ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧୬।୩: ଭାରତୀୟ ଜୀବନ ବିମା ନିଗମ(ଏଲ୍‌ଆଇସି) କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛି। ସରକାର ସାର୍ବଜନିକ ଅଞ୍ଚଳରେ ଏଲ୍‌ଆଇସିର ୧.୧୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ୧୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି।

ଏଲ୍‌ଆଇସି କହିଛି, କର୍ମଚାରୀଙ୍କ ବେତନ ବୃଦ୍ଧିର ଏହି ନିଷ୍ପତ୍ତି ୨୦୨୨ ଅଗଷ୍ଟ ପହିଲାରୁ ଲାଗୁ ହେବ। ଏଥିସହ ୨୦୧୦ ଏପ୍ରିଲ ପହିଲା ପରଠାରୁ ସାମିଲ ହୋଇଥିବା ପ୍ରାୟ ୨୪,୦୦୦ କର୍ମଚାରୀଙ୍କୁ ଏନ୍‌ପିଏସ୍‌ ଯୋଗଦାନ ୧୦%ରୁ ବୃଦ୍ଧି ପାଇ ୧୪% କରିଦିଆଯାଇଛି। ଚଳିତ ସପ୍ତାହ ଆରମ୍ଭରେ ସରକାର ୨୦୨୨ ନଭେମ୍ବର ପହିଲାରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୧୭% ଦରମା ବୃଦ୍ଧି ନେଇ ସହମତି ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

”ଭାରତୀୟଙ୍କ ପାଇଁ ଭଲ ସମୟ…” ଶେୟାର ମାର୍କେଟକୁ ନେଇ ଭବିଷ୍ୟବାଣୀ କଲେ ଗୌତମ ଆଦାନୀ

ମୁମ୍ବାଇ, ୧୯।୬: ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ। ଆଗାମୀ ଦୁଇ ଦଶନ୍ଧି ଭାରତୀୟ ମାନଙ୍କ ପାଇଁ ସୁବର୍ଣ୍ଣ...

RBIର ଚିନ୍ତା ବଢ଼ାଇଲା ମହଙ୍ଗା ମାଡ଼, ଗଭର୍ନର କହିଲେ ଆଗକୁ…

ନୂଆଦିଲ୍ଲୀ, ୧୯।୬: ଦେଶରେ ଆଳୁ, ପିଆଜ, ଟମାଟୋ ଭଳି ପରିବା ଠାରୁ ଆରମ୍ଭ କରି ଡାଲି, ତେଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି...

କନ୍ଦନ ମୁର୍ମୁଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଅଲ୍‌ ଇଣ୍ଡିଆ ପୋଲିସ (ଏଆଇପି) ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ୍‌ ଚଳିତମାସ ୨୪ରୁ ୩୦ ପର୍ଯ୍ୟନ୍ତ ଆସାମର ଗୁଆହାଟୀରେ ଅନୁଷ୍ଠିତ ହେବ। ଜୁଡୋ...

ମ୍ୟାଗି ବିକ୍ରିରେ ଭାରତ ୧ ନମ୍ବର

ଭୁବନେଶ୍ୱର,୧୯।୬(ଅନୁରାଧା ମହାରଣା): ୨ ମିନିଟ୍‌ରେ ପ୍ରସ୍ତୁତ ହୋଇଯାଉଥିବା ମ୍ୟାଗି ନୁଡୁଲ୍ସ ଭାରତରେ ରେକର୍ଡ ପରିମାଣର ବିକ୍ରି ହୋଇଛି। ନେସ୍‌ଲେ ଇଣ୍ଡିଆ ଅନୁଯାୟୀ ମ୍ୟାଗି ପାଇଁ ଭାରତ...

ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୧୯।୬(ଅଭୟ ଦାଶ): ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ...

ଏଲ୍‌ଆଇସିର ୫୮ ହଜାର କୋଟିର ବଡ଼ ପ୍ଲାନ୍‌, ଆଗକୁ…

ନୂଆଦିଲ୍ଲୀ, ୧୮।୬: ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ଏଲ୍‌ଆଇସି ଆଗକୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଜମି ଏବଂ ବିଲ୍ଡିଂ...

ରେକର୍ଡ ସ୍ତର ଛୁଇଁଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୮।୬: ମଙ୍ଗଳବାର ଶେୟାର ମାର୍କେଟ ରେକର୍ଡ ସ୍ତରରେ କାରବାର କରିଥିବା ଦେଖିବାକୁ ମିଳିଛି। ସେନ୍‌ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୭୭,୨୪୪.୧୭...

ୟୁବିଆଇ ସମ୍ବଲପୁର କ୍ଷେତ୍ର ପକ୍ଷରୁ ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଆୟୋଜିତ ଏକ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ସମ୍ବଲପୁରର ଗଙ୍ଗାଧର ମଣ୍ଡପଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri