ସାରା ରାଜ୍ୟରେ ଗଡ଼ିବ ବସ୍‌; ହେଲେ ୨୫ ଯାଏ ପୁରୀକୁ ମନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ ପାଇଁ ନୂଆ କରୋନା ଗାଇଡଲାଇନ୍‌ ଘେଷଣା କରାଯାଇଛି। ଏଣିକି ସମଗ୍ର ରାଜ୍ୟରେ ବସ୍‌ ସେବା ଚାଲୁ କରାଯିବ। ବସ୍‌ରେ ଯେତିକି ସିଟ୍‌ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ବସ୍‌ ଚଳାଚଳ ନେଇ ସମୟ କଟକଣା କିଛି ରହିବ ନାହିଁ। କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍‌ ଚଳାଚଳକୁ ବାରଣ କରାଯାଇଛି। ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ। ବଜାର ଯେତିକି ସମୟ ଖୋଲିବ ଟ୍ୟାକ୍ସିଂ, ଅଟୋ ସେତିକି ସମୟ ଚାଲିବ ବୋଲି ଖବରଦାତା ସମ୍ମିଳନୀରେ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।