୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ

ନୂଆଦିଲ୍ଲୀ,୨୧।୩ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌’ ଏବଂ ଅନ୍ତଃ ରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ‘ଏମ୍‌ଜି ମୋଟର୍ସ ଇଣ୍ଡିଆ’ର ମିଳିତ ସହଯୋଗ (ଜଏଣ୍ଟ ଭେଞ୍ଚର ବା ଜେଭି)ରେ ଏକ ସର୍ବବୃହତ୍‌ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ ବା ଇଭି) ନିର୍ମାତା ବା ଅଟୋମୋବାଇଲ କମ୍ପାନୀ ‘ଜେଏସଡବ୍ଲ୍ୟୁ ଏମ୍‌ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ କମ୍ପାନୀର ଜେଭି ବ୍ରାଣ୍ଡ୍‌ ‘ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଇଭି ସ୍ପୋର୍ଟସ କାର୍‌ ଏମ୍‌ଜି ‘ସାଇବରଷ୍ଟର’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ଏମ୍‌ଡି ପାର୍ଥ ଜିନ୍ଦଲ ଏବଂ ଏମ୍‌ଜି ମୋଟର୍ସ ଇଣ୍ଡିଆର ପ୍ରେସିଡେଣ୍ଟ ତଥା ଏମ୍‌ଡି ରାଜୀବ ଛାବା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୩୦ ସୁଦ୍ଧା ପ୍ରାୟ ୧୦ ଲକ୍ଷ ( ୧ ମିଲିୟନ) ଇଭି କାର୍‌ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ପ୍ରାଥମିକ ପର୍ଯ୍ୟାୟରେ ଉଭୟ କମ୍ପାନୀ ଜେଭିରେ ୫୦୦୦ କୋଟି ନିବେଶ ସହ ବାର୍ଷିକ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଗାଡ଼ି ଉତ୍ପାଦନ କରିବା ସହ ବଜାର ପ୍ରବେଶ ମଧ୍ୟ କରାଇବ। ସେହିପରି ପ୍ରତି ୩ରୁ ୬ ମାସ ଅବଧି ମଧ୍ୟରେ ଏକ ନୂଆ ମଡେଲ ଉନ୍ମୋଚନ ସହ ବଜାର ପ୍ରବେଶ କରାଇବାକୁ ଜେଭି ଲକ୍ଷ୍ୟ ରଖିଛି। ଅପରପକ୍ଷରେ କମ୍ପାନୀ (ଜେଭି)ରେ ୪୯% ଅଂଶଧନ ଏମ୍‌ଜି ମୋଟର୍ସ ପାଖରେ ରହିଥିଲାବେଳେ ୩୫% ଅଂଶଧନ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ନିକଟରେ ରହିଛି। ଅବଶିଷ୍ଟ ୧୬% ବିଭିନ୍ନ ବର୍ଗଙ୍କ ନିକଟରେ ରହିବ ବୋଲି ଜେଭି ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ କହିଛନ୍ତି, ମୋ ଜୀବନ ଲକ୍ଷ୍ୟକୁ ମୁଁ ଏମ୍‌ଜି ମୋଟର୍ସ ସହଭାଗିତାରେ ପୂରଣ କରିବାକୁ ଯାଉଛି। ଏହି ନୂଆ ଅଟୋ ୟୁନିଟ୍‌ ଭାରତୀୟ ଇଭି ଶିଳ୍ପରେ ମାରୁତି ମୁଭମେଣ୍ଟ ଭଳି ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଜିନ୍ଦଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri