ଶେଷ ହେଲା ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’: ପୁରସ୍କୃତ ହେଲେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’। ଏଥିରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଆୟୋଜିତ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କରୋନା ସମୟରେ ଓଡ଼ିଶାର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ପରେ ମୁଖ୍ୟଅତିଥି ତଥା ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବୋଧନ ଦେଇ ପ୍ରଥମେ ଧରିତ୍ରୀ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ୧୯୭୪ରୁ ଆଗଧାଡ଼ିର ଗଣମାଧ୍ୟମ ଭାବେ ଧରିତ୍ରୀ ଓଡ଼ିଶାରେ ବିଭିନ୍ନ ସାମାଜିକ, ରାଜନୈତିକ, ଅର୍ଥନୈତିକ ପ୍ରସଙ୍ଗକୁ ପରିବେସିତ କରିଆସୁଛି ବୋଲି କହିଥିଲେ। ଆଜିର ଆବଶ୍ୟକତାକୁ ଦେଖି ଏକ ଦାୟିତ୍ୱପୁର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ଏହାବ୍ୟତିତ ବିଶ୍ୱବଜାର ଛୋଟ ହୋଇସାରିଲାଣି। ଓଡ଼ିଶାର ସମ୍ଭାବନା ଧିରେ ଧିରେ ବଢ଼ିବାରେ ଲାଗିଛି। ଆଗକୁ ଭାରତରେ ରୋରିଂ ଟ୍ବେଣ୍ଟିଜ୍‌ର ସମୟ ଆସୁଛି। ଆଗାମୀ ଦୁଇ ଦଶନ୍ଧିର ଓଡ଼ିଶା ପାଇଁ ସାମାଜିକ ଖସଡ଼ା ପ୍ରସ୍ତୁତ କରିବାକୁ ହେବ। କାରଣ ତାହା ଓଡ଼ିଶାର ସମୟ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ।

ପରେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ସଫଳ ବ୍ୟବସାୟୀକ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଛି। ଅବିନାଶ ସାମଲ(ଏମ୍ପାୟାର ଗ୍ରୁପ୍‌), ଡ. ଅଚ୍ୟୁତ ସାମନ୍ତ(କିଟ୍‌ ୟୁନିଭର୍ସିଟି),ଆଦିତ୍ୟ ପାତ୍ର(ଆଦିତ୍ୟ ଗ୍ରୁପ୍‌), ଅଜୟ ବାହାଦୁର ସିଂ(ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌), ଅର୍ଶଦୀପ ସିଂହ(ସନ୍ନି ମୋଟର୍ସ), ଅବିନାଶ ସିଂଘାନିଆ(ସ୍କାଏ ଅଟୋମୋବାଇଲସ୍‌), ବଦ୍ରିନାରାୟଣ ସାମନ୍ତରାୟ(ତ୍ରୁପ୍ତି ଗ୍ରୁପ୍‌), ବିଜୟ କୁମାର ସାହୁ(ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ), ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ(ଏଏସ୍‌ବିଏମ୍‌ ୟୁନିଭର୍ସିଟି), ବ୍ରହ୍ମାନନ୍ଦ ମେହେର(ଅରୁନ୍ଧତୀ ଜୁଏଲର୍ସ), ଦେବରାଜ ରଥ(ଏମ୍‌ଡି,ସ୍ପେକ୍ଟ୍ରା ଭିଜନ), ଦେବଜ୍ୟୋତି ପଟ୍ଟନାୟକ(ଜ୍ୟୋତି ଗ୍ରୁପ୍‌), ଦୁର୍ଗାପ୍ରସାଦ ରଥ(ପଦ୍ମା ଆଣ୍ଡ ଶ୍ରୀ ଦୁର୍ଗା ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌), ଜୟପ୍ରକାଶ ତେଦଓ୍ବାନିଆ(ଭାରତ ଗ୍ରୁପ୍‌), ଜେ କେ ମହାନ୍ତି(ସ୍ବସ୍ତି ଗ୍ରୁପ୍‌), କମଲ ଏସ୍‌ ଅଗ୍ରଓ୍ବାଲ(ପିଜିଇ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌), ନିତିଶ ଖିମଜୀ(ଖିମଜୀ ଜୁଏଲର୍ସ), ନିଶିଥରଞ୍ଜନ ନନ୍ଦ(ସମଷ୍ଟ୍ରି ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌), ପଲ୍ଲୀ ପଟ୍ଟନାୟକ( ମଦର୍ସ ପବ୍ଲିକ୍‌ ସ୍କୁଲ), ପ୍ରଦୀପ ଅଗ୍ରଓ୍ବାଲ(ଜେଏନ୍‌ଜି ଅଟୋମୋବାଇଲ୍ସ), ପ୍ରକାଶ କୁମାର ବିଶ୍ୱାଳ(ରାଜ ଇଲେକ୍ଟ୍ରୋନିକ୍ସ), ରାଜନ ଗୁଗ୍‌ନାନୀ(ଗୁଗ୍‌ନାନୀ ଅଟୋଗ୍ରୁପ୍‌), ପ୍ରଶାନ୍ତ ଅଗ୍ରଓ୍ବାଲ(ସହପ୍ରତିଷ୍ଠାତା, ଓ୍ବିଫି ଇଣ୍ଟରନେଟ୍‌), ପ୍ରିୟବ୍ରତ ଧିର(ସ୍ପର୍ଶ ହସ୍ପିଟାଲ), ରବିନ୍ଦ୍ର କୁମାର ଲେଙ୍କା(ଏମ୍‌ଡି,ଜୟରାମ ଲେଙ୍କା ଆଣ୍ଡ ସନ୍ସ), ରାଜିନ୍ଦର ସିଂହ(କଳାମନ୍ଦିର), ରାଜୀବ ଦୁବେ(ରୋହନ ଅଟୋରାଇଡର୍ସ), ସଞ୍ଜୀବ କୁମାର ପାତ୍ର (ସାଣ୍ଡିଜ୍‌ ଟାଓ୍ବାର୍ସ), ସଞ୍ଜୀବ କୁମାର ରାଉତ(ସିଭି ରମଣ ଇନ୍‌ଷ୍ଟିଚ୍ୟୁଟ୍‌), ଶରତ କୁମାର ସାହୁ(ରୁଚି ମସଲା), ସାତ୍ତ୍ୱିକ ସ୍ବାଇଁ(ଓଏସ୍‌ଏମ୍‌ଇ), ସତ୍ୟବ୍ରତ ମୀନକେତନ(ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌), ଶରତ ବେଦ(ଉତ୍କଳ ବିଲ୍ଡର୍ସ), ଶିବ ପ୍ରସାଦ ପଣ୍ଡା(ପଣ୍ଡା ଟ୍ରାଭେଲ ମାର୍ଟ), ଶୌନକ ରାଜ ପାରିଖ(ଉତ୍କଳ ଅଟୋମୋବାଇଲ୍ସ), ସିଦ୍ଧାର୍ଥ ଗର୍ଗ(ଗର୍ଗ ସନ୍‌ ଗ୍ରୁପ୍ସ), ସୋଫିଆ ଫର୍ଦୋସ(ମେଟ୍ରୋ ବିଲ୍ଡର୍ସ), ସୁନିଲ ତନେଜା(ଟୟୋଟା ମୋଟର୍ସ ପ୍ରା. ଲିମିଟେଡ୍‌), ସୁଶାନ୍ତ କୁମାର ପଣ୍ଡା(ଭାରତ ମସଲା), ବିଶାଲ ଧଓ୍ବନ(କନ୍‌ସୋର୍ଟିୟମ ଅଟୋମୋବାଇଲ୍ସ) ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଆସୋସିଏଟ୍‌ ସ୍ପନ୍ସର(ପ୍ରାୟୋଜକ) ଏମ୍‌ଜେଏମ୍‌ ମିନେରାଲ୍ସ, ସହ ପ୍ରାୟୋଜକ ଓଏସ୍‌ଏଲ୍‌ ଗ୍ରୁପ୍‌, ଆଡ୍‌ଭେଣ୍ଟସ୍‌, ଇମ୍ଫା, ଏମ୍‌ସିଏଲ୍‌, ଆସୋସିଏଟ୍‌ସ ଟିମ୍‌(ଆଉଟ୍‌ଡୋର୍‌ ପାର୍ଟନର), ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଚ୍ୟାନେଲ୍‌ ପାର୍ଟନର ନ୍ୟୁଜ ୧୮ ଓଡ଼ିଆ, ରେଡିଓ ପାର୍ଟନର ୯୧.୯ ଏଫ୍‌ଏମ୍‌ ଆଦିକୁ ସମ୍ବୋଧିତ କରାଯାଇଥିଲା। ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri