ଭୁବନେଶ୍ୱର କ୍ରାଉନ ହୋଟେଲରେ ଆରମ୍ଭ ହେଲା ‘ବ୍ରାଣ୍ଡେଡ୍‌ ସେଲ୍‌’; ବେଶ ଶସ୍ତାରେ ମିଳୁଛି…

ଭୁବନେଶ୍ୱର,୨।୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭୁବନେଶ୍ୱରର କ୍ରାଉନ ହୋଟେଲରେ ଏକ ୪ ଦିନିଆ ‘ବ୍ରାଣ୍ଡେଡ୍‌ ସେଲ୍‌’ର ଶୁଭାରମ୍ଭ କରାଯାଇଛି। ଶନିବାରଠାରୁ ଏହା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ ୨୦୨୫ ଫେବୃଆରୀ ୪ ପର୍ଯ୍ୟନ୍ତ ଜାରି ରହିବ ଏବଂ ପ୍ରତିଦିନ ସକାଳ ୧୦ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଏହି ସେଲ୍‌ ଖୋଲା ରହିଛି। ଏପରିକି ଗାର୍ମେଣ୍ଟ ଉଦ୍ୟୋଗରେ ଚାଲିଥିବା ମାନ୍ଦାବସ୍ଥା କାରଣରୁ ଫ୍ୟାକ୍ଟ୍ରିରୁ ମୂଲ୍ୟବାନ୍‌ ଗାର୍ମେଣ୍ଟସ ଏବଂ ଜୋତାର ଆକର୍ଷଣୀୟ କଲେକ୍ସନ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ସେହିଭଳି ୨୦୨୪ର ବକ୍ସ ପ୍ୟାକ୍‌ କଲେକ୍ସନଗୁଡିକୁ ଗ୍ରାହକ ୮୦% ରିହାତି ଦରରେ ପାଇପାରିବେ। ଏପରିକି ୨୦୦୦ ରୁ ୯୦୦୦ ଟଙ୍କା ମୂଲ୍ୟର ମେନ୍‌ସ ଶାର୍ଟ ମାତ୍ର ୧୨୦୦ ଟଙ୍କାରେ ମିଳୁଥିଲାବେଳେ ୨୦୦୦ରୁ ୪୦୦୦ଟଙ୍କାର ଲେଡିଜ କୁର୍ତ୍ତି ମାତ୍ର ୬୦୦ ଟଙ୍କା, ୧୫୦୦ରୁ ୨୦୦୦ ଟଙ୍କାର କିଡ୍‌ସ ଗାର୍ମେଣ୍ଟସ ୬୦୦ ଟଙ୍କା ମଧ୍ୟରେ ମିଳୁଛି। ସେହିପରି ୨୦୦୦ରୁ ୬୦୦୦ ଟଙ୍କାର ଲେଡିସ ମିକ୍ସ ଗାର୍ମେଣ୍ଟସ ମାତ୍ର ୩୦୦ରୁ ୬୦୦ ଟଙ୍କା, ୨୦୦୦ରୁ ୬୦୦୦ ଟଙ୍କାର ମେନ୍‌ସ ଟି-ଶାର୍ଟ ମାତ୍ର ୬୦୦ରୁ ୮୦୦ ଟଙ୍କା, ୩୯୦୦ରୁ ୯୮୦୦ ଟଙ୍କାର ମେନ୍‌ସ ବ୍ରାଣ୍ଡେଡ୍‌ ଜିନ୍‌ସ ମାତ୍ର ୧୫୦୦ ଟଙ୍କା ଏବଂ ୨୦୦୦ରୁ ୪୦୦୦ ଟଙ୍କାର ଲେଡିଜ ବ୍ରାଣ୍ଡେଡ୍‌ ଜିନ୍ସ ମାତ୍ର ୬୦୦ ଟଙ୍କାରେ ବିକ୍ରି ହେଉଛି। ଏପରିକି ସୁଲଭ ମୂଲ୍ୟରେ ୪୫ରୁ ଅଧିକ କାଉଣ୍ଟର ଜରିଆରେ ୩୦ ହଜାରରୁ ଅଧିକ ଗାର୍ମେଣ୍ଟସ ପ୍ରଦର୍ଶିତ ହେଉଛି। ଅପରପକ୍ଷରେ ପୁରୁଷଙ୍କ ପାଇଁ ବିଭିନ୍ନ ଭେରାଇଟିର ମିଶ୍ରିତ ବ୍ରାଣ୍ଡେଡ୍‌ ଜୋତା ମାତ୍ର ୧୮୦୦ ଟଙ୍କାରେ ମିଳୁଛି। ଏହାର ମୂଳ ମୂଲ୍ୟ ୨୦୦୦ରୁ ୧୨,୦୦୦ ଟଙ୍କା ଥିଲାବେଳେ ଏହି ସେଲ୍‌ ଜରିଆରେ ଗ୍ରାହକ କେବଳ ୮୦୦ରୁ ୧୮୦୦ ଟଙ୍କାରେ ପାଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?