୧୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପର୍ବପର୍ବାଣିର ମହତ୍ତ୍ୱ ଅନେକ ରହିଛି। ଏପର ିକି ସବୁ ବର୍ଗର ଲୋକ ପର୍ବରେ ସାମିଲ ହୋଇ ଉତ୍ସାହିତ ହେବାକୁ ପସନ୍ଦ କରୁଥିବାବେଳେ ପର୍ବରେ ମଧ୍ୟ କିଣାକିଣି ଓ ସ୍ବତନ୍ତ୍ର ବସ୍ତୁର କ୍ରୟ ମଧ୍ୟ କରିଥାନ୍ତି। ଚଳିତ ଧନତେରସରେ ମଧ୍ୟ କାରବାର ବେଶ୍‌ ଉତ୍ସାହଜନକ ରହିବ ବୋଲି ଆଶା କରାଯାଉଛି। ସେହିଭଳି ଚଳିତ ଧନତେରସ ଉପଲକ୍ଷେ ଦେଶର ଅଳଙ୍କାର ବ୍ୟବସାୟୀମାନେ ଭଲ ବ୍ୟବସାୟ ଆଶାରେ ନୂତନ କଲେକ୍ସନ ସାଙ୍ଗକୁ ଅଫର ଓ ରିହାତିର ବ୍ୟାପକ ବ୍ୟବସ୍ଥା କରିଥିବାବେଳେ ଗତବର୍ଷ ଅପେକ୍ଷା ସୁନା କାରବାର ପ୍ରାୟ ୧୨ରୁ ୧୫% ବୃଦ୍ଧି ପାଇ ୧୦୦୦ କୋଟି ଛୁଇଁବ ବୋଲି ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଏପରି କି ଧନତେରସ ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଆକର୍ଷଣୀୟ ଅଫର ଓ ରିହାତି ଦିଆଯାଉଥିବାବେଳେ ଆଗାମୀ ବିବାହ ଋତୁକୁ ମିଶାଇ ଗ୍ରାହକ କିଣାକିଣି କରିବା ସହିତ ଦରବୃଦ୍ଧି ଆଶଙ୍କାରୁ ମଧ୍ୟ ରକ୍ଷା ପାଇବାକୁ ଏକ ସଙ୍ଗରେ କାରବାର କରିବେ ବୋଲି ଆସୋସିଏଶନ ପକ୍ଷରୁ ଆଶଙ୍କା କରାଯାଉଛି। ସେହିପରି କ୍ରମାଗତ ଭାବେ ଦରବୃଦ୍ଧିକୁ ନେଇ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଥିଲା ବେଳେ କାରବାରରେ ଉତ୍ସାହ ଭରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବ୍ୟାପକ ବ୍ୟବସ୍ଥା ଓ ସୁବିଧା ଗ୍ରାହକଙ୍କୁ ଯୋଗାଇଦେବାକୁ ପ୍ରସ୍ତୁତ ହେଉଛନ୍ତି। ଅପରପକ୍ଷରେ ଚଳିତବର୍ଷ ୨ ଦିନ ଧରି ଧନତେରସ ପାଳନ ହେବାକୁ ଥିଲାବେଳେ କାରବାର ବେଶ୍‌ ଭଲ ରହିବ ବୋଲି ଉଭୟ ଆସୋସିଏଶନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ୍‌ ପିଛା ପ୍ରାୟ ୮୦, ୫୦୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୭୪,୦୦୦ଟଙ୍କାରେ କାରବାର ହେଉଛି। ସେହିଭଳି ରୁପା ପ୍ରତି କେଜି ପିଛା ୧,୧୦,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ହୀରା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଦର ଉଚ୍ଚ ରହିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୦, ୫୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୭୩,୦୦୦ଟଙ୍କାରେ କାରବାର ହେଉଛି। ଏପରି କି ରୁପା ଦର ପ୍ରତି କେଜି ପିଛା ୧,୧୦,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ହୀର ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଦର ୪୦,୦୦୦ରୁ ଅଧିକ ରହିଛି। ଅପରପକ୍ଷରେ ଦରବୃଦ୍ଧି କାରବାରରେ ବାଧକ ସାଜିପାରେ ବୋଲି ବଜାର ବିଶେଷଜ୍ଞ ଆଶଙ୍କା କରୁଥିବାବେଳେ ବ୍ୟବସାୟୀମାନେ କାରବାର ପୂର୍ବାପେକ୍ଷା ଭଲ ହେବ ଏବଂ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri