ଏ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା: ମିଡିଆରେ କରୁଥିଲେ କାମ…

ଚଳିତ ବର୍ଷ ହୁରୁନ ଇଣ୍ଡିଆ କୋଟକ ଓ୍ବେଲ୍ଥ ସହ ମିଶି ଭାରତର ସବୁଠାରୁ ଧନୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାର ସବୁଠୁ ଶୀର୍ଷ ସ୍ଥାନରେ ରହିଛନ୍ତି ରୋଶନୀ ନାଦର। ଅର୍ଥାତ୍‌ ରୋଶନୀ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା। ରୋଶନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦରଙ୍କର ଏକମାତ୍ର ଝିଅ। ମାତ୍ର ୨୮ ବର୍ଷ ବୟସରେ ସେ ଏଚ୍‌ସିଏଲ୍‌ର ସିଇଓ ହୋଇଥିଲେ। ରୋଶନୀ ୨୦୧୯ ମସିହାରେ ଫୋର୍ବସ ଦ୍ୱାରା ପ୍ରକାଶିତ ଦୁନିଆର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୪ ତମ ସ୍ଥାନରେ ରହିଥିଲେ। ଏଚ୍‌ସିଏଲ୍‌ର ସିଇଓ ହେବା ପୂର୍ବରୁ ରୋଶନୀ ମିଡିଆରେ କାମ କରୁଥିଲେ।
ରୋଶନୀ ଦିଲ୍ଲୀର ବସନ୍ତ ଭ୍ୟାଲି ସ୍କୁଲରେ ପାଠ ପଢ଼ା ଶେଷ କରିବା ପରେ ଉତ୍ତର ଆମେରିକାର ବିଶ୍ୱବିଦ୍ୟାଳୟରେ ମାସ୍‌ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ଏଚ୍‌ସିଏଲ୍‌ରେ ଯୋଗଦେବା ପୂର୍ବରୁ ରୋଶନୀ ଅନ୍ୟ କମ୍ପାନୀରେ ମଧ୍ୟ କାମ କରୁଥିଲେ। ବର୍ତ୍ତମାନ ରୋଶନୀ ଏଚ୍‌ସିଏଲ୍‌ ଫାଉଣ୍ଡେଶନର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଏବଂ ସିଇଓ। ଏଚ୍‌ସିଏଲ୍‌ର ସମସ୍ତ ଦାୟିତ୍ୱ ବାପା ଶିବ ନାଦର ତାଙ୍କୁ ଦେଇଛନ୍ତି। ରୋଶନୀ ଜଣେ ତାଲିମପ୍ରାପ୍ତ ପତ୍ରକାର। ଏଥିସହ ସେ ଦେଶ ଦୁନିଆ ବିଷୟରେ ସମସ୍ତ ଖବର ରଖିଥାନ୍ତି। ରୋଶନୀ ଜଣେ ଭଲ ବକ୍ତା। ହେ ହେଉଛନ୍ତି ବାପା ଶିବ ନାଦରଙ୍କର କୋଟି କୋଟି ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ । ଶିବ ଝିଅ ରୋଶନୀଙ୍କୁ ବହତ ଭଲ ପାଆନ୍ତି। ସେ ଅଧିକାଂଶ ସମୟ ଝିଅ ସହ ବିତାଇବାକୁ ଚାହିଁଥାନ୍ତି।
ରୋଶନୀଙ୍କ ସ୍ବାମୀ ଶିଖର ମଲହୋତ୍ରା ଏଚ୍‌ସିଏଲ୍‌ ହେଲ୍ଥକେୟାରର ଉପାଧ୍ୟକ୍ଷ। ତାଙ୍କର ୨ ପୁଅ ଅରମାନ ଏବଂ ଜହାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri