ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବସ୍‌ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେଲ ଦର ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ାକୁ ବଢ଼ାଯାଇଛି। ସାଧାରଣ ବସ୍‌ ଭଡା କିମି ପିଛା ୭୨ରୁ ୭୩ ପଇସା ହୋଇଥିବା ବେଳେ ଏକ୍ସପ୍ରେସ୍‌ ଭଡା ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଛି। ସେହିଭଳି ଡିଲକ୍ସ ଭଡ଼ା ୧ଟଙ୍କା ୦୫ ପଇସାରୁ ବଢ଼ି ବ ଟଙ୍କା ୦୭ ପଇସା ଏବଂ ଏସି ଡିଲକ୍ସ କିମି ପିଛା ୧ଟଙ୍କା ୨୭ରୁ ବଢ଼ି ୧ଟଙ୍କା ୨୯କୁ ବୃଦ୍ଧି ପାଇଛି।