ଶେଷ ହେଲା ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’: ପୁରସ୍କୃତ ହେଲେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’। ଏଥିରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଆୟୋଜିତ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କରୋନା ସମୟରେ ଓଡ଼ିଶାର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ପରେ ମୁଖ୍ୟଅତିଥି ତଥା ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବୋଧନ ଦେଇ ପ୍ରଥମେ ଧରିତ୍ରୀ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ୧୯୭୪ରୁ ଆଗଧାଡ଼ିର ଗଣମାଧ୍ୟମ ଭାବେ ଧରିତ୍ରୀ ଓଡ଼ିଶାରେ ବିଭିନ୍ନ ସାମାଜିକ, ରାଜନୈତିକ, ଅର୍ଥନୈତିକ ପ୍ରସଙ୍ଗକୁ ପରିବେସିତ କରିଆସୁଛି ବୋଲି କହିଥିଲେ। ଆଜିର ଆବଶ୍ୟକତାକୁ ଦେଖି ଏକ ଦାୟିତ୍ୱପୁର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ଏହାବ୍ୟତିତ ବିଶ୍ୱବଜାର ଛୋଟ ହୋଇସାରିଲାଣି। ଓଡ଼ିଶାର ସମ୍ଭାବନା ଧିରେ ଧିରେ ବଢ଼ିବାରେ ଲାଗିଛି। ଆଗକୁ ଭାରତରେ ରୋରିଂ ଟ୍ବେଣ୍ଟିଜ୍‌ର ସମୟ ଆସୁଛି। ଆଗାମୀ ଦୁଇ ଦଶନ୍ଧିର ଓଡ଼ିଶା ପାଇଁ ସାମାଜିକ ଖସଡ଼ା ପ୍ରସ୍ତୁତ କରିବାକୁ ହେବ। କାରଣ ତାହା ଓଡ଼ିଶାର ସମୟ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ।

ପରେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ସଫଳ ବ୍ୟବସାୟୀକ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଛି। ଅବିନାଶ ସାମଲ(ଏମ୍ପାୟାର ଗ୍ରୁପ୍‌), ଡ. ଅଚ୍ୟୁତ ସାମନ୍ତ(କିଟ୍‌ ୟୁନିଭର୍ସିଟି),ଆଦିତ୍ୟ ପାତ୍ର(ଆଦିତ୍ୟ ଗ୍ରୁପ୍‌), ଅଜୟ ବାହାଦୁର ସିଂ(ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌), ଅର୍ଶଦୀପ ସିଂହ(ସନ୍ନି ମୋଟର୍ସ), ଅବିନାଶ ସିଂଘାନିଆ(ସ୍କାଏ ଅଟୋମୋବାଇଲସ୍‌), ବଦ୍ରିନାରାୟଣ ସାମନ୍ତରାୟ(ତ୍ରୁପ୍ତି ଗ୍ରୁପ୍‌), ବିଜୟ କୁମାର ସାହୁ(ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ), ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ(ଏଏସ୍‌ବିଏମ୍‌ ୟୁନିଭର୍ସିଟି), ବ୍ରହ୍ମାନନ୍ଦ ମେହେର(ଅରୁନ୍ଧତୀ ଜୁଏଲର୍ସ), ଦେବରାଜ ରଥ(ଏମ୍‌ଡି,ସ୍ପେକ୍ଟ୍ରା ଭିଜନ), ଦେବଜ୍ୟୋତି ପଟ୍ଟନାୟକ(ଜ୍ୟୋତି ଗ୍ରୁପ୍‌), ଦୁର୍ଗାପ୍ରସାଦ ରଥ(ପଦ୍ମା ଆଣ୍ଡ ଶ୍ରୀ ଦୁର୍ଗା ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌), ଜୟପ୍ରକାଶ ତେଦଓ୍ବାନିଆ(ଭାରତ ଗ୍ରୁପ୍‌), ଜେ କେ ମହାନ୍ତି(ସ୍ବସ୍ତି ଗ୍ରୁପ୍‌), କମଲ ଏସ୍‌ ଅଗ୍ରଓ୍ବାଲ(ପିଜିଇ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌), ନିତିଶ ଖିମଜୀ(ଖିମଜୀ ଜୁଏଲର୍ସ), ନିଶିଥରଞ୍ଜନ ନନ୍ଦ(ସମଷ୍ଟ୍ରି ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌), ପଲ୍ଲୀ ପଟ୍ଟନାୟକ( ମଦର୍ସ ପବ୍ଲିକ୍‌ ସ୍କୁଲ), ପ୍ରଦୀପ ଅଗ୍ରଓ୍ବାଲ(ଜେଏନ୍‌ଜି ଅଟୋମୋବାଇଲ୍ସ), ପ୍ରକାଶ କୁମାର ବିଶ୍ୱାଳ(ରାଜ ଇଲେକ୍ଟ୍ରୋନିକ୍ସ), ରାଜନ ଗୁଗ୍‌ନାନୀ(ଗୁଗ୍‌ନାନୀ ଅଟୋଗ୍ରୁପ୍‌), ପ୍ରଶାନ୍ତ ଅଗ୍ରଓ୍ବାଲ(ସହପ୍ରତିଷ୍ଠାତା, ଓ୍ବିଫି ଇଣ୍ଟରନେଟ୍‌), ପ୍ରିୟବ୍ରତ ଧିର(ସ୍ପର୍ଶ ହସ୍ପିଟାଲ), ରବିନ୍ଦ୍ର କୁମାର ଲେଙ୍କା(ଏମ୍‌ଡି,ଜୟରାମ ଲେଙ୍କା ଆଣ୍ଡ ସନ୍ସ), ରାଜିନ୍ଦର ସିଂହ(କଳାମନ୍ଦିର), ରାଜୀବ ଦୁବେ(ରୋହନ ଅଟୋରାଇଡର୍ସ), ସଞ୍ଜୀବ କୁମାର ପାତ୍ର (ସାଣ୍ଡିଜ୍‌ ଟାଓ୍ବାର୍ସ), ସଞ୍ଜୀବ କୁମାର ରାଉତ(ସିଭି ରମଣ ଇନ୍‌ଷ୍ଟିଚ୍ୟୁଟ୍‌), ଶରତ କୁମାର ସାହୁ(ରୁଚି ମସଲା), ସାତ୍ତ୍ୱିକ ସ୍ବାଇଁ(ଓଏସ୍‌ଏମ୍‌ଇ), ସତ୍ୟବ୍ରତ ମୀନକେତନ(ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌), ଶରତ ବେଦ(ଉତ୍କଳ ବିଲ୍ଡର୍ସ), ଶିବ ପ୍ରସାଦ ପଣ୍ଡା(ପଣ୍ଡା ଟ୍ରାଭେଲ ମାର୍ଟ), ଶୌନକ ରାଜ ପାରିଖ(ଉତ୍କଳ ଅଟୋମୋବାଇଲ୍ସ), ସିଦ୍ଧାର୍ଥ ଗର୍ଗ(ଗର୍ଗ ସନ୍‌ ଗ୍ରୁପ୍ସ), ସୋଫିଆ ଫର୍ଦୋସ(ମେଟ୍ରୋ ବିଲ୍ଡର୍ସ), ସୁନିଲ ତନେଜା(ଟୟୋଟା ମୋଟର୍ସ ପ୍ରା. ଲିମିଟେଡ୍‌), ସୁଶାନ୍ତ କୁମାର ପଣ୍ଡା(ଭାରତ ମସଲା), ବିଶାଲ ଧଓ୍ବନ(କନ୍‌ସୋର୍ଟିୟମ ଅଟୋମୋବାଇଲ୍ସ) ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଆସୋସିଏଟ୍‌ ସ୍ପନ୍ସର(ପ୍ରାୟୋଜକ) ଏମ୍‌ଜେଏମ୍‌ ମିନେରାଲ୍ସ, ସହ ପ୍ରାୟୋଜକ ଓଏସ୍‌ଏଲ୍‌ ଗ୍ରୁପ୍‌, ଆଡ୍‌ଭେଣ୍ଟସ୍‌, ଇମ୍ଫା, ଏମ୍‌ସିଏଲ୍‌, ଆସୋସିଏଟ୍‌ସ ଟିମ୍‌(ଆଉଟ୍‌ଡୋର୍‌ ପାର୍ଟନର), ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଚ୍ୟାନେଲ୍‌ ପାର୍ଟନର ନ୍ୟୁଜ ୧୮ ଓଡ଼ିଆ, ରେଡିଓ ପାର୍ଟନର ୯୧.୯ ଏଫ୍‌ଏମ୍‌ ଆଦିକୁ ସମ୍ବୋଧିତ କରାଯାଇଥିଲା। ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri