Posted inଜାତୀୟ

ଆନ୍ଧ୍ରପ୍ରଦେଶ୍ ବସ୍ ଅଗ୍ନିକାଣ୍ଡ: ବସ୍ ବ୍ୟାଟେରୀରୁ ବ୍ୟାପିଥିଲା ନିଆଁ, ସ୍ମାର୍ଟଫୋନ୍ ଯୋଗୁଁ ଭୟାବହ ହୋଇଥିଲା ଅବସ୍ଥା

ଆନ୍ଧ୍ରପ୍ରଦେଶ୍,୨୬ା୧୦: କୁର୍ଣ୍ଣୁଲ୍ ଠାରେ ବାଇକ୍କୁ ଧକ୍କା ଦେଇ ଜଳିଯାଇଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ଫରେନ୍ସିକ୍ ତଦନ୍ତରୁ ଜଣାପଡ଼ିଛି ଯେ ବସରେ ଥିବା ଦୁଇଟି ୧୨ KV ବ୍ୟାଟେରୀର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, କିନ୍ତୁ ବହୁ ପରିମାଣରେ ଥିବା ସ୍ମାର୍ଟଫୋନ୍ ଯୋଗୁଁ ଅଗ୍ନିକାଣ୍ଡର ଭୟାବହତା ବୃଦ୍ଧି ପାଇଥିଲା।

ପୋଲିସ ଅନୁଯାୟୀ, ବାଇକ୍ ଟି ରାସ୍ତାରେ ପଡିଯିବା ପରେ ବସ ତାହାକୁ ମାଡି ଯାଇଥିଲା। ଫଳରେ ବାଇକ୍ ଫୁଏଲ୍ ଟାଙ୍କି ଫାଟିଯାଇଥିଲା, ଯାହାକି ବସ୍‌ର ମୁଖ୍ୟ ବାହାରିବା ଦ୍ୱାର ନିକଟରେ ଥିବା ଦୁଇଟି ୧୨ KV ବ୍ୟାଟେରୀ ଉପରେ ପ୍ରଭାବ ପକାଇ ବିସ୍ଫୋରଣ ଘଟାଇଥିଲା।

ଫରେନ୍ସିକ୍ ବିଶେଷଜ୍ଞଙ୍କ ମତରେ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏହି ଘରୋଇ ସ୍ଲିପର୍ ବସ୍‌ରେ ପ୍ରାୟ ୪୬ ଲକ୍ଷ ଟଙ୍କାର ୨୩୪ ଟି ସ୍ମାର୍ଟଫୋନ୍ ଥିଲା। ଏହି ଡିଭାଇସ୍‌ରେ ଥିବା ଲିଥିୟମ୍-ଆୟନ୍ ବ୍ୟାଟେରୀ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଯାତ୍ରୀ କ୍ୟାବିନ୍‌ରେ ଅଗ୍ନିଶିଖା ଦ୍ରୁତ ଗତିରେ ବ୍ୟାପିଯାଇଥିଲା। କୁର୍ଣ୍ଣୁଲ୍ ଡିଆଇଜି (DIG) କୋୟା ପ୍ରବୀଣ କହିଛନ୍ତି ଯେ ବସ୍‌ରେ ଥିବା ଅତ୍ୟଧିକ ଦହନଶୀଳ ପଦାର୍ଥ (metallic paint ସମେତ) ଅଗ୍ନିକାଣ୍ଡକୁ ଆହୁରି ଜଟିଳ କରିଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ବସ୍ ଯାତ୍ରୀ ଏବଂ ବାଇକ୍ ଚାଳକ ଶିବଶଙ୍କରଙ୍କ ସମେତ ମୋଟ୍ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

ବସ୍ ଡ୍ରାଇଭର୍ ମିରିୟାଲା ଲକ୍ଷ୍ମାୟା ଏବଂ ସହଯୋଗୀ ଡ୍ରାଇଭର୍ ଶିବ ନାରାୟଣଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଛି। ବସ୍ ଚଳାଉଥିବା ସମୟରେ ଘଟିଥିବାରୁ ଲକ୍ଷ୍ମାୟାଙ୍କ ବିରୋଧରେ ଅବହେଳା ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଅଭିଯୋଗରେ (BNS Actର ଧାରା ୧୨୫(a) ଓ ୧୦୬(1) ମାମଲା ରୁଜୁ କରାଯାଇଛି। ଲକ୍ଷ୍ମାୟା ଯାତ୍ରୀ ଦ୍ୱାର ଦେଇ ବାହାରକୁ ଡେଇଁ ପଳାଇ ଯାଇଥିଲେ।

ପୂର୍ବରୁ ବାଇକ୍ ଚାଳକ ଶିବଶଙ୍କର (ମୃତ) ଓ ସହଯାତ୍ରୀ ଏରିସ୍ୱାମୀ ମଦ୍ୟପାନ କରିଥିବା ନିଶ୍ଚିତ ହେବା ପରେ ଶିବଶଙ୍କରଙ୍କ ବିରୋଧରେ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବିନା ସଂଳାପରେ ଜିତିଲା ମନ: ବିଜୟ ସେତୁପତି ଓ ଅଦିତି ରାଓଙ୍କ ‘ଗାନ୍ଧୀ ଟକ୍‌ସ’କୁ ଦର୍ଶକଙ୍କ ପ୍ରଶଂସା

ମୁମ୍ବାଇ: ଶୁକ୍ରବାର ପ୍ରେକ୍ଷାଳୟକୁ ଆସିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଗାନ୍ଧୀ ଟକ୍‌ସ’। ଏହି ଚଳଚ୍ଚିତ୍ରଟି ବିନା ସଂଳାପରେ ଗତିଶୀଳ ଏକ ‘ସାଇଲେଣ୍ଟ ଫିଲ୍ମ’। ଯାହା ଦର୍ଶକଙ୍କ ମଧ୍ୟରେ…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି

ନୂଆଦିଲ୍ଲୀ,୩୦।୧: ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ୱିଙ୍ଗୋ’ ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ଜରିଆରେ ଚାଲିଥିବା ବ୍ୟାପକ ଠକେଇକୁ…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

କାନାଡାକୁ ପୁଣି ଅଡୁଆରେ ପକାଇଲେ ଟ୍ରମ୍ପ, ଦେଲେ ଏମିତି ଧମକ

ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କାନାଡା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ଏବଂ ଆକ୍ରମଣାତ୍ମକ…

ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri