ବର୍ଷ ବର୍ଷ ଧରି ଠକାମିର ଶିକାର ବସ୍‌ ଯାତ୍ରୀ

ପଟ୍ଟାମୁଣ୍ଡାଇ,୨୪ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ଭଦ୍ରକ, ଚାନ୍ଦବାଲି ଓ ରାଜକନିକା ଅଞ୍ଚଳରୁ କଟକକୁ ଯାଉଥିବା ବସ୍‌ ଯାତ୍ରୀମାନେ ବର୍ଷ ବର୍ଷ ଧରି ଠକାମିର ଶିକାର ହେବାକୁ ପଡୁଛି। ସାଧାରଣ ଯାତ୍ରୀମାନେ ଏହି ଠକେଇର ସୁରାକ ପାଉ ନ ଥିବା ବେଳେ ଘରୋଇ ବସ୍‌ଗୁଡିକ ଚଞ୍ଚକତା କରି ଯାତ୍ରୀମାନଙ୍କୁ ଚତୁରତାର ସହ ଠକୁଥିବା ଜଣାପଡିଛି। ଖାଲି ସେତିକି ନୁହେଁ, କଟକରୁ ଉପରୋକ୍ତ ଅଞ୍ଚଳକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଅନୁରୂପ ଭାବେ ଠକାମିର ଶିକାର ହେଉଛନ୍ତି। ସରକାରୀ ଭାବେ ପଟ୍ଟାମୁଣ୍ଡାଇରୁ କଟକକୁ ୭୬ କି.ମି. ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାପାର୍ଶ୍ୱରେ ବୋର୍ଡ ଲଗାଯାଇଛି। କିନ୍ତୁ ଘରୋଇ ବସ୍‌ଗୁଡିକ କଟକକୁ ୮୮ କି.ମି. ଦର୍ଶାଇ ଯାତ୍ରୀମାନଙ୍କଠାରୁ ୧୨ କି.ମି.ର ଅଧିକ ଭଡ଼ା ବାବଦରେ ଟଙ୍କା ଲୁଟ୍‌ କରି ଚାଲିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୂର୍ବରୁ କଟକ ଚାନ୍ଦିନଚୌକରେ ବସ୍‌ଷ୍ଟାଣ୍ଡ ଥିବାରୁ ପଟ୍ଟାମୁଣ୍ଡାଇରୁ ଯାଉଥିବା ଯାତ୍ରୀମାନଙ୍କଠାରୁ ୮୮ କି.ମି . ରାସ୍ତାର ବସ୍‌ ଭଡା ନିଆଯାଉଥିଲା। ତେବେ ବହୁବର୍ଷ ପୂର୍ବରୁ ବାଦାମବାଡ଼ିଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇ ସାରିଥିବା ବେଳେ ପଟ୍ଟାମୁଣ୍ଡାଇ କଟକକୁ ୭୬ କି.ମି. ରାସ୍ତା ଯିବାକୁ ପଡ଼ୁଥିଲେ ହେଁ ପୂର୍ବ ନିର୍ଦ୍ଧାରିତ ୮୮ କି.ମି. ରାସ୍ତାର ପଇସା ଯାତ୍ରୀମାନଙ୍କଠାରୁ ନିଆଯାଉଛି। ବର୍ତ୍ତମାନ ତେଲ ମୂଲ୍ୟ ବୃଦ୍ଧି ପାଇଥିବାରୁ ପୂର୍ବ ନିର୍ଦ୍ଧାରିତ ବସ୍‌ ଭଡ଼ାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅର୍ଡିନାରି ବସ୍‌ ୧ କି.ମି. ପିଛା ୯୦ ପଇସା ଥିବା ବେଳେ ବର୍ଦ୍ଧିତ ବସ୍‌ଭଡା ଅନୁଯାୟୀ ଏହା ୯୨ ପଇସା ହୋଇଛି। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ପୂର୍ବରୁ ୧ କି.ମି. ପିଛା ୯୪ ପଇସା ଥିବା ବେଳେ ବର୍ଦ୍ଧିତ ଭଡା ଅନୁଯାୟୀ ୯୬ ପଇସା ହୋଇଛି। ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ ୧ କି.ମି. ପିଛା ୧.୩୧ ପଇସା ଥିବାବେଳେ ଏବେ ୧.୩୫ ପଇସା କରାଯାଇଛି। ଏସ୍‌ସି ଡିଲକ୍ସ ବସ୍‌ ୧ କି.ମି .ପିଛା ବର୍ଦ୍ଧିତ ଭଡ଼ା ଅନୁଯାୟୀ ଏହା ୧.୬୩ ପଇସାକୁ ବୃଦ୍ଧି ହୋଇଛି। ତଦନୁଯାୟୀ ପଟ୍ଟାମୁଣ୍ଡାଇରୁ କଟକକୁ ଯାଉଥିବା ଯାତ୍ରୀମାନେ ୮୮ କି.ମି. ରାସ୍ତା ପାଇଁ ଅର୍ଡିନାରି ବସ୍‌ଭଡା ପୂର୍ବରୁ ୭୯.୨୦ ପଇସା ଦେଉଥିବା ବେଳେ ବର୍ତ୍ତମାନ ୮୦.୯୬ ପଇସା ଭଡ଼ା ଦେବା କଥା। ମାତ୍ର ଏବେ ବସ କଣ୍ଡକ୍ଟର ସାଧାରଣ ଯାତ୍ରୀଙ୍କ ପାଖରୁ ୧୨୦ ଟଙ୍କା ନେଉଛନ୍ତି। ସେହିଭଳି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ମଧ୍ୟ ପୂର୍ବରୁ ୮୨.୭୨ ପଇସା ଥିବାବେଳେ ବର୍ତ୍ତମାନ ୮୪. ୪୮ ପଇସା ନେବା କଥା ମାତ୍ର ୧୫୦ ଟଙ୍କା ଯାତ୍ରୀଙ୍କ ପାଖରୁ ନେଉଛନ୍ତି। ସେହିପରି ଡିଲକ୍ସ ଓ ଏସସି ଡିଲକ୍ସ ବସ୍‌ ଭଡ଼ା କଥା ନ କହିବା ଭଲ। ପଟ୍ଟାମୁଣ୍ଡାଇରୁ କଟକକୁ ଦୂରତ୍ୱ ୭୬ କି.ମି. ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ରାଜନଗରକୁ ୨୦ କି.ମି., ଆଳିକୁ ୧୬ କି.ମି., ରାଜକନିକାକୁ ୨୪ କି.ମି., ଭିତରକନିକାକୁ ୫୯ କି.ମି .ଓ ଚାନ୍ଦବାଲିକୁ ୩୦ କି.ମି. ଦୂରତ୍ୱ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଜିଲା ପ୍ରଶାସନ, ପରିବହନ କମିଶନର ତଥା ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଆର୍‌ଟିଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ଏ ନେଇ ମୋ ପାଖକୁ କୌଣସି ଅଭିଯୋଗ ଆସିନାହଁି। ଏ ବିଷୟରେ ବସ୍‌ ଆସୋସିଏଶନ ସହ କଥା ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri