ହ୍ରାସ ପାଇଲା ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ

ନୂଆଦିଲ୍ଲୀ,୨୧।୪ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ହ୍ରାସ ପାଇଚାଲିଛି। ଏପରିକି ଚଳିତ ଆର୍ଥିକ ବର୍ଷ(୨୦୨୩-୨୪ ଆର୍ଥିକ ବର୍ଷ)ରେ ଏହା ୧୨.୧୭% ହ୍ରାସ ପାଇ ୨,୬୫,୧୮୭.୯୫ କୋଟି (ୟୁଏସ୍‌ଡି ୩୨,୦୨୨.୦୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ବା ୟୁଏସ୍‌ରେ ଅଧିକ ସୁଧ ହାର ଏବଂ ଚାଇନାରେ ଧିମା ସୁଧାର (ସ୍ଲୋ ରିକଭରି) ଭଳି କାରଣ ଯୋଗୁ ବଜାର ମାନ୍ଦା ରହିଥିଲାବେଳେ ମୁକ୍ତା ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନରେ ମାନ୍ଦାବସ୍ଥା ଜାରି ରହିଛି ବୋଲି ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ପ୍ରମୋଶନ କାଉନସିଲ (ଜିଜେଇପିସି) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜିଜେଇପିସିର ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ମୁକ୍ତା ଏବଂ ଅଳଙ୍କାର ରପ୍ତାନି ୩,୦୧,୯୨୫.୯୭କୋଟି (ୟୁଏସ୍‌ଡି ୩୭,୬୪୬.୧୭ ମିଲିୟନ ଡଲାର) ଥିଲାବେଳେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ମୁକ୍ତା ଏବଂ ଅଳଙ୍କାର ରପ୍ତାନି ୨୦୨୩-୨୪ ଆର୍ଥିକ ବର୍ଷରେ ୧୨.୧୭% ହ୍ରାସ ପାଇ ୨,୬୫,୧୮୭.୯୫କୋଟି (ୟୁଏସ୍‌ଡି ୩୨,୦୨୨.୦୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ କଟ୍‌ ଆଣ୍ଡ ପଲିସ୍‌ଡ ଡାଇମଣ୍ଡ୍‌ସ ଏକ୍ସପୋର୍ଟ ୨୫.୨୩% ହ୍ରାସ ହୋଇ ୧,୩୨,୧୨୮.୨୯କୋଟି (ୟୁଏସ୍‌ଡି ୧୫,୯୬୬.୪୭ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ୨୦୨୩-୨୪ ଆଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୧,୭୬,୭୧୬.୦୬ କୋଟି (ୟୁଏସ୍‌ଡି ୨୨,୦୪୬.୯ ମିଲିୟନ ଡଲାର)ରେ ରହିଥିଲା।

ସେହିଭଳି ପଲିସ୍‌ଡ ଲାବ୍‌ ଗ୍ରାଉଣ୍ଡ ଡାଇମଣ୍ଡସର ଅସ୍ଥାୟୀ କାରବାର ବା ମୋଟ ରପ୍ତାନି ୨୦୨୩-୨୪ ଆର୍ଥିକ ବର୍ଷରେ ୧୩.୭୯% ହ୍ରାସ ପାଇ ୧୧,୬୧୧.୨୫ କୋଟି (ୟୁଏସ୍‌ଡି ୧,୪୦୨.୩ ମିଲିୟନ ଡଲାର) ରହିଥିଲାବେଳେ ଚଳିତ ବର୍ଷର କାରବାର ଅପେକ୍ଷା ଗତବର୍ଷର ଏହି ଅବଧିର କାରବାର ୧୩,୪୬୮.୩୨ କୋଟି (ୟୁଏସ୍‌ଡି ୧,୬୮୦.୨୨ ମିଲିୟନ ଡଲାର)ରେ ସୀମିତ ଥିଲା।

ସେହିପରି ଚଳିତ ଆର୍ଥିକ ବର୍ଷରେ ମୋଟ ସୁନା ଅଳଙ୍କାରର ସାମୟିକ ରପ୍ତାନି ୨୦.୫୭% ଅଭିବୃଦ୍ଧି ଘଟି ୯୨,୩୪୬.୧୯ କୋଟି (ୟୁଏସ୍‌ଡି ୧୧,୧୪୦.୭୮୦ ମିଲିୟନ ଡଲାର)ରେ ରହିଛି। ଚଳିତ ବର୍ଷର କାରବାର ଅନୁଯାୟୀ ପୂର୍ବ ବର୍ଷରେ ସୁନା ଅଳଙ୍କାରର ସାମୟିକ ରପ୍ତାନି ୭୬,୫୮୯.୯୪ କୋଟି (ୟୁଏସ୍‌ଡି ୯,୫୩୮.୮୪ ମିଲିୟନ ଡଲାର) ରେ ଥିଲା।
ଅପରପକ୍ଷରେ ରୁପା ଅଳଙ୍କାରର ସାମୟିକ ରପ୍ତାନି ମଧ୍ୟ ହ୍ରାସ ପାଇଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ରୁପା ଅଳଙ୍କାରର ସାମୟିକ ରପ୍ତାନି ମୋଟ ୪୩% ହ୍ରାସ ପାଇ ୧୩,୪୦୬.୧ କୋଟି (ୟୁଏସ୍‌ଡି ୧,୬୧୬.୪୨ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ଗତ ବର୍ଷ ଏହି ସମୟରେ ରୁପା ଅଳଙ୍କାରର ସାମୟିକ ରପ୍ତାନି ୨୩,୫୫୬.୭୧ କୋଟି (ୟୁଏସ୍‌ଡି ୨୯୩୯.୯ ମିଲିୟନ ଡଲାର)ରେ ଥିଲା।

ଏ ନେଇ ଜିଜେଇପିସିର ଅଧ୍ୟକ୍ଷ ବିପୁଲ ଶାହା କହିଛନ୍ତି, ଗତ ଆର୍ଥିକ ବର୍ଷ ସମସ୍ତ ଉତ୍ପାଦ ବର୍ଗ ପାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲାବେଳେ ବିଭିନ୍ନ ପ୍ରକାର ଅନ୍ତରାଷ୍ଟ୍ରୀୟ ସମସ୍ୟା ଯୋଗୁ ଘରୋଇ ବଜାରର ମନ୍ଥରତା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri