେ ଭୁବନେଶ୍ୱରରେ ରିୟଲ ଇଷ୍ଟେଟ ବ୍ୟବସାୟରେ ପ୍ରବେଶ କରିଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ନିଜକୁ ପରିଚିତ କରାଇ ପାରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ସୁରେକା ଆଣ୍ଡ୍‌ ମର୍ଲିନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜର ପାର୍ଟନର ସୁରେଶ କୁମାର ସୁରେକାଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର- ୧: ଆପଣଙ୍କ ବ୍ୟବସାୟିକ ଯାତ୍ରା କିଭଳି ରହିଥିଲା ?
ଉ- ୧୯୯୧ରେ ଉଚ୍ଚଶିକ୍ଷା ଶେଷକରି ୧୯୯୨ରେ ଭୁବନେଶ୍ୱର ଆସିଥିଲି। ସେବେଠାରୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟକ୍‌ ମାର୍କେଟରେ ସଦସ୍ୟ ହେବା ସହ ଟ୍ରେଡିଂ ବ୍ୟବସାୟରେ ଜଡ଼ିତ ଥିଲି। ଦୀର୍ଘଦିନର ଅଭିଜ୍ଞତା ସହ ପାରିବାରିକ ସଦସ୍ୟ ଓ ପରିଜନଙ୍କ ପରାମର୍ଶକ୍ରମେ ମୁଁ ୨୦୧୦-୧୧ରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରବେଶ କରିଥିଲି। କାରଣ ଆଗାମୀ ଦିନରେ ଓଡ଼ିଶା ଅଭିବୃଦ୍ଧି ସହ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଗଣାହେବାକୁ ଯାଉଛି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଏକ ମଜଭୁତ ସରକାର କାମ କରୁଛି। ଫଳରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଅନେକ ଆଶା ଆକାଂକ୍ଷା ରହିଛି। ଏଭଳି କିଛି ଆଶା ଓ ବିଶ୍ୱାସ ନେଇ ବ୍ୟବସାୟ ଯାତ୍ରା ଜାରି ରହିଛି।

ପ୍ର-୨: ଓଡ଼ିଶା ରିୟଲ ଇଷ୍ଟେଟ ବଜାରକୁ କିଭଳି ଦେଖୁଛନ୍ତି ?
ଉ- ଓଡ଼ିଶା ରିୟଲ ଇଷ୍ଟେଟ ଦେଶର ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। କାରଣ ବର୍ତ୍ତମାନ ସମୟରେ ଓଡ଼ିଶାର ଅଭିବୃଦ୍ଧି ଧୀରେ ଧୀରେ ବୃଦ୍ଧି ପାଉଛି। ଫଳରେ ଶିଳ୍ପ କ୍ଷେତ୍ର ବେଶ୍‌ ଉନ୍ନତ ଓ ସ୍ବଚ୍ଛତା ଜାରି ରହିଛି। ଗୋଟିଏ ପଟରେ ରାଜ୍ୟରେ ସ୍ଥିର ସରକାର ରହିଛି। ଅପରପକ୍ଷରେ ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ରେରା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଉଭୟ ଗ୍ରାହକ ଓ ରିୟଲ ଇଷ୍ଟେଟ ପ୍ରତିଷ୍ଠାନ ନିୟମ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଉଭୟ ରାଜ୍ୟ ଓ ଦେଶର ଜିଡିପିରେ ରିୟଲ ଇଷ୍ଟେଟର ଅବଦାନ ଅତୁଳନୀୟ।

ପ୍ର-୩: ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରତିଯୋଗୀଙ୍କୁ କିଭଳି ଦେଖିଥାନ୍ତି ?
ଉ- ପ୍ରତି ବ୍ୟବସାୟରେ ପ୍ରତିଯୋଗିତା ଓ ପ୍ରତିଯୋଗୀ ଥାନ୍ତି, ହେଲେ ପ୍ରତିଷ୍ଠାନର ଆଭିମୁଖ୍ୟ ଭଲ ଥିଲେ ପ୍ରତିପକ୍ଷଙ୍କୁ ଅନୁସରଣ କରିବାକୁ ପଡ଼ିବ ନାହିଁ। ବିଶେଷ କରି ୨୦୧୦ ପୂର୍ବରୁ ବଜାର ଅବ୍ୟବସ୍ଥିତ ଭଳି ରହିଥିଲା। ଅନେକ ସଂସ୍ଥା ବି ରହିଥିଲେ। ୨୦୧୦ ପରେ ଧୀରେ ଧୀରେ ସ୍ବଚ୍ଛତା ସହିତ ଗୁଣାତ୍ମକ ଓ ସମୟାନୁବତ୍ତର୍ର୍ିତାକୁ ଗୁରୁତ୍ୱ ଦିଆଯାଉଛି। ଅପରପକ୍ଷରେ ରେରା ନିୟମାବଳୀ ପାଇଁ ବଜାରରେ ସ୍ବତନ୍ତ୍ରତା ଆସିଛି।

ପ୍ର-୪: ରେରା ଆସିବା ପରେ ରିୟଲ ଇଷ୍ଟେଟ କ୍ଷେତ୍ରରେ କ’ଣ ପରିବର୍ତ୍ତନ ଆସିଛି?
ଉ- ଶିଳ୍ପରେ ଅନେକ ପରିବର୍ତ୍ତନ ଆସିଛି। ବିଶେଷକରି ବ୍ୟବସାୟରେ ଯଥେଷ୍ଟ ସ୍ବଚ୍ଛତା ଆସିଛି। ଗ୍ରାହକଙ୍କ ମନରେ ବିଶ୍ୱାସ ବୃଦ୍ଧି ପାଇଛି। ଏପରିକି ରିୟଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ମଧ୍ୟ ସର୍ତକତା ଅବଲମ୍ବନ କରୁଛନ୍ତି। ଗ୍ରାହକ ଉଚିତ ସମୟରେ ଘର ପାଇପାରୁଛନ୍ତି। ସେହିଭଳି ଗୃହ ନିର୍ମାଣକାରୀମାନେ ମଧ୍ୟ ନିୟମକାନୁନରେ କାର୍ଯ୍ୟ କରୁଛନ୍ତି। ରେରା ଆସିବା ପରେ ବ୍ୟବସାୟରେ ସାଧୁତା ବୃଦ୍ଧି ପାଇଛି।

ପ୍ର-୫: ବର୍ତ୍ତମାନ ସମୟରେ ଗ୍ରାହକଙ୍କ ଚାହିଦା କିଭଳି ରହିଛି?
ଉ- ଗ୍ରାହକ ସ୍ଥାନ(ଅଞ୍ଚଳ)ଠାରୁ ସୁନ୍ଦର ପ୍ରକଳ୍ପ ଓ ଅତ୍ୟାଧୁନିକ ସୁବିଧାକୁ ପସନ୍ଦ କରିଥାନ୍ତି। ଛୋଟ ଛୋଟ ପ୍ରକଳ୍ପଠାରୁ ବୃହତ୍‌ ପ୍ରକଳ୍ପକୁ ଗ୍ରାହକ ଅଧିକ ପସନ୍ଦ କରିଥାନ୍ତି। ରିୟଲ ଇଷ୍ଟେଟରେ କେତେଜଣ ନିର୍ଦ୍ଦିଷ୍ଟ ଗ୍ରାହକ ରହିଛନ୍ତି। କେତେଜଣ ଗ୍ରାହକ ବୃହତ୍‌ ପ୍ରକଳ୍ପକୁ ପସନ୍ଦ କରୁଥିବା ବେଳେ ଆଉ କେତେକେ ଡ୍ୟୁପ୍ଲେକ୍ସ ପ୍ରକଳ୍ପକୁ ପସନ୍ଦ କରିଥାନ୍ତି।

ପ୍ର-୬: ଆଗାମୀ ଯୋଜନା,ପ୍ରକଳ୍ପ ବିଷୟରେ କ’ଣ କହିବେ?
ଉ- ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶା ରିୟଲ ଇଷ୍ଟେଟ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଫଳରେ ଆଗାମୀ ଦିନରେ ସଂସ୍ଥା ଭୁବନେଶ୍ୱର ସମେତ କଟକ, ଯାଜପୁର, ପୁରୀ, ଅନୁଗୋଳ, ସମ୍ବଲପୁର, ରାଉରକେଲା ଏବଂ ଝାରସୁଗୁଡ଼ା ଭଳି ସହରରେ ପ୍ଲଟିଂ ସହ ନୂତନ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି। ବର୍ତ୍ତମାନ ଭୁବନେଶ୍ୱର ତମାଣ୍ଡୋରେ ଏକ ବୃହତ୍‌ ପ୍ରକଳ୍ପ ଜାରି ରହିଛି।

ପ୍ର-୭: ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି?
ଉ- ବ୍ୟସ୍ତବହୁଳ ବ୍ୟବସାୟ ମଧ୍ୟରେ ଅବସର ସମୟ ଅଧିକ ମିଳି ନ ଥାଏ। ତଥାପି ସମାଜରେ ବସବାସ କରୁଥିବାରୁ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବାକୁ ଭଲ ଲାଗେ। ବିଶେଷ ସମୟରେ ପରିବାର ଓ ପରିଜନଙ୍କ ସହ ସମୟ ଅତିବାହିତ କରିବାକୁ ଭଲ ପାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri