ନୟାଗଡ଼,୨୮।୪(ଲୋକନାଥ ମିଶ୍ର): ନୟାଗଡ଼ ଖଣ୍ଡପଡା ରାସ୍ତାର ବାଲୁଗାଁ ଖେଡ଼ପଡ଼ା ନିକଟରେ ଓଲଟିଲା ବସ୍।
ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅଵସ୍ଥା ଗୁରୁତର ରହିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୫ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଆହତଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍ଟି ଭାପୁରର ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ନୟାଗଡ଼ ସଦର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।