କଟକଣା ଯୋଗୁ ବ୍ୟବସାୟ ମାନ୍ଦା

କଟକ ଅଫିସ, ୨୮। ୩: କଟକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ହୋଲି ପାଳନ ଉପରେ କଟକଣା ଜାରି କରାଯାଇଛି। ଏକାସଙ୍ଗରେ ବହୁସଂଖ୍ୟକ ଲୋକଙ୍କୁ ହୋଲି ଖେଳିବାକୁ ବାରଣ କରାଯାଇଛି। ଲୋକମାନେ ବାହାରକୁ ନ ଆସି ଘରେ ରହି ହୋଲି ଖେଳିବେ। ଏଥିପାଇଁ ହୋଲିର ୧୫ ଦିନ ପୂର୍ବରୁ କଟକ ଦୋଳମୁଣ୍ତାଇ, ଚୌଧୁରୀବଜାର, ବାଙ୍କାବଜାର, ବାଲୁବଜାର, କଲେଜ ଛକ ଆଦି ସ୍ଥାନରେ ରଙ୍ଗଦୋକାନ ଖୋଲିଛି। ସେଠାରେ ହର୍ବଲ ଅଭିର, ସେଣ୍ଟେଡ ଅଭିର, ପାଉଡର ଅଭିର ସହ ବିଭିନ୍ନ ପ୍ରକାର ରଙ୍ଗ ରହିଛି। ଏହାର ମୂଲ୍ୟ କିଲୋ ପିଛା ୮ରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ପିଲାଙ୍କ ପାଇଁ ଡୋରେମନ, ମୋଟୁ ପତ୍‌ଲୁ, ବେନେଟନ, ଛୋଟାଭୀମ, ବରବି, ବନ୍ଧୁକ ଭଳି ଅନେକ ପ୍ରକାରର ପିଚକାରି ଅଛି, ଯାହାର ମୂଲ୍ୟ ୨୦ରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାସହ ରଙ୍ଗବେରଙ୍ଗର ଚୁଟି, ବଡ ଚଷମା, ବିଭନ୍ନ ପ୍ରକାରର ମୁଖା ରହିଛି। ଏହାର ମୂଲ୍ୟ ୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବ୍ୟବସାୟୀମାନେ ରାୟପୁର, ନୂଆଦିଲ୍ଲୀ, ବମ୍ବେ ଓ କୋଲକାତାରୁ ରଙ୍ଗ ଆଣି ବିକ୍ରି କରିଥାନ୍ତି। ମାତ୍ର ଚାଇନାରୁ ରଙ୍ଗ ଆସୁଥିବା ଭୟରେ ରଙ୍ଗ କିଣିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁ ପ୍ରତିବର୍ଷ ଭଳି ଚଳିତବର୍ଷ ରଙ୍ଗଦୋକାନରେ ସେତେଟା ଭିଡ ନ ଥିବାରୁ ବ୍ୟବସାୟ ମାନ୍ଦା ହୋଇଛି। ଏ ସମ୍ପର୍କରେ ବ୍ୟବସାୟୀ ପ୍ରଦୀପ କୁମାର ନନ୍ଦୀ କହିଛନ୍ତି, ପ୍ରାୟ ୪୦ ବର୍ଷ ହେବ ଦୋକାନ କରିଛି। କିନ୍ତୁ ଏଭଳି ପରିସ୍ଥିତି କେବେ ଦେଖିନାହିଁ। ହୋଲିକୁ ଆଉ ମାତ୍ର ଗୋଟିଏ ଦିନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ପ୍ରତିଶତ ବ୍ୟବସାୟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri